ଜିଲ୍ଲା ପରିକ୍ରମା

ପ୍ଲାନେଟୋରିୟମକୁ ବର୍ଷକ ମଧ୍ୟରେ ଆସିଛନ୍ତି ୧.୭୭ ଲକ୍ଷରୁ ଅଧିକ ଦର୍ଶକ

ସମ୍ବଲପୁର, ୨୩/୯ (ଓଡ଼ିଆ ପୁଅ) : ବୁର୍ଲାସ୍ଥିତ ଡ. ଏପିଜେ ଅବଦୁଲ କଲାମ ପ୍ଲାନେଟୋରିୟମ୍କୁ ଆଜି ବର୍ଷେ ପୂରିଛି। ଗତ ବର୍ଷ ଆଜିର ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍ଘାଟନ କରିଥିବା ବେଳେ ଏଯାବତ୍ ୧ ଲକ୍ଷ ୭୭ ହଜାର ୯୮୩ ଜଣ ଆଗନ୍ତୁକ ପ୍ଲାନେଟୋରିୟମ୍ ପରିଦର୍ଶନ କରିଛନ୍ତି। ଏହାସହ ଗତ ବର୍ଷ ୨ ଲକ୍ଷ ୫୯ ହଜାର ୫୬୩ ଜଣ ଆଗନ୍ତୁକ ପ୍ଲାନେଟୋରିୟମ୍ ସଂଲଗ୍ନ ସାଇନ୍ସ ଆଣ୍ଡ ଇଭୋଲୁ୍ୟସନ୍ ପାର୍କ ବୁଲି ଦେଖିଛନ୍ତି। ପ୍ଲାନେଟୋରୟିମ୍ ବର୍ଷ ପୂର୍ତ୍ତି ଅବସରରେ ଭାରପ୍ରାପ୍ତ ଅଧିକାରୀ ଡ. ଜୟଦେବ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ଉପରୋକ୍ତ ସୂଚନା ଦିଆଯାଇଛି। ସମାରୋହରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍) କୁଳପତି ପ୍ରଫେସର ଅଟଳ ଚୌଧୁରୀ ମୁଖ୍ୟଅତିଥି ଓ ସମ୍ବଲପୁର ମହାନଗର ନିଗମ କମିଶନର ବିମଳେନ୍ଦୁ ରାୟ ସମ୍ମାନିତ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସମାରୋହରେ ଚନ୍ଦ୍ର ଓ ମଙ୍ଗଳ ଗ୍ରହ ଅଭିଯାନ ସମ୍ବନ୍ଧରେ ବିଜ୍ଞାନଭିତ୍ତିକ ଚଳଚ୍ଚିତ୍ର ପ୍ରଦର୍ଶନ ସହ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମୌଖିକ ପ୍ରଶ୍ନୋତ୍ତର ଅନୁଷ୍ଠିତ ହୋଇଥିଲା। ଏଥିରେ କୃତୀ ଛାତଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସହକାରୀ ଯନ୍ତ୍ରୀ ରାକେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ବିନାୟକ ଡ୍ୟାନ୍ସ ଗ୍ରୁପ୍ର କଳାକାରମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ସମାରୋହରେ ବୁର୍ଲା ବାଳିକା ହାଇସ୍କୁଲ, ସରକାରୀ ବାଳିକା ହାଇସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଶ୍ରୀ ଅରବିନ୍ଦ ସ୍କୁଲ ଓ ଶାସନସ୍ଥିତ ବିକାଶ ସ୍କୁଲର ଶତଧିକ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top