ପ୍ରେମ, ପ୍ରତାରଣା ଓ ପରେ ବିବାହ

ଭଦ୍ରକ, ୧୨ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) :  ଭଦ୍ରକ ସହରର ମା’ ବଙ୍କବାସୁଳୀ ମନ୍ଦିରରେ ଏକ ନିଆରା ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରେମିକ ଠାରୁ ପ୍ରତାରିତା ହେବା ପରେ ନ୍ୟାୟ ପାଇଁ ଚିନ୍ତାରେ ଥିବା ପ୍ରେମିକାକୁ  ଶେଷରେ ପ୍ରେମିକ ପତ୍ନୀ ଭାବେ ସ୍ୱୀକାର କରି ମନ୍ଦିରରେ ବିବାହ କରିଛି । ମିଳିଥିବା ଖବର ଅନୁଯାୟୀ ଏହି ଜିଲାର ଧାମନଗର ଚୂଡାକୁଟି  ଗ୍ରାମର ବିକାଶ ପୋହିଙ୍କର ଯାଜପୁର ଜିଲା ପାଲଟପୁର ଗାଁର କାମିନୀ ବେହେରାଙ୍କ ସହ ପ୍ରେମ ସଂପର୍କ ରହିଥିଲା । ଉଭୟ ବେଙ୍ଗଲୁରୁରେ କାମ କରୁଥିବା ବେଳେ ପରସ୍ପରର ନିକଟତର ହୋଇଥିଲେ । ଇତିମଧ୍ୟରେ କାମିନୀ ଗର୍ଭବତୀ ହୋଇଥିଲେ । ଏଥିରେ ବିଚଳିତ ବିକାଶ କାମିନୀଙ୍କ  ଗର୍ଭପାତ କରାଇବାକୁ କିଛିଦିନ ତଳେ ଭଦ୍ରକ ଆସିଥିଲେ । ବିକାଶ କେତେକ ନର୍ସିିଂହୋମକୁ ଯାଇ ଗର୍ଭପାତ କରିବା ଯୋଜନାରେ ବିଫଳ ହେବା ପରେ କାମିନୀଙ୍କୁ ଏକାକୀ ବନ୍ତ ଛକ ପୋଲ ତଳେ ଛାଡିଦେଇ ଚାଲି ଯାଇଥିଲେ ।  କାମିନୀ ପୋଲ ତଳେ କାନ୍ଦୁଥିବା ଦେଖି କିଛି ଲୋକ ମାନବାଧିକାର ପାଇଁ କାମ କରୁଥିବା ମହିଳା ରାଜଲକ୍ଷ୍ମୀ ମହାପାତ୍ରଙ୍କୁ ଖବର କରିଥିଲେ । ରାଜଲକ୍ଷ୍ମୀ ଏଥିରେ ହସ୍ତକ୍ଷେପ କରି କାମିନୀଙ୍କୁ ନ୍ୟାୟ ଦେବା ଲାଗି ପୁଲିସର ସହାୟତା ନେଇଥିଲେ । ପରେ କୋ÷ଶଳକ୍ରମେ ପ୍ରେମିକ ବିକାଶକୁ ଭଦ୍ରକକୁ ଡକାଯାଇଥିଲା । ବିକାଶ ପହଞ୍ଚିବା ପରେ ପୁଲିସ, ମାନବାଧିକାର କର୍ମୀ ତାଙ୍କୁ ଆବଶ୍ୟକ କାଉନସେଲିଂ କରିବା ପରେ ସେ ବିବାହ ପାଇଁ ରାଜି ହୋଇଥିଲା ।

Leave a Reply

Your email address will not be published. Required fields are marked *