ଓଡ଼ିଶା

ପ୍ରେସର ମାଇନ ବିସ୍ପୋରଣରେ ଦୁଇ ଆହତ ଆଦିବାସୀ ମହିଳାଙ୍କୁ ମାଓ ଗଡରେ ଭାରରେ ମେଡିକାଲକୁ ବୋହିନେଲେ ଯବାନ

ମାଲକାନଗିରି, ୯ା୧( ଓଡିଆ ପୁଅ ) ମାଓବାଦୀ ମାନଙ୍କ ପାଇଁ ସେମାନେ ନୃଶଂସ ହୋଇପାରନ୍ତି, ହେଲେ ସାଧାରଣ ଲୋକଙ୍କ ପାଇଁ ଭଗବାନ ପାଲଟି ଯାଇଛନ୍ତି, ଏହି ଜବାନମାନେ। ଏମିତି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବସ୍ତର ଜିଲ୍ଲାରେ, ମାଓବାଦୀମାନେ ପୋତିଥିବା ପ୍ରେସର ବମ ବିସ୍ପୋରଣ ହୋଇ ଦୁଇଜଣ ଆଦିବାସୀ ମହିଳା ଗୁରୁତର ଭାବେ ଆହତ ହୋଇଥିଲେ। ନିକଟରେ କୌଣସି ଗାଡି ନଥିବାରୁ ସେଠାରେ ପୋଟ୍ରୋଲିଂ କରୁଥିବା ସିଆରପିଏଫ ଜବାନ ମାନେ ସାହସର ସହିତ ସେ ଦୁଇଜଣ ମହିଳାଙ୍କୁ ଭାରରେ ବୋହି ନେଇ ମେଡିକାଲକୁ ଯାଇଥିଲେ। ମାଓଗଡ ହୋଇଥିବାରୁ ଜବାନ ମାନଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ପ୍ରେସର ମାଇନ ପୋତି ଥିଲେ ମଧ୍ୟ ସେଥିପ୍ରତି ଭୃକ୍ଷେପ ନକରି ଜବାନମାନେ ସେହି ମହିଳା ଦୁଇ ଜଣଙ୍କୁ ସାହସର ସହ ବୋହି ନେଇଯାଇଥିଲେ ମେଡିକାଲକୁ। ଗୋଟିଏ ସ୍ଥାନରେ ପ୍ରେସର ମାଇନ ବିସ୍ପୋରଣ ଘଟି ଜଣେ ଜବାନ ଆହତ ହୋଇଥିଲେବି ସେ ଦୁଇ ଆହତ ମହିଳାଙ୍କୁ ମାଓଗଡରେ ଛାଡିନଦେଇ ମେଡିକାଲକୁ ନେଇ ଚିକିତ୍ସା କରିଥିବାର ଜଣାପଡିଛି। ଏହି ଜବାନମାନଙ୍କ ସାହସ ଓ ଦୟାକୁ ସମଗ୍ର ବସ୍ତର ଜିଲ୍ଲା ବାସୀ ଧନ୍ୟବାଦ ଜଣାଇଛନ୍ତି।

ଗତ ୭ ତାରିଖ ଦିନ ଜବାନମାନଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ପୋତିଥିବା ପ୍ରେସର ମାଇନ ବିସ୍ପୋରଣରେ ଦୁଇ ଜଣ ଆଦିବାସୀ ମହିଳା ଆହତ ହୋଇଥିଲେ। ସୀମାନ୍ତ ଛତିଶଗଡ ବସ୍ତର ଜିଲ୍ଲା ଗାଙ୍ଗୁଲର ଥାନା ଅଚଂଳରେ ଶନିବାର ଦିନ ନକ୍ସଲ ପୁଲିସର ଗୁଳି ବନିମୟରେ ଜଣେ ନକ୍ସଲ ନିହତ ହୋଇଥିଲେ, ରବିବାର ସକାଳେ ସେହି ଅଚଂଳକୁ ଜବାନ ମାନେ ସର୍ଚ୍ଚ ଅପରେସନରେ ଯାଇଥିବା ବେଳେ ମାଓବାଦୀମାନେ ସେମାନଙ୍କୁ ଟାର୍ଗେଟ କରି ରାସ୍ତାରେ ପ୍ରେସର ମାଇନ ବିଛାଇଥିଲେ। ଜବାନମାନେ ସେହି ରାସ୍ତାରେ ଫେରିବା ଆଗରୁ ନିକଟସ୍ଥ ଗ୍ରାମର ଦୁଇଜଣ ଆଦିବାସୀ ମହିଳା ସେହି ବାଟରେ ଯାଉଥିବା ବେଳେ ହଠାତ ପ୍ରେସର ବମ ବିସ୍ପୋରଣ ହୋଇଥିଲା। ଏହି ବିସ୍ପୋରଣରେ ଦୁଇଜଣ ମହିଳା କିଛି ବାଟକୁ ଛିଟିକି ପଡି ଆହତ ହୋଇ ଥିଲେ। ଜାଣିବା ପରେ ସଙ୍ଗେ ସଙ୍ଗେ ସେହି ଦୁଇ ଆହତ ମହିଳାଙ୍କୁ ସିଆରପିଏଫ ଜବାନମାନେ ବାଡି ଓ ଲୁଗା ସାହାଯ୍ୟରେ ଭାରରେ କାନ୍ଧେଇ ନିକଟସ୍ଥ ଡାକ୍ତର ଖାନାକୁ ନେଇ ଚିକିତ୍ସା କରିଥିଲେ, ସେମାନଙ୍କ ଅବସ୍ଥା ଗରୁତର ହେବାରୁ ପରେ 108 ଆମ୍ବୁଲାନ୍ସରେ ବସ୍ତର ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ସଙ୍ଗେ ସଙ୍ଗେ ସେ ଦୁଇମହିଳାଙ୍କୁ ଡାକ୍ତର ଖନା ନେଇ ଯାଇଥିବାରୁ ସେମାନଙ୍କ ଜୀବନ ବଚିଂଗଲା ବୋଲି ଡାକ୍ତର ମାନେ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top