ଫିଲ୍ମ ଦେଖିବା ସମୟରେ ଇତିହାସ-ଭୂଗୋଳକୁ ମୁଁ ଯାଏ ନାହିଁ : ପଦ୍ମାବତୀ ବିବାଦ ଉପରେ ମୁଖ୍ତାର ଅବ୍ବାସ ନକୱୀ

– ରବିବାରଦିନ ଦେଶର ଅନେକ ସ୍ଥାନରେ ଡାଇରେକ୍ଟର ସଂଜୟ ଲୀଲା ଭଂସାଲୀଙ୍କର ଫିଲ୍ମ ପଦ୍ମାବତୀର ବିରୁଦ୍ଧରେ ପ୍ରୋଟେସ୍ଟ କରାଯାଇଥିଲା
– ମୁଖ୍ତାର ଅବ୍ବାସ ନକୱୀ କହିଲେ ଫିଲ୍ମରେ ଯାହା ଭଲଲାଗେ ତାହାକୁ ସ୍ୱୀକାର କରିବା ଆବଶ୍ୟକ

ମୁମ୍ବାଇ ୧୨-୧୧ (ଓଡ଼ିଆ ପୁଅ) ମୁମ୍ବାଇ କେନ୍ଦ୍ରୀୟ ମନ୍ତ୍ରୀ ମୁଖ୍ତାର ଅବ୍ବାସ ନକୱୀ ରବିବାରଦିନ ପଦ୍ମାବତୀ ଫିଲ୍ମର ବିରୋଧ ଉପରେ ବୟାନ ଦେଇ ନକୱୀ କହିଲେ ମୁ ଫିଲ୍ମକୁ ଫିଲ୍ମ ପରି ଦେଖେ ସେଥିରେ ଦେଖାଯାଉଥିବା ଇତିହାସ ଏବଂ ଭୂଗୋଳକୁ ମୁଁ ଯାଏ ନାହିଁ। କୁହାଯାଇପାରେଯେ, କି ରବିବାରଦିନ ଦେଶର ଅନେକ ସ୍ଥାନରେରେ ଡାୟରେକ୍ଟର ସଂଜୟ ଲୀଲା ଭଂସାଲୀଙ୍କର ଫିଲ୍ମ ପଦ୍ମାବତୀର ବିରୁଦ୍ଧରେ ପ୍ରୋଟେସ୍ଟ କରାଯାଇଛି। ଫିଲ୍ମରେ ପଦ୍ମାବତୀର ରୋଲରେ ଦୀପିକା ପାଦୁକୋଣ ଏବଂ ଅଲାଉଦ୍ଦୀନ ଖିଲଜୀ ଭୁମିକାରେ ରଣବୀର ସିଂହ ଅଛନ୍ତି।

ସୂଚନାଯୋଗ୍ୟଯେ, ରବିବାରଦିନ ଗୁଜରାତର ସୂରତରେ ରାଜପୂତ କମ୍ୟୁନିଟି ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ଏବଂ କରଣୀ ସେନା ମିଳିତ ଭାବରେ ବିରୋଧି ମୋର୍ଚ୍ଚାକରିଥିଲେ। ମୁମ୍ବାଇରେ ଅଖଣ୍ଡ ରାଜପୁତାନା ସେବା ସଂଘ ମଧ୍ୟ ବିରୋଧ ପ୍ରଦର୍ଶନ କରିଥିଲେ। ପୁଲିସ ସଂଘର ପ୍ରାୟତଃ ୧୫ ଜଣ ସଦସ୍ୟକୁ ଅଟକ ରଖିଛି। ଅପରପଟେ ରାଜସ୍ଥାନର ରାଜପୁତ ସଂଗଠନ ୧୭ ନଭେମ୍ବରରେ ଚିତ୍ତୌଡ ଗଡ଼ ବନ୍ଦ କରିବାକୁ ଧମକୀ ଦେଇଛନ୍ତି। ଜୟପୁର ରାଜଘରର ରାଜକୁମାରୀମାନେ ଏହି ଫିଲ୍ମର ବିରୁଦ୍ଧରେ ସିଗ୍ନେଚର କୈମ୍ପେନ ଆରମ୍ଭ କରିଛନ୍ତି।

ପ୍ରୋଟେସ୍ଟ କ’ଣ ପାଇଁ?

ରାଜସ୍ଥାନରେ କରଣୀ ସେନା ବିଜେପି ନେତା ଏବଂ ହିନ୍ଦୁବାଦୀ ସଙ୍ଗଠନ ଏହି ଫିଲ୍ମରେ ଇତିହାସରେ ଛେଡଛାଡର ଆରୋପ ଲଗାଇଛନ୍ତି। ରାଜପୂତ କରଣୀ ସେନାଙ୍କର ଅନୁଯାୟୀ ଏହି ଫିଲ୍ମରେ ପଦ୍ମିନୀ ଏବଂ ଖିଲଜୀର ମଧ୍ୟରେ ଇଂଟୀମେଟ ସୀନ ଫିଲ୍ମ ପରଦାରେ ଅଙ୍କାଯାଇଛି। ଯାହାକି ତାଙ୍କ ଭାବନାକୁ ଆଘାତ ଲାଗିଛି। ଫିଲ୍ମକୁ ରିଲିଜ ପୂର୍ବରୁ ପାର୍ଟର ରାଜପୂତ ପ୍ରତିନିଧିଙ୍କୁ ଦିଖାଯିବା ଆବଶ୍ୟକ ବୋଲି ସେମାନେ ମତ ଦେଇଛନ୍ତି।

ଅପର ପକ୍ଷରେ ପଦ୍ମାବତୀର ବିରୋଧ ହବାରୁ ଡାଇରେକ୍ଟର ସଂଜୟ ଲୀଲା ଭଂସାଲୀ କହିଛନ୍ତିଯେ, ଏହି ଫିଲ୍ମରେ ଏମିତି କିଛି ନାହିଁ ଯାହାଦ୍ୱାରା ବିରୋଧ କରାଯିବ।

Leave a Reply

Your email address will not be published. Required fields are marked *