ଫିକାପଡିଲା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଟ

ଘଟଗାଁ ,୧୭.୦୪-ଘଟଗାଁ ବ୍ଲକରେ ଫିକା ପଡିଲା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଟ । ଦିର୍ଘ ୨ ମାସ ବ୍ୟବଧାନ ପରେ ସୋମବାର ଦିନ ଘଟଗାଁ ବ୍ଲକ ପରିଷରରେ କେନ୍ଦୁଝର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯକ୍ରମ ହୋଇଥିଲା । ତେବେଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପସ୍ଥିତ ରହିଥିବା ବେଳେ ଆରକ୍ଷୀ ଅଧିକ୍ଷକ କିଛି ସମୟ ପାଇଁ ଯୋଗ ଦେଇଥିଲେ । ତେବେ ଅତିରିକ୍ତ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ସହିତ ବଭିନ୍ନ ବିଭାଗର ଅଧିକାରୀ ମାନେ ଲୋକଙ୍କ ସମସ୍ୟା ସମାଧାନ ପାଇଁ ଉପସ୍ଥିତ ଥିଲେ . କିନ୍ତୁ ଏହି ଅଭିଯୋଗ ଶୁଣାଣି ପ୍ରକୋଷ୍ଟରେ ସର୍ବ ମୋଟ ୪୩ଟି ଅଭିଯୋଗ ଦାଖଲ ହୋଇଥିଲା । ଗତ ଫ୍ରେବୃଆରୀ ମାସରେ ଘଟଗାଁରେ ହୋଇଥିବା ଜିଲ୍ଲାପାଳ ଅଭିଯୋଗ ଶୁଣାଣି ପ୍ରକୋଷ୍ଟରେ ୨୨୪ ଟି ଅଭିଯୋଗ ଦାଖଲ ହୋଇଥିବା ବେଳେ ହଠାତ ସମସ୍ୟା ସମ୍ପର୍କିତ ଅଭିଯୋଗ ୪ ଗୁଣାରୁ କମ ହୋଇଯିବା କାରଣ କଣ ବୁଝିବା ସମୟରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସଂମ୍ପର୍କରେ ଅନେକ ଲୋକ ଜାଣି ନଥିବା ଘଟଣା ସାମ୍ନାକୁ ଆସିଛି । ବ୍ଲକ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସଂମ୍ପର୍କରେ ଲୋକଙ୍କୁ ପୂର୍ବ ସୂଚନା ଦିଆଯିବା ନିୟମ ରହିଥିବା ବେଳେ ତାହା ହୋଇନଥିବା ଅଭିଯୋଗ ହୋଇଛି । ସରକାରୀ ଯୋଜନା ସଂମ୍ପର୍କିତ ହେଉ କି ନିଜସ୍ୱ ସମସ୍ୟା, ବ୍ଲକ ସ୍ତରରେ ପ୍ରଶାସନ ଲୋକଙ୍କ ନିକଟରେ ପହଁଚି ସମାଧାନ କରିବା ଉଦେଶ୍ୟରେ ହେଉଥିବା ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଏବେ ପ୍ରହସନ ପାଲଟି ଯାଇଛି । ଜେନେତେନେ ଭାବରେ କାରର୍ଯ୍ୟକ୍ରମକୁ ଶେଷ କରି କାଗଜ କଲମରେ ଅଭିଯୋଗ ଶୁଣାଣିକୁ ସଫଳ କରି ଦିଆଯାଉଛି । ଏଥି ସହିତ ବିଗତ ଦିନରେ ଲୋକ ମାନେ କରିଥିବା ଅନେକ ଅଭିଯୋଗ ଏବେବି ଫାଇଲ ଭିତରେ ଚାପି ହୋଇ ରହିଥିବା କାରଣରୁ କୌଣସି ସମାଧାନ ହୋଇନଥିବା ପ୍ରକାଶ ପାଇଛି । ଯାହାକି ଅଭିଯୋଗ ଶୁଣାଣି କାର୍ଯକ୍ରମକୁ ଲୋକ ନଆସିବାର ଅନ୍ୟ ଏକ କାରଣ ବୋଲି ଜଣା ପଡିଛି । ଧିରେ ଧିରେ ପ୍ରଶାସନ ଉପରୁ ଲୋକଙ୍କ ଆସ୍ଥା ତୁଟିବା ପ୍ରଶାସନ କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *