ଫିଲିପାଇନ୍ସରେ ଭାରତୀୟ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫିଲିପାଇନ୍ସର ମାନିଲାଠାରେ ଭାରତୀୟ ସମୁଦାୟକୁ ଉଦବୋଧନ ଦେଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସିଆନ ଅଂଚଳ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଆସିଆନ କ୍ଷେତ୍ର ସହିତ ଭାରତର ଭାବଗତ ସମ୍ପର୍କ ଏବଂ ସହଭାଗୀତାର ଦୀର୍ଘ ଐତିହ୍ୟ ସମ୍ପର୍କରେ ସେ କହିଥିଲେ। ବିଶେଷ କରି ସେ ବୁଦ୍ଧ ଏବଂ ରାମାୟଣ କଥା ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଏହି ଅଂଚଳରେ ରହୁଥିବା ପ୍ରବାସୀ ଭାରତୀୟମାନେ ଏହି ଐତିହ୍ୟକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ କେବେ ହେଲେ ଅନ୍ୟ ଦେଶର କ୍ଷତି କରିନାହିଁ। ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଦୂର ଦେଶରେ କିପରି ଦେଢ଼ଲକ୍ଷ ଭାରତୀୟ ଯବାନ ପ୍ରାଣବଳୀ ଦେଇଥିଲେ ସେ ସମ୍ପର୍କରେ ସେ କହିଥିଲେ।

ସେ କହିଥିଲେ ଯେ ଭାରତର ବର୍ତମାନ ମଧ୍ୟ ସମାନ ଭାବେ ଉଜ୍ଜ୍ୱଳ ଏବଂ ସମୃଦ୍ଧ ହେବା ଉଚିତ। ସେ କହିଥିଲେ ଯେ ଏକ ବିଂଶ ଶତାବ୍ଦୀ, ଯାହା ‘ଏସିଆର ଶତାବ୍ଦୀ’ ବୋଲି କୁହାଯାଉଛି ତାହା ‘ଭାରତର ଶତାବ୍ଦୀ’ ହେଉ ସେ ଦିଗରେ ଆମକୁ ଯଥାସମ୍ଭବ ପ୍ରୟାସ କରିବାକୁ ହେବ।

ଗରିବ ଲୋକମାନଙ୍କ ସଶକ୍ତିକରଣ ଲାଗି ସରକାରଙ୍କ ଜନଧନ ଯୋଜନା ଏବଂ ଉଜ୍ଜ୍ୱଳା ଭଳି ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ। ସବସିଡିର ଆଧାର ସଂଯୋଗ ହେବା ଦ୍ୱାରା ହୋଇଥିବା ଲାଭ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ।

Leave a Reply

Your email address will not be published. Required fields are marked *