ଫିରିଙ୍ଗିଆ ବ୍ଲକକୁ ମରୁଡି ଘୋଷଣା ଓ ଅନ୍ୟାନ୍ୟ ଦାବି ନେଇ କୃଷକ ସଭାର ରାଲି ଓ ଦାବିପତ୍ର ପ୍ରଦାନ

ଫୁଲବାଣୀ, ୧୮/୧୦(ଓଡ଼ିଆ ପୁଅ/ଅଶୋକ ମହାନ୍ତି), ଅଖିଳ ଭାରତ କୃଷକ ସଭା ( ଏଆଇକେଏସ ) ଫିରିଙ୍ଗିଆ ପଂଚାୟତ ସମିତି ପକ୍ଷରୁ ମହାନ ଅକ୍ଟୋବର ସମାଜବାଦ ବିଳ୍ପବର ଶତବାର୍ଷିକୀ ଅବସରରେ ବିଭିନ୍ନ ଦାବି ନେଇ ଏକ ବିକ୍ଷୋଭ ଓ ରାଲି ସୋମବାର ଫିରିଙ୍ଗିଆଠାରେ ଅନୁଷ୍ଠିତ ହୋଇଯାଇଛି। ପିତାବାଳୀ ମନ୍ଦିରରୁ ଏକ ଶୋଭାଯାତ୍ରା ବାହାରି ତହସିଲ କାର୍ଯ୍ୟାଳୟରେ ପହଂଚିଥିଲା। ସେଠାରେ ତହସିଲଦାର ରଶ୍ମୀରଂଜନ ମହନ୍ତଙ୍କୁ ୯ ଦଫା ଦାବି ପତ୍ର ପ୍ରଦାନ ସହ ବିଡିଓଙ୍କୁ ଏକ ୧୯ ଦଫାା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିଲା। ଡକ୍ଟର ସ୍ୱାÿମୀନାଥନ କମିଶନଙ୍କ ସୁପରିଶ ଲାଗୁ କରିବା, ଚାଷୀଙ୍କ ପାଇଁ ଉଚିତ ବଜାର ବ୍ୟବସ୍ଥା, ଚାଷୀଙ୍କୁ ମାସିକ ୬ ହଜାର ଟଙ୍କା ପେନସନ, ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ ବ୍ୱାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ମାନଙ୍କୁ ମାସିକ ଭତ୍ତା ୧୫ ଶହ ଟଙ୍କାକୁ ବୃଦ୍ଧି, ଗରୀବଙ୍କୁ ଖାଉଟୀ କାର୍ଡ ପ୍ର୍ ଦାନ, ଖାଉଟି କାର୍ଡ ନଥିବା ଗରିବଙ୍କୁ କିରୋସିନି ଯୋଗାଣ, ପ୍ରତ୍ୟେକ ଗାଁକୁ ପାଣି, ରାସ୍ତା ଓ ବିଦ୍ୟୁତ ବ୍ୟବସ୍ଥା, ପିସି ବନ୍ଦ, ପେସା ଆଇନ ପ୍ରକାରେ ଗ୍ରାମସଭା ଓ ପଲୀ ସଭା କରିବା ସହ ସାମାଜିକ ସମୀକ୍ଷା କରାଯିବା, ମନରେଗାରେ ଶ୍ରମିକଙ୍କୁ ୨୦୦ ଦିନର କାମ ଯେ୍।ଗାଣ, ଦୈନିକ ମଜୁରୀ ୩୫୦ ଟଙ୍କାକୁ ବୃଦ୍ଧି ଓ ଭଲି ଦାବି ନେଇ ଏକ ଦାବି ପତ୍ର ଫିରିଙ୍ଗିଆ ତହସିଲଦାରଙ୍କୁ ପ୍ରଦାନ କରାଯାଇଛି। ଏଥିସହ କୃଷକ ସଭା ପକ୍ଷରୁ ଅନ୍ୟ ଏକ ୧୯ ଦଫା ଦାବି ସମ୍ବଳିତ ଦାବିପତ୍ର ତହସିଲ୍ ଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି। ଏଥିରେ ଫିରିଙ୍ଗିଆ ବ୍ଲକକୁ ତୁରନ୍ତ ମରୁଡି ଘୋଷଣା, କୃଷିଋଣ ଛାଡ, ଭାଗଚାଷୀଙ୍କୁ ପରିଚୟପୟତ୍ର ପ୍ରଦାନ, ଗୃହହୀନଙ୍କୁ ଘରଡିହ ପଟ୍ଟା ଓ ଜମିହୀନଙ୍କୁ ଚାଷଜମି ପଟ୍ଟା ପ୍ରଦାନ, ବେଆଇନ ଦଖଲରେ ଥିବା ଆଦିବାସୀ ଜମିକୁ ଆଦିବାସିଙ୍କୁ ହସ୍ତାନ୍ତର ଭଲି ୯ ଦଫା ଦାବି ରହିଛି।ଆବାହକ ଜନବାଦୀ ଗୌଡଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇ ସଭାପତି ବସନ୍ତ ମହାନନ୍ଦ ଓ ସଂପାଦକ ଉମାକାନ୍ତ କହଁରଙ୍କ ନେତୃତ୍ୱରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ଉମାବତୀ କହଁର, କୈକେୟୀ କହଁର, ସରନ୍ତୀ ନାୟକ, ମଂଜୂଳା କହଁର, ମାନ୍ଦୁଳା କହଁର, ସଦାଶିବ କହଁର, ଜଳେଶ୍ୱର କହଁର, ଶରତ କୁମାର ପ୍ରଧାନ, ଭଜମନ ମାଝୀ, ମଧୁ କହଁର, କାମ୍ବିଲା କହଁର ଓ ନବଘନ ଦିଗାଲ ପ୍ରମୂଖ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *