ଫସଲ ହାନୀ ଯୋଗୁଁ ଚାଷୀଙ୍କ ଆତ୍ମହତ୍ୟା

ରାୟଗଡା ୦୩.୧୨( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ରାୟଗଡା ଜିଲ୍ଲା ବିଷମକଟକ ବ୍ଲକରେ ଫସଲହାନୀ ଯୋଗୁଁ କୀଟନାଶକ ଔଷଧ ପିଇ ଚିକିତ୍ସାଧିନ ଥିବା ଜଣେ ଚାଷୀଙ୍କ ରବିବାର ଖ୍ରୀଷ୍ଟିୟାନ ହସ୍ପିଟାଲଠାରେ ମୃତ୍ୟୁ ଘଟିଛି। ଘଟଣାରୁ ଜଣାପଡିଛି ଯେ ବିଷମକଟକ ବ୍ଲକ ହାଟମୁନିଗୁଡା ପଂଚାୟତ ମାଳିଶ୍ରୀପୁର ଗ୍ରାମର ନରେନ୍ଦ୍ର ହିକକା (୩୭ ) ଚଳିତ ବର୍ଷ ସରାକରୀ ଓ ବେସରକାରୀ ସଂସ୍ଥାରୁ ଋଣ ଆଣି ୨ ଏକର ଧାନଚାଷ, ୨ ଏକର କପା ଚାଷ, ଦେଢ ଏକର ଫୁଲକୋବି ଛାଷ କରିଥିଲେ। ଅଦିନିଆ ବର୍ଷା ଓ ଚକଡା ପୋକ ଯୋଗୁଁ ଫସଲ ହାନୀ ଘଟିଥିଲା। ଦୁଶ୍ଚିନ୍ତାରେ ଗତ ନଭେମ୍ବର ୨୬ ତାରିଖ ଦିନ କୀଟନାଶକ ଔଷଧ ଖାଇଦେଇଥିଲେ। ପରିବାର ଲୋକ ତାଙ୍କୁ ଆଣି ବିଷମକଟକ ସ୍ଥିତ ଖ୍ରୀଷ୍ଟିୟାନ ହସ୍ପିଟାଲରେ ଭର୍ତି କରିଥିଲେ ଏବଂ ସେ ଚିକିତ୍ସାଧିନନଥିଲେ। ତେବେ ଋଣ ଭାର ଓ ଫସଲହାନୀ ଯୋଗୁଁ ନରେନ୍ଦ୍ର କୀଟନାଶକ ଔଷଧ ଖାଇଥିବା ତାଙ୍କ ପତ୍ନୀ ରୁନିତା ହିକକା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *