ଫରାସୀ ଭାଷା ସାହିତ୍ୟରେ ଉଚ୍ଚତର ଶିକ୍ଷା ପାଇଁ ଓଡ଼ିଆ ଝିଅଙ୍କ ଫ୍ରାନ୍ସ ଯାତ୍ରା

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) –  ଫ୍ରାନ୍ସର ଲିଓଁସ୍ଥିତ ୟୁନିଭରସିଟି ଲୁମିଏ ଏବଂ ପଣ୍ଡିଚେରୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ୱାକ୍ଷରିତ ରାଜିନାମା ଅନୁଯାୟୀ ଚଳିତ ଶିକ୍ଷାବର୍ଷରେ ଉକ୍ତ ଫରାସୀ ବିଶ୍ୱବିଦ୍ୟାଳୟ ସେଠାରେ ଫରାସୀ ଭାଷା ସାହିତ୍ୟରେ ଉଚ୍ଚତର ଅଧ୍ୟନ ପାଇଁ ପଣ୍ଡିଚେରୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ୩ଜଣ ଛାତ୍ରୀଙ୍କୁ ମାନୋନୀତ କରିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଫରାସୀ ଭାଷା ସାହିତ୍ୟ ବିଭାଗର ଏକମାତ୍ର ଓଡ଼ିଆ ଛାତ୍ରୀ ସୁଶ୍ରୀ ଅରୁନ୍ଧତି ମହାନ୍ତି । ସୁଶ୍ରୀ ମହାନ୍ତି ହେଉଛନ୍ତି ରଶ୍ମିରେଖାା ଓ ପ୍ରେମାନନ୍ଦ ମହାନ୍ତିଙ୍କ ସୁପୁତ୍ରୀ ତଥା ଅବସରପ୍ରାପ୍ତ ପ୍ରଫେସର ଡ଼. ସନାତନ ମହାନ୍ତିଙ୍କ ନାତୁଣୀ । ବିଦେଶରେ ଅଧ୍ୟୟନ ପାଇଁ ମନୋନୀତ ହୋଇଥିବାରୁ ହିତାକାଂକ୍ଷୀ ଓ ବନ୍ଧୁମାନଙ୍କ ଶୁଭେଛା ଆସିବାରେ ଲାଗିଛି । ସୁଶ୍ରୀ ଅରୁନ୍ଧତି ଆସନ୍ତା ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ଫ୍ରାନ୍ସ ଯାତ୍ରା କରିବେ ।

Leave a Reply

Your email address will not be published. Required fields are marked *