କୋରାପୁଟ

ପ୍ର . ଅଜିତ କୁମାର ମିତ୍ର ୯ମ ସ୍ମୃତି ବକ୍ତୃତାମାଳା

କୋରାପୁଟ ; ତା୧୫-୦୫-୧୮(ଓଡିଆପୁଅ/ରଂଜନ କୁମାର ଦାସ)ବିଶ୍ଲେଷଣାତ୍ମକ ଆଦିବାସୀ ଗବେଷଣା ପରିଷଦ ଆନୁକୁଲ୍ୟରେ ପ୍ର. ଅଜିତ କୁମାର ମିତ୍ର ୯ ମ ସ୍ମୃତି ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି।କୋଟସର ନିର୍ଦ୍ଦେଶକ ଡ. ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବକ୍ତୃତାମାଳାରେ ଭୁବନେଶ୍ୱରସ୍ଥିତ ନବକୃଷ୍ଣ ଚୈାଧୁରୀ ଉନ୍ନୟନ ଗବେଷଣା ପରିଷଦର ପ୍ରାକ୍ତନ ପ୍ରଫେସର ଡ . ରାଧାମୋହନ ମଲ୍ଲିକ ଯୋଗଦେଇ ଓଡିଶାରେ ଖାଦ୍ୟ ସୁରକ୍ଷା, ଆଦିବାସୀ ଜିବିକା ଓ ପୋଷଣୀୟ ଜଙ୍ଗଳ ବିକାଶ-ହକତାର ଓ ବଂଚିତତା ଶିର୍ଷକ ବକ୍ତୃତା ପ୍ରଦାନ କରିଥିଲେ।କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ଜଙ୍ଗଳ ବିକାଶ ଓ ଆଦିବାସୀଙ୍କ ଜିବିକା ସମସ୍ୟା ଉପରେ ଆଲୋକପାତ କରିଥିଲେ।ପ୍ରଫେସର ଜଗବନ୍ଧୁ ସାମଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ସମ୍ମନ୍ନିତ ଅତିଥିଭାବେ ଯୋଗଦେଇଥିଲେ।କୋଟସର ପ୍ରଫେସର ରବି ନାରାୟଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏହି ବକ୍ତୃତାମାଳାରେ ନାରାୟଣ ପଣ୍ଡା, ଡ. ଏସ .ପି.ଗନ୍ତାୟତ, ଡ.ଅନୁପ କୁମାର ମହାନ୍ତି, ଉମାକାନ୍ତ ଦାଶ, ସୁଧାକର ପଟନାୟକ, ଡ. କାର୍ତିକ ଚନ୍ଦ୍ର ଲେଙ୍କା, ଡ. ଶୁଭେନ୍ଦୁ ଶେଖର ପାଢୀ, ରବି ଶତପଥି, ଅଜିତ ପାତ୍ର, ଡ. ଦାୟାନିଧି ବାଘ, ଘାସିରାମ ବେହେରା ଓକୋଟସର କର୍ମଚାରୀମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top