ଓଡ଼ିଶା

ଫିଲ୍ମ ଷ୍ଟାଇଲ୍ ରେ ବାଇକ ଲୁଟ:୨୪ ଘଣ୍ଟା ପରେ ମଧ୍ୟ ପୋଲିସ୍ ର କାର୍ଯ୍ୟନୁଷ୍ଠାନ ନାହିଁ…

ଚଂପୁଆ ୮ ମଇ (ଓଡ଼ିଆ ପୁଅ/ରଞ୍ଜନ ପ୍ରଧାନ) ଗତକାଲି ଚଂପୁଆ ଥାନା ଅନ୍ତର୍ଗତ ଯାମୁଦଲକ ନିକଟରୁ ଫିଲ୍ମ ଷ୍ଟାଇଲ୍ ରେ ଏକ ବାଇକ ଲୁଟ ହୋଇଥିବା ଜଣାପଡିଛି। ଝାଡ଼ଖଣ୍ଡର ଚାଇବସା ଥାନା ଅନ୍ତର୍ଗତ ଲୋକେହାତୁ ଗାଁ ର ସନ୍ତୋଷ ବାରିକ ନିଜ JH 06 k 7357 ନଂ ବାଇକରେ, ଚଂପୁଆ ନିକଟସ୍ଥ ବାସୁଦେବପୁର ଗାଁକୁ ଯାଉଥିଲେ। ଯାମୁଦଲକ ନିକଟରେ ପରିଶ୍ରା, କରିବାକୁ ବାଇକ ଛିଡ଼ା କରାଇବା ବେଳେ ଅନ୍ୟ ଏକ ବାଇକରେ ଦୁଇଜଣ ଆସି ତାକୁ ଚୋରା ବାଇକ କହି ପାଟିତୁଣ୍ଡ କରିବା ସହ ଥାନାକୁ ଚାଲ ବୋଲି କହି ଜଣେ ତାକୁ ନିଜ ବାଇକରେ ବସାଇବା ସହ ଅନ୍ୟ ଜଣେ ତାର ବାଇକ ଚଳାଇଥିଲା। ତେବେ ତାକୁ ଥାନା ଆଣିବା ବଦଳରେ କଂକଡାପାଟ ରାସ୍ତାରେ ନେଇ ଯିବାରୁ ସେ କାନ୍ଦିବାକୁ ଆରମ୍ଭ କରିଥିଲେ। ଫଳରେ ଜଙ୍ଗଲ ମଝିରେ ଅଟକାଇ ତା’ପାଖରୁ ଏକ ମୋବାଇଲ୍ ସହ ବାଇକ ଲୁଟ ହୋଇଥିଲେ। ଏଥି ସହିତ ତାକୁ ବନ୍ଧୁକରେ ମାରିବାକୁ ଉଦ୍ୟମ କରିଥିବା ବେଳେ ଏକ ବୋଲେରୋ ଆସିବାରୁ ତାକୁ ଛାଡ଼ି ଫେରାର ହୋଇଯାଇଥିଲେ। ଏ ନେଇ ସନ୍ତୋଷ ଚଂପୁଆ ଥାନାରେ ଅଭିଯୋଗ କରିଛନ୍ତି। ତେବେ ଇତି ମଧ୍ୟରେ ୨୪ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ବି ପୋଲିସ୍ କାର୍ଯାନୁଷ୍ଠାନ କରିବା ବଦଳରେ ଅଭିଯୋଗ ଭଲରେ ଲେଖ କହି ଅଟକାଇ ରଖିଥିବାରୁ ଥାନା ପ୍ରତିକ୍ଷାଳୟରେ ବସି କାନ୍ଦୁଥିବା ଦେଖିବାକୁ ମିଳିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top