ଜିଲ୍ଲା ପରିକ୍ରମା

“ପ୍ଲାଷ୍ଟିକ୍ ମୁକ୍ତ ଭଦ୍ରକ – ଏକ କ୍ଷୁଦ୍ର ପ୍ରୟାସ”ର ସଚେତନତା ଶୋଭାଯାତ୍ରା

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) :ଭଦ୍ରକ ଚରମ୍ପାସ୍ଥିତସ୍ଥିତ ସ୍କୁଲ ରୋଡ଼ ପୂଜା ମଣ୍ଡପ ଠାରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ପ୍ଲାଷ୍ଟିକ ପଲିଥିନ୍ ମୁକ୍ତ ଭଦ୍ରକ ସଂପର୍କରେ ଏକ ସଚେତନତା ଶୋଭାଯାତ୍ରା ଓ ସଭା ଅନୁଷ୍ଠିତ ହୋଇଯାଇଛି। ଚରମ୍ପା ବଜାର କମିଟି, ସବୁଜ କ୍ଲବ, ପଲ୍ଲିଶ୍ରୀ ପରିଷଦ, ବାସନ୍ତି ଦୂର୍ଗାପୂଜା କମିଟି, ସୁବାଷ ବାହିନୀ, ଭଦ୍ରକ ରୋଟାରୀ କ୍ଲବ, ମିଡ଼ଟାଉନ୍ ରୋଟାରୀ କ୍ଲବ, ମାରୱାଡ଼ି ଯୁବ ମଂଚ, ବରାଳ ପୋଖରୀ ନାଗରିକ ମଂଚ, ସ୍କୁଲ ରୋଡ଼ ପୂଜାକମିଟି, ୟୁନାଇଟେଡ଼୍ କ୍ଲବ ସମେତ ଅନେକ ସାମାଜିକ ଅନୁଷ୍ଠାନ ଓ ବିଭିନ୍ନ ୱାର୍ଡ଼ରୁ ସ୍ୱୟଂ ସହାୟକ ଗୋଷ୍ଠୀ, ଚରମ୍ପା ସରସ୍ୱତୀ ଶିଶୁ ମନ୍ଦିର, ସାଳନ୍ଦୀ ହସ୍ ପିଟାଲ, ସାଳନ୍ଦୀ ନର୍ସିଂସ୍କୁଲ ସମେତ ଚରମ୍ପା ଅଂଚଳର ଅନେକ ବରିଷ୍ଠ ବ୍ୟକ୍ତିବିଶେଷ ଏହି ସଚେତନତା ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ରୋଟାରୀ କ୍ଲବ ଦ୍ୱାରା ଦିଆଯାଇଥିବା କାଗଜ ନିର୍ମିତ ବ୍ୟାଗ ଓ ସଚେତନତା ବାର୍ତ୍ତା ସମ୍ବଳିତ ପ୍ରଚାର ପତ୍ର ସମସ୍ତ ଦୋକାନୀ ଓ ପଥଚାରୀଙ୍କୁ ବଂଟନ କରାଯାଇଥିଲା। ଭଦ୍ରକ ରେଳ ଷ୍ଟେସନ ଠାରେ ଭଦ୍ରକ ସାଳନ୍ଦୀ ହସ୍ ପିଟାଲର ଡାକ୍ତର ପ୍ରଭାସ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ବିଧାୟକ ନରେନ୍ ପଲାଇ, ଆଇନଜୀବୀ ପୱନ୍ କୁମାର ଶର୍ମା, ଉମର ଅଲ୍ଲି, ରାଜକିଶୋର ଅଗ୍ରୱାଲ୍, ଶେଖର ମହାପାତ୍ର, ରୋଟାରୀୟାନ ଶିଶିର ମିଶ୍ର, ଦିଲ୍ଲିପ୍ କୁମାର ନାୟକ, ବିଜୟ ଜେନା, ସନାତନ ଜେନା, ଗୌରାଙ୍ଗ ପଣ୍ଡା, ସୁବ୍ରତ ଦାସ, ପ୍ରଫୁଲ୍ଲ ସୁତ୍ରଧର, ଗଗନ ରାଉଳ, ରମେଶ ବେହେରା, ଅଶୋକ ବିଶ୍ୱାଳ, କାଉନ୍ ସିଲର ଶ୍ରୀମତି ଉର୍ମିଳା ଚୌଧୁରୀ, କଳ୍ପନା ଜେନା, ଭଦ୍ରକ ଜିଲ୍ଲା ସ୍କୁଲର ଶିକ୍ଷୟତ୍ରୀ ତପସ୍ୱୀନି ଦାସ, ଅନ୍ନପୂର୍ଣ୍ଣା ଦିଦି, ଭଦ୍ରକ ରୋଟାରୀ କ୍ଲବର ସଭାପତି ଶ୍ରୀଯୁକ୍ତ ଅଜିତ୍ କୁମାର ଦାସଙ୍କ ସମେତ ଅନେକ ବୁଦ୍ଧିଜୀବୀ ପଲିଥିନ୍ ମୁକ୍ତ ଭଦ୍ରକ ଗଠନର ଆବଶ୍ୟକତା, ଜନସଚେତନତା ଓ ପ୍ରଶାସନିକ ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ଭଦ୍ରକସ୍ଥିତ ସମସ୍ତ ସ୍ୱେଚ୍ଛାସେବୀ ସଂଗଠନ, ବଣିକ ସଂଘ, ଗଣମାଧ୍ୟମ ପ୍ରତିନିଧି ଓ ଜନପ୍ରତିନିଧିମାନଙ୍କ ସହଯୋଗ ନେଇ ଏହି ପ୍ରୟାସକୁ ଆଗେଇ ନେବା ପାଇଁ ଉପସ୍ଥିତ ଅନେକ ବୁଦ୍ଧିଜୀବୀ ପରାମର୍ଶ ଦେଇଥିଲେ। ଆଇନ୍ ଜୀବୀ ପୱନ କୁମାର ଶର୍ମା ପ୍ରତ୍ୟେକ ବ୍ୟକ୍ତି ନିଜେ ପଲିଥିନ୍ ବ୍ୟବହାରକୁ ବନ୍ଦ କରିବା ସହିତ ଅତି କମରେ ୧୦ଜଣଙ୍କୁ ଏଥିପାଇଁ ସଚେତନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏଥି ସହିତ ଶ୍ରୀ ଶର୍ମା ନିଜେ ପଲିଥିନ୍ ବ୍ୟବହାର ନ କରିବାକୁ ସ୍ଥିର କରିବା ସହିତ ଉପସ୍ଥିତ ସମସ୍ତ ବୁଦ୍ଧିଜୀବିଙ୍କୁ ଏକାଭଳି ଶପଥ ନେବାପାଇଁ ଆହ୍ୱାନ ଦେଇଥିଲେ। ଏହି ସଚେତନତା ଶୋଭାଯାତ୍ରା ଓ ସଭାରେ ଚରମ୍ପା ଅଂଚଳର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଓ ଜନସାଧାରଣ ସାମିଲ ହୋଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top