ଜଗତସିଂହପୁର

ଫଳକ ଭଙ୍ଗା ଘଟଣା : ଦୃଢ଼ ନିନ୍ଦାକଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ

ତିର୍ତ୍ତୋଲ ୦୭/୦୬ (ଓଡ଼ିଆ ପୁଅ/ଟୁକନ ସେଠୀ) -ଗତ ୧ ତାରିଖରେ ତିର୍ତ୍ତୋଲ ବିଧାୟିକା ଡ଼.ରାଜଶ୍ରୀ ମଲ୍ଲିକଙ୍କ ସମେତ ଲୋକପ୍ରତିନିଧିମାନେ ଧୋୟା ଅଞ୍ଚଳ ବିଷନପୁର, କନିମୂଳ, ଦାଇଁଲୋ ଓ ଗୋପାଳପୁର(ଶ) ପଞ୍ଚାୟେତରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବାପାଇଁ ଯାଇଥିଲେ। ବିଷନପୁର ପଞ୍ଚାୟତ ମଣପୁର ଓ କନିମୂଳ ପଞ୍ଚାୟତର ଭଁସର ଠାରେ ଦୁଇଟି ପାନୀୟ ଜଳ ପ୍ରକଳ୍ପ ଓ ଉଚ୍ଚକ୍ଷମତା ବିଶିଷ୍ଟ ପାଣିଟାଙ୍କିର ଶିଳାନ୍ୟାସ ଫଳକକୁ ଦୁବୃର୍ତ୍ତମାନେ ଉଦଘାଟନ ପୁର୍ବରୁ ଭାଙ୍ଗିଦେଇଥିଲେ। ଏହି ଘଟଣାରେ କନିମୂଳ ପଞ୍ଚାୟତର ବିଜେଡ଼ି ସମର୍ଥôତ ଜନପ୍ରତିନିଧିମାନଙ୍କ ପକ୍ଷରୁ କନିମୂଳ ପଞ୍ଚାୟତ ସରପଞ୍ଚ ତଥା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଯୁବକଂଗ୍ରେସ ସଭାପତି ବେଦଦ୍ୟୁତି ପୃଷ୍ଟି ଓ ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କ ନାମରେ ଫଳକ ଭଙ୍ଗା ଅଭିଯୋଗ ତିର୍ତ୍ତୋଲ ଥାନାରେ କରିଥିବାନେଇ ଗତକାଲି ସୋମବାର ଏକ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମିଳନିରେ ପ୍ରକାଶ କରିଥିଲେ। ଏହାର ପ୍ରତିବାଦ ସ୍ୱରୂପ ଆଜି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ପକ୍ଷରୁ ଯୁବ କଂଗ୍ରେସ ସଭାପତି ବେଦଦ୍ୟୁତି ପୃଷ୍ଟି, ତିର୍ତ୍ତୋଲ ବ୍ଲକ କଂଗ୍ରେସ ସଭାପତି ଅକ୍ଷୟ ଦାସ, ଜିଲ୍ଲା ଛାତ୍ରକଂଗ୍ରେସର ଉପ ସଭାପତି ସଫି ଆଜମ, ଯୁବନେତା ଦେବି ପ୍ରସାରଦ ରାଉଳ, ସରୋଜ ବାରିକ୍ ପ୍ରମୁଖ ତିର୍ତ୍ତୋଲସ୍ଥିତ ବିଣାପାଣୀ ମଣ୍ଡପଠାରେ ଏକ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମିଳନୀରେ ଏହି ଘଟଣାକୁ ଦୃଢ଼ ନିନ୍ଦା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସତ୍ୟଜିତ ରାଉତ, ରବିନ୍ଦ୍ର ମଲ୍ଲିକ, ସାଇ ପ୍ରଭଞ୍ଜନ ମହାପାତ୍ର, ସନ୍ତୋଷ ଜେନା, ତୁଷାରକାନ୍ତ ପ୍ରଧା. ସମ୍ବିତ ନାୟକ, ରାଜେଶ ଭୋଳ, ସୁଦାମ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ। କନିମୂଳ ସରପଞ୍ଚ ଶ୍ରୀଯୁକ୍ତ ପୃଷ୍ଟି ଜନପ୍ରତିନିଧିଙ୍କୁ ଅଣଦେଖା କରି ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଅଗଣତାନ୍ତ୍ରିକ ପଧତି ଅବଲମ୍ବନ କରିବାକୁ ନିନ୍ଦା କରିବା ସହିତ ବିଜେଡ଼ି ଦଳରେ ଥିବା ଅନ୍ତର୍ଦୋନ୍ଦକୁ ଲୁଚାଇବାକୁ ଯାଇ ଅସନ୍ତୁଷ୍ଟ ବିଜେଡ଼ ଫଳକ ଭାଙ୍ଗି ନିଜର ଦୋଷ ଲୁଚାଇବାକୁ ଯାଇ ସ୍ଥାନୀୟ ସରପଞ୍ଚଙ୍କୁ ଦାୟୀ କରିବା ସମ୍ପୁର୍ଣ୍ଣ ଭିତ୍ତିହିନ ଓ କପୋଳ କଳ୍ପିତ ବୋଲି କହିଥିଲେ। ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟରେ ପ୍ରଶାସନିକ ଅଧିକାରୀ, ବ୍ଲକ, ଜିଲ୍ଲା ଜନପ୍ରତିନିଧି ଓ ବିଧାୟିକାଙ୍କ ଅସହଯୋଗର ପ୍ରତିବାଦ କରିବାରୁ ଏଭଳି ମିଥ୍ୟାଆରୋପ କରାଯାଉଛି ବୋଲି ଶ୍ରୀଯୁକ୍ତ ପୃଷ୍ଟି କହିବା ସହିତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଅପରପକ୍ଷରେ ଏଭଳି ଅଗଣତାନ୍ତ୍ରିକ ବ୍ୟବସ୍ଥା ବିରୋଧରେ ଯୁବ କଂଗ୍ରେସ ପ୍ରତିବାଦ କରିଆସୁଛି, ଆଗାମୀ ଦିନରେ ଲୋକଙ୍କ ସ୍ୱାର୍ଥ ରଖିବାପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ପଛାଇବ ନାହିଁବୋଲି ଦୃଢ଼ତାର ସହ କହିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top