ଫାଟୁଆ ରୋଗରେ ବହୁ ଗୋରୁଗାଈ ଆକ୍ରାନ୍ତ

ଯାଜପୁର-୩୧/୭(ଓଡିଆ ପୁଅ/ଏ.ରାଉତ) ଧର୍ମଶାଳା ବ୍ଲକର ବିଭିନ୍ନ ଗ୍ରାମରେ ଏବେ ଫାଟୁଆ ରୋଗରେ ବହୁ ଗୋରୁ ଗାଈ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ପଶୁପାଳନ ବିଭାଗ ପକ୍ଷରୁ ଦିଆଯାଇଥିବା ଇଞେକସନ କାମ କରୁନଥିବା ଗୋପାଳକମାନେ ଅଭିଯୋଗ କରିଛନ୍ତି। ଧର୍ମଶାଳା ବ୍ଲକର, ମଙ୍ଗଳପୁର, ଦେଓଦା ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଫାଟୁଆରୋଗ ବ୍ୟାପିଥିବା ବେଳେ ଏବେ କୁସ୍ତିରା ଗ୍ରାମର ବେଣୁଧର ବେହେରାଙ୍କ ୩ଟି, ନଟବର ନାୟକଙ୍କ ୪ଟି, ଧନେଶ୍ୱର ନାୟକଙ୍କ ୩ଟି ଓ ବାଉଁଶଅଣ୍ଟା ଗ୍ରାମର ମାଗୁଣି ଚରଣ କବିଙ୍କ ୩ଟି, ଗୌରାଙ୍ଗ ସାହୁଙ୍କ ୪ଟି, ନୃସିଂହ ସାହୁଙ୍କ ୩ଟି, ବଟକୃଷ୍ଣ ଦାସଙ୍କ ୩ଟି, ଅର୍ଜୁନ ବରାଳଙ୍କ ୩ଟି, ଧରିତ୍ରୀ ପାତ୍ରଙ୍କ ୩ଟି ଓ ରମେଶ ଜେନାଙ୍କ ୨ଟି ଗାଇ ଓ ବଳଦ ଫାଟୁଆ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ବାଉଁଶଅଣ୍ଟା ଓ କୁସ୍ତିରା ଗ୍ରାମ ବ୍ୟତିତ ଆଖପାଖ ଅଞ୍ଚଳର ଶତାଧିକ ଗୋରୁଗାଇ ଏବେ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି। ଏନେଇ ଧର୍ମଶାଳା ପଶୁ ଚିକିତ୍ସା ଅଧିକାରୀ ଡାକ୍ତର ବିକ୍ରମ କିଶୋର ଆଚାର୍ଯ୍ୟଙ୍କ ସହ ଯୋଗାଯୋଗ କରିବାରୁ ଏହି ରୋଗ ଢେଙ୍କାନାଳ ଅଞ୍ଚଳରୁ ବ୍ୟାପୁଛି ଏବଂ ଲଗାଣ ବର୍ଷା ଯୋଗୁ ଏହି ରୋଗ ବ୍ୟାପିଥାଏ ବୋଲି କହିଛନ୍ତି। ଧର୍ମଶାଳା ବ୍ଲକରେ ନୁହେଁ ଏହି ରୋଗ ଜିଲ୍ଲାର ବିଭିନ୍ନ ବ୍ଲକରେ ବ୍ୟାପୁଥିବା ଜଣାପଡିଛି। ଫାଟୁଆରୋଗ ନିୟନ୍ତ୍ରଣ ପାଇଁ ଦିଆଯାଉଥିବା ଭ୍ୟାକସିନ ଠିକ ଭାବେ କାମ କରୁନଥିବାରୁ ଏପରି ଔ୍ୟଷଧ ନେଇ ଗୋପାଳକମାନେ ସନ୍ଦିହାନ ହୋଇପଡିଛନ୍ତି। ଏହି ରୋଗ ପାଇଁ ଦିଆଯାଉଥିବା ଭ୍ୟାକସିନର ମାନକୁ ଯାଞ୍ଚ କରାଯିବା ସହ ସଠିକ ଔ୍ୟଷଧ ଦିଆଯିବା ପାଇଁ ଗୋପାଳକଙ୍କ ପକ୍ଷରୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *