ଜିଲ୍ଲା ପରିକ୍ରମା

ପ୍ଲାଷ୍ଟିକ ନିଷେଧ ପ୍ରସ୍ତୁତି ବୈଠକ

ପୁରୀ:୧୨/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଗାନ୍ଧିଜୟନ୍ତୀ ଠାରୁ ପୁରୀରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ସମ୍ପୂର୍ଣ୍ଣ ନିଷେଦ କରାଯିବ। ଏଥିପାଇଁ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପୌରସଂସ୍ଥା ଏବଂ ପର୍ଯ୍ୟଟନ ବିଭାଗ ପକ୍ଷରୁ ମିଳିତ ଭାବେ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ ପାଇଁ ସ୍ଥିର କରାଯାଇଛି। ପଲିଥିନ ବିକ୍ରି ବନ୍ଦ ଏବଂ ଜବତ ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯିବ। ଜିଲ୍ଲା ପ୍ରଶାସନ, ପୁଲିସ, ପୌରସଂସ୍ଥା ଓ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ସେଥିରେ ସାମିଲ କରାଯିବ। ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦ୍ଦେଶନାମାକୁ ଜିଲ୍ଲା ପ୍ରଶାସନ ଅପେକ୍ଷା କରିଛି। ଗାନ୍ଧିଜୟନ୍ତୀ ଠାରୁ ପୁରୀ ସହରକୁ ଯେପରି ପଲିଥିନ ଜରି ଆସିନପାରେ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପୌରସଂସ୍ଥା ଓ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଅଠରନଳା, ରେଳଷ୍ଟେସନ, ମଙ୍ଗଳାଘାଟ ଓ ବାଲିଘାଟରେ ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବ। ଆରକ୍ଷୀ ଅଧିକ୍ଷକ ଡାକ୍ତର ସାର୍ଥକ କୁମାର ଷଡଙ୍ଗୀ, ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଡଃ. ଉଦ୍ଧବ ଚନ୍ଦ୍ର ମାଝୀ, ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଭବତାରଣ ସାହୁ, ବନଖଣ୍ଡ ଅଧିକାରୀ ହର୍ଷବର୍ଦ୍ଧନ ଉଦ୍ଗାତୀ, ସହକାରୀ ପର୍ଯ୍ୟଟନ ନିର୍ଦ୍ଦେଶକ ବିଜୟ କୁମାର ଜେନା ବୈଠକରେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top