ଫିଲିପାଇନ୍ସ ଗସ୍ତରେ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ: ବାରଣାସୀରେ ପ୍ରତିଷ୍ଠା ହେବ ଆନ୍ତର୍ଜାତିକ ଧାନ ଗବେଷଣା କେନ୍ଦ୍ରର ଏକ ଦକ୍ଷିଣ ଏସିଆ ଆଂଚଳିକ କେନ୍ଦ୍ର ଫିଲିପାଇନ୍ସ ଗସ୍ତରେ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ

“ନଭେମ୍ବର ୧୨ତାରିଖରୁ ମୋର ୩ଦିନିଆ ମାନିଲା ଗସ୍ତ ଆରମ୍ଭ ହେଉଛି। ଫିଲିପାଇନ୍ସକୁ ଏହା ମୋର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ, ଯେଉଁଠି ଆସିଆନ୍-ଭାରତ ଏବଂ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ମୁଁ ଭାଗ ନେବି। ସେଥିରେ ମୋର ସାମିଲ ହେବା ଏସୀୟ ରାଷ୍ଟ୍ରର ସଦସ୍ୟମାନଙ୍କ ସହ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ଭାରତର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇବ। ବିଶେଷକରି ଭାରତ-ପ୍ରଶାନ୍ତ ଅଚଂଳରେ, ସାଧାରଣ ଭାବେ, ମୋର ସରକାର ଏକ୍ଟ ଇଷ୍ଟ ନୀତି ଢାଂଚା ଭିତରେ ରହି କାର୍ଯ୍ୟ କରୁଛି।

ଏହି ସମ୍ମିଳନୀ ବ୍ୟତିରକେ, ମୁଁ ଆସିଆନର ୫୦ତମ ବର୍ଷପୂର୍ତିର ସ୍ୱତନ୍ତ୍ର ସମାରୋହ, ଆଂଚଳିକ ବିସ୍ତୃତ ଅର୍ଥନୀତିକ ଭାଗିଦାରୀତା(ଆରସିଇଏପ୍) ମଂଚର ନେତାଙ୍କ ବୈଠକ ଏବଂ ଆସିଆନ୍ ବିଜିନେସ୍ ଓ ଇନ୍ଭେଷ୍ଟମେଂଟ କର୍ମଶାଳାରେ ଯୋଗ ଦେବି।

ଆସିଆନ୍ ବିଜିନେସ୍ ଓ ଇନ୍ଭେଷ୍ଟମେଂଟ ସମ୍ମିଳନୀ ଆମର ଆସିଆନ୍ ସଦସ୍ୟ ରାଷ୍ଟ୍ର ସହ ବାଣିଜ୍ୟ ସମ୍ବନ୍ଧକୁ ଅଧିକ ବୃଦ୍ଧି ଦିଗରେ ଘନିଷ୍ଠ ସହଯୋଗକୁ ପ୍ରୋତ୍ସାହିତ କରିବ, ଯାହାକି ଆମର ମୋଟ ବ୍ୟାପାରର ୧୦.୮୫ %।

ଫିଲିପାଇନ୍ସକୁ ମୋର ପ୍ରଥମ ଗସ୍ତବେଳେ, ମୁଁ ଫିଲିପାଇନ୍ସର ରାଷ୍ଟ୍ରପତି ମହାମହିମ ରଡ୍ରିଗୋ ଦୁତେର୍ତେଙ୍କ ସହ ଦ୍ୱିପାକ୍ଷିକ ବୈଠକ ଆଶା କରୁଛି। ମୁଁ ମଧ୍ୟ ଆସିଆନ୍ ଓ ପୂର୍ବ ଏସିଆ ସମ୍ମିଳନୀର ନେତାମାନଙ୍କ ସହ ଆଲୋଚନା କରିବି।

ମୁଁ ଫିଲିପାଇନ୍ସରେ ଭାରତୀୟ ସମୁଦାୟ ସହ ଯୋଡ଼ି ହେବା ନେଇ ଆଶାବାଦୀ ଅଛି। ମାନିଲା ରହଣୀ ସମୟରେ ମୁଁ ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନ (ଆଇଆରଆରଆଇ) ଏବଂ ମହାବୀର ଫିଲିପାଇନ୍ସ ଫାଉଣ୍ଡେସନ୍ ସଂସ୍ଥା(ଏମ୍ପିଏଫ୍ଆଇ)କୁ ମଧ୍ୟ ଗସ୍ତରେ ଯିବି।

ବୈଜ୍ଞାନିକ ଗବେଷଣା ଓ ବିକାଶ ମାଧ୍ୟମରେ ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନ(ଆଇଆରଆରଆଇ) ଧାନ ବିହନର ଗୁଣବତାକୁ ବିକଶିତ କରୁଛି ଓ ଖାଦ୍ୟ ଅଭାବ ଦୂର ପାଇଁ ଆନ୍ତର୍ଜାତିକ ସମୁଦାୟକୁ ସହାୟତା କରୁଛି। ବହୁ ସଂଖ୍ୟାରେ ଭାରତୀୟ ବୈଜ୍ଞାନିକ ଆଇଆରଆରଆଇରେ କାର୍ଯ୍ୟ କରୁଛନ୍ତି ଏବଂ ଗବେଷଣା ଓ ବିକାଶ କ୍ଷେତ୍ରରେ ନିଜର ଯୋଗଦାନ ଦେଉଛନ୍ତି।

ବାରଣାସୀରେ ଆନ୍ତର୍ଜାତିକ ଧାନ ଗବେଷଣା କେନ୍ଦ୍ରର ଏକ ଦକ୍ଷିଣ ଏସିଆ ଆଂଚଳିକ କେନ୍ଦ୍ର ସ୍ଥାପନ ପ୍ରସ୍ତାବକୁ ମୋ କ୍ୟାବିନେଟ୍ ୨୦୧୭ ଜୁଲାଇ ୧୨ତାରିଖରେ ଅନୁମୋଦନ କରିଛି। ଫିଲିପାଇନ୍ସରେ ନିଜର ମୁଖ୍ୟାଳୟ ବାହାରେ ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନର ଏହା ପ୍ରଥମ ଗବେଷଣା କେନ୍ଦ୍ର। ଧାନର ଉତ୍ପାଦନ ବୃଦ୍ଧି, ଉତ୍ପାଦନ ଖର୍ଚ୍ଚ ହ୍ରାସ, ମୂଲ୍ୟଯୁକ୍ତ, ବିବିଧତା ଓ ଚାଷୀଙ୍କ ଦକ୍ଷତା ବୃଦ୍ଧିରେ ସହାୟତା ଏବଂ ଉପାର୍ଜନ ବୃଦ୍ଧିରେ ଏହି ବାରଣାସୀ କେନ୍ଦ୍ର ସହାୟକ ହେବ।

ଆବଶ୍ୟକତା ଅନୁଭବ କରୁଥିବା ଦିବ୍ୟାଙ୍ଗମାନଙ୍କ ମଧ୍ୟରେ ମାଗଣା କୃତ୍ରିମ ଅଙ୍ଗ ‘ଜୟପୁର ପୁଟ୍’ ବିତରଣ ଗତିବିଧିକୁ ସମର୍ଥନ ଜଣାଇବା ଉଦ୍ଦେଶ୍ୟରେ ମହାବୀର ଫିଲିପାଇନ୍ସ ଫାଉଣ୍ଡେସନ୍ ସଂସ୍ଥା(ଏମ୍ପିଏଫ୍ଆଇ)କୁ ଗସ୍ତରେ ଯିବି। ୧୯୮୯ ମସିହାରେ ନିଜର ସ୍ଥାପନା ପରଠାରୁ ଏମ୍ପିଏଫ୍ଆଇ ଫିଲିପାଇନ୍ସରେ ପ୍ରାୟ ୧୫ହଜାର ଭିନ୍ନକ୍ଷମଙ୍କୁ ‘ଜୟପୁର ଫୁଟ୍’ ଲଗାଇ ସେମାନଙ୍କୁ ନୂଆ ଜୀବନ ଜୀଇଁବା ପାଇଁ ସକ୍ଷମ କରାଇଛି। ଏହି ମହାନ୍ ମାନବତାବାଦୀ ଗତବିଧିକୁ ସମର୍ଥନ ଜଣାଇ ଫାଉଣ୍ଡେସନ୍କୁ ଭାରତ ସରକାର ଏକ ସାମାନ୍ୟ ଯୋଗଦାନ ଦେଉଛନ୍ତି।

ମୁଁ ଦୃଢ଼ ନିଶ୍ଚିତ ଯେ ମାନିଲାକୁ ମୋର ଗସ୍ତ ଦ୍ୱାରା ଫିଲିପାଇନ୍ସ ସହ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ପ୍ରୋତ୍ସାହନ ମିଳିବ ଏବଂ ଆସିଆନା ସହ ଆମର ରାଜନୀତିକ, ସୁରକ୍ଷା, ଅର୍ଥନୀତିକ ଓ ସାମାଜିକ-ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ସମ୍ପର୍କ ସୁଦୃଢ଼ ହେବ।(ଫାଇଲ ଫଟୋ)

Leave a Reply

Your email address will not be published. Required fields are marked *