ଜିଲ୍ଲା ପରିକ୍ରମା

ଫସଲବୀମା ରାଶି ପ୍ରଦାନ ପାଇଁ ଜିଲାପାଳଙ୍କ ଦ୍ୱାରସ୍ତ

ବୌଦ୍ଧ, ୨୬ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା):ଗତ ୨୦୧୭ ମସିହାରେ ଉତ୍କଟ ମରୁଡ଼ି ଯୋଗୁଁ ବରଗୋଛା ପଂଚାୟତରେ ଧାନ ଚାଷ ସଂପୂର୍ଣ୍ଣ ଉଜୁଡ଼ି ଯାଇଥିଲା। ଏହ ପଂଚାୟତର ଶହ ଶହ ଚାଷୀ ଫସଲ ବୀମା କରିଥିବା ବେଳେ ବରଗୋଛା ପଂଚାୟତକୁ ସଂପୁର୍ଣ୍ଣ ମରୁଡ଼ି ଗ୍ରସ୍ତ ପଂଚାୟତ ବୋଲି ସରକାର ଘୋଷଣା କରିଛନ୍ତି। ତେବେ ଏହି ପଂଚାୟତର ଚାଷୀମାନେ ଏଯାଏଁ ଫସଲ ବୀମା ରାଷି ପାଇ ନାହାନ୍ତି। ତେଣୁ ଗତକାଲି ବରଗୋଛା ପଂଚାୟତର ଶତାଧିକ ଚାଷୀ ବୌଦ୍ଧ ଜିଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଯୋଗ୍ୟ ଯେ, ଚାଷୀମାନେ ବିଭିନ୍ନ ବ୍ୟାଙ୍କ ଗୁଡ଼ିକରେ ବୀମା ଅର୍ଥ ପଇଠ କରି ବୀମାଭୁକ୍ତ ହୋଇଛନ୍ତି। ହେଲେ କୌଣସି ବ୍ୟାଙ୍କ ଏଯାଏଁ ଫସଲ ବୀମା ରାଶି ପ୍ରଦାନ କରି ନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top