ପୁରୀ:୨୯/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସ୍ୱଛାସେବୀ ଅନୁଷ୍ଠାନ ଉଦ୍ୟମ ଆନୁକୂଲ୍ୟରେ ୟୁଥ ହଷ୍ଟେଲ ଠାରେ ପାଳିତ ହୋଇଛି ବିଶ୍ୱ ଧରିତ୍ରୀ ଦିବସ। ଶନିପାର ପୂର୍ବାହ୍ନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଗ୍ରାମୀୟ ଉନ୍ନୟନ ପ୍ରକଳ୍ପ ସଂସ୍ଥାର ନିର୍ଦ୍ଦେଶକ ଡଃ ଉଦ୍ଧବ ଚନ୍ଦ୍ର ମାଝୀ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଲେ ଧରିତ୍ରୀ ମାତାଙ୍କର ସୁରକ୍ଷା ପ୍ରତ୍ୟେକଙ୍କର କର୍ତବ୍ୟ। ଧରିତ୍ରୀ ପ୍ରଦୂଷଣ ମୁକ୍ତ ହେଲେ ଜୀବ ଜନ୍ତୁ ଓ ପରିବେଶର ସନ୍ତୁଳନର ସମ୍ଭବ। ଏକ ପ୍ଲାଷ୍ଟିକ ମୁକ୍ତ ବିଶ୍ୱ ଗଠନ ପାଇଁ ସେ ଆହ୍ୱାନ ଦେଇଥିଲେ। ପୁରୀ ବନ୍ୟ ପ୍ରାଣୀ ବନ ଖଣ୍ଡ ଅଧିକାରୀ ହର୍ଷବର୍ଦ୍ଧନ ଉଦଗାତା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପ୍ଲାଷ୍ଟିକ ବ୍ୟବହାରର ବିକଳ୍ପ ଓ ପରିଚାଳନା ଉପରେ ଆଲୋକପାତ କରିଥିଲେ। ସମାଜ ସେବୀ ମଧୁସୂଦନ ମିଶ୍ର, ସ୍ନେହ୍ନଲତା ବଳିୟାରସିଂ, ମାନଦ୍ୱୀପ ଦତ, ଅଜଂନ ଜେନା ଓ ଦେବେନ୍ଦ୍ର ନାରାୟଣ ମିଶ୍ର ବକ୍ତାଭାବେ ଯୋଗଦାନ କରି ପ୍ଲାଷ୍ୟିକ ପରିଚାଳନା ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ଆକ୍ସନ ଗ୍ରୁପର ସଦସ୍ୟ ପ୍ରଦୀପ୍ କୁମାର ମହାରଣା, ସଂଜୟ ପ୍ରଧାନ, ଭାସ୍କର ଚନ୍ଦ୍ର ପୂଜାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଉଦ୍ୟମର ନିର୍ଦ୍ଦେଶକ ପ୍ରଦୀପ କୁମାର ମହାପାତ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଶେଷରେ ପୁରୀ ଜିଲ୍ଲା ଆକ୍ସନ ଗ୍ରୁପର ସଦସ୍ୟ ଜଗବନ୍ଧୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
