ପ୍ରୟାସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳୀ ସଭା

ଯାଜପୁର, ୧୮.୮(ଓଡିଆ ପୁଅ/ମାନସ ରାଉତ): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ବିଶିଷ୍ଟ ଜନନାୟକ, ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ବଡଚଣାର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଚଣ୍ଡିଖୋଲ ସ୍ଥିତ ଦୁର୍ଗା ମଣ୍ଡପ ପରିସରରେ ‘ପ୍ରୟାସ’ ସ୍ୱଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ସଭା ସାମ୍ବାଦିକ ଶିବରାମ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅଟଳ ବିହାରୀ ବାଜପେୟୀଙ୍କ ଫଟୋଚିତ୍ରରେ ବିଜେପି ନେତ୍ରୀ ଦେବଜାନୀ ପ୍ରଧାନ ପୁଷ୍ପମାଲ୍ୟ ଓ ପ୍ରଦିପ ପ୍ରଜ୍ଜଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିରେ ‘ପ୍ରୟାସ’ର ସଂପାଦକ ଭାରତ ଭୂଷଣ ପଣ୍ଡା ସ୍ୱାଗତ ଭାଷଣ ଦେବା ସହ ବାଜପେୟୀ ଜୀବନାବଳୀ ଉପରେ ଆଲୋକପାତ କରିଥିଲେ। ଶ୍ରଦ୍ଧାଞ୍ଜଳୀ ସଭାରେ ବଡଚଣା ଥାନାଧିକାରୀ ଶରତଚନ୍ଦ୍ର ପାତ୍ର, ଆଇନଜୀବୀ ଉଦୟନାଥ ସାହୁ, ଦେବରାଜ ବେହେରା, ଚାରଣ ଗୋଷ୍ଠି ଚଣ୍ଡିଖୋଲର ସଂଗଠକ ଉଦୟନାଥ ସାହୁ, ଶିଶୁ ସାହିତ୍ୟକ ଅଭିମନ୍ୟୁ ଧଳ, ଅଧ୍ୟାପକ ସଲିଳ ରାଜନନ୍ଦନ ମହାନ୍ତି, ସମାଜସେବୀ ଅମ୍ବୁଜ କୁମାର ରାଉତ, ବରିଷ୍ଠ ସାମ୍ବାଦିକ ମହେଶ୍ୱର ବଳ, ସାମ୍ବାଦିକ ଅନିରୁଦ୍ଧ ସାମନ୍ତରାୟ, ସମରେନ୍ଦ୍ର ମାହାଲା, ପ୍ରମୋଦ ଜେନା, ହେମେଶ ଜେନା, ସୁରେନ୍ଦ୍ର ସାମଲ, ମନୋଜ ମହାନ୍ତି, ଗବେଷକ ମାନସ ରାଉତ, ବହୁ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ସ୍ୱର୍ଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ତାଙ୍କ ଦ୍ୱାରା ପ୍ରଚଳିତ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନା, ସ୍ୱର୍ଣ୍ଣ ଚତୃଭୁଜ ଓ ନଦୀ ସଂଯୋଗୀ କରଣ ଆଦି ଉନତି ମୂଳକ କାର୍ଯ୍ୟ ତାଙ୍କୁ ଚିରଦିନ ପାଇଁ ଅମର କରି ରଖିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭବତୋଷ ବିଶ୍ୱାଳ, ଅମୀୟ ମହାରଣା, ପ୍ରତାପ ଗୋଚ୍ଛାୟତ, ଅଶୋକ ନାୟକ, ସମ୍ବାଦିକ ଦିଲିପ କୁମାର ମହାନ୍ତି, ବସନ୍ତ ପଲେଇ, ପ୍ରମୋଦ କୁମାର ଜେନା, ସଂଘମିତ୍ରା ଦଳାଇ, ଅନୀତା ବେହେରା, ସଂଘମିତ୍ରା ଦଳାଇ, କାଦମ୍ବିନି ପଣ୍ଡିତ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବାଜପେୟୀଙ୍କ ଫୋଟଛିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରିଥିଲେ।

Leave a Reply

Your email address will not be published. Required fields are marked *