ଜଗତସିଂହପୁର

ପ୍ରେମ ପ୍ରତାରଣାର ଶିକାର ନାବାଳିକାର ଥାନାରେ ଅଭିଯୋଗ

ତିର୍ତ୍ତୋଲ ୨-୪ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ଥାନା ଅନ୍ତର୍ଗତ ମୂଳିସିଂ ଗ୍ରାମର ଜଣେ ନାବାଳିକାକୁ ସେହି ଗ୍ରାମର ସନାତନ ସେଠୀଙ୍କ ପୁଅ ବରଦା ସେଠୀ ପ୍ରେମ ଜାଲରେ ଫସାଇ ୨୦୧୭ ଅଗଷ୍ଟମାସରେ ବାଙ୍ଗାଲୋର ନେଇଯାଇଥିଲେ। ସେଠାରେ ୨ ମାସ ଭଡ଼ା ଘରେ ରଖି ବାରମ୍ବାର ନାବାଳିକା ସହିତ ଦୈହିକ ସମ୍ପର୍କ ରଖି ବିବାହର ପ୍ରତିଶୃତି ଦେଇଥିଲେ। କିଛିଦିନ ପରେ ନାବାଳିକାର ବୟସ ୧୭ ଜଣକ ଗର୍ଭବତୀ ହେବାଫଳରେ ନାନା ଅକଥନୀୟ ଅତ୍ୟାଚାର କରିବାପରେ ମୁଳିସିଂ ଗ୍ରାମରେ ଛାଡ଼ି ଫେରାର ହୋଇଯାଇଥିବାବେଳେ ଯୋରଜବର୍ଦସ୍ତ ଗର୍ଭପାତ କରାଯାଇଥିବା ନେଇ ନାବାଳିକା ଜଣକ ତିର୍ତ୍ତୋଲ ବ୍ଲକ ଆଇନ୍ ସହାୟତା କେନ୍ଦ୍ରରେ ଅଭିଯୋଗ କରିଥିଲେ। ବ୍ଲକରେ ଥିବା ଆଇନ ପରାମର୍ଶ ଦାତା ସୁବୋଧ ଚନ୍ଦ୍ର ଖୁଣ୍ଟିଆଙ୍କ ପରାମର୍ଶକ୍ରମେ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି। ବରଦା ଓ ତାଙ୍କ ପରିବାର ପକ୍ଷରୁ ଏହି ନାବାଳିକାକୁ ସିନ୍ଦୁର ଟୋପେ ଦେବାପାଇଁ ଆପାଚି ଗାଡ଼ି, ସୁନା ଚେନ୍, ଫର୍ଣ୍ଣିଚର ଜିନିଷ, ଆସବାବପତ୍ର ସହିତ ୫୦ ହଜାର ଟଙ୍କା ଯୌତୁକ ଦାବି କରାଯାଇଥିବା ନେଇ ନାବାଳିକା ଜଣକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top