ଫଟୋ ଜର୍ଣ୍ଣାଲିଷ୍ଟ ଡଟ୍‌ କମ୍‌ର ଶ୍ରମିକ ଦିବସ

ଭୁବନେଶ୍ୱର,୨ ।୫(ଓଡ଼ିଆ ପୁଅ/ପୀଉଷ ମହାନ୍ତି): ଫଟୋ ଜର୍ଣ୍ଣାଲିଷ୍ଟ ଡଟ୍‌ କମ୍‌ ପକ୍ଷରୁ ସ୍ଥାନୀୟ ଏକ ହୋଟେଲଠାରେ ଶ୍ରମିକ ଦିବସ ଏବଂ ପାରିବାରିକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଫଟୋ ସାମ୍ବାଦିକ ପୀୟୂଷ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ଡ. ବଦ୍ରୀନାଥ ପଟ୍ଟନାୟକ, ସମାଜସେବୀ ତଥା ଶ୍ରମିକ ସଙ୍ଗଠନ ନେତା ମୁରଲୀ ମନୋହର ଶର୍ମା, ଅଭିନେତ୍ରୀ ପିଙ୍କି ପ୍ରଧାନ ପ୍ରମୁଖ ଯୋଗଦେଇ ଶ୍ରମିକ ଦିବସ ଉପରେ ଆଲୋକପାତ କରିଥିଲେ। ଅନ୍ୟପକ୍ଷରେ ଫଟୋ ସାମ୍ବାଦିକମାନେ ବିଭିନ୍ନ ପରିସ୍ଥିତି କିଭଳି କାର୍ଯ୍ୟ କରୁଛନ୍ତି ତାହାର ଉଦାହରଣ ଦେଇ ଅତିଥିମାନେ ପ୍ରସଂଶା କରିଥିଲେ। ଏହି ଅବସରରେ ଫଟୋ ସାମ୍ବାଦିକରୁ ବୈଦୁ୍ୟତିକ ଗଣମାଧ୍ୟମର ସଫଳ ସାମ୍ବାଦିକଭାବେ ଭବାନୀ ପ୍ରସାଦ ଦାସଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ସୁରତରଙ୍ଗ ସହଯୋଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଫଟୋ ସାମ୍ବାଦିକ ଟିକନ ମିଶ୍ର, ବିଶ୍ୱରଞ୍ଜନ ମିଶ୍ର, ଧ୍ରୁବ ମିଶ୍ର, ବୁଲୁ ସାହୁ, ଦୀପକ ମହାପାତ୍ର, ନବୀନ ଦାସ, ଅରବିନ୍ଦ ମହାପାତ୍ର, ଜିତେନ୍ଦ୍ର ମହାନ୍ତି ପ୍ରମୁଖ ସହଯୋଗ କରିବା ସହିତ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *