ପ୍ରେମ ପାଇଁ ଆତ୍ମହତ୍ୟା

ପୁରୀ ୨୯-୭ (ଓଡ଼ିଆ ପୁଅ) ବିଷପିଇ ଆତ୍ମହତ୍ୟା ପାଇଁ ଅପଚେଷ୍ଟା କଲେ ପ୍ରେମୀ ଯୁଗଳ। ଏହି ଅପଚେଷ୍ଟା କାରଣରୁ ଝିଅଟିର ମୃତ୍ୟୁ ହୋଇଥିବା ବେଳେ, ଗୁରୁତର ଅବସ୍ଥାରେ ପୁଅକୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାଟି ଘଟିଛି ପୁରୀ ସହରରେ। ସୂଚନାନୁଯାୟୀ ଆଶିଷ ପ୍ରଧାନ ନାମକ ଚନ୍ଦନପୁରର ଯୁବକ ଓ ପୁରୀ ବାଲିସାହିର ଜଣେ ଝିଅ ପ୍ରେମ ଜନିତ କୌଣସି କାରଣରୁ ବିଷପିଇ ଆତ୍ମହତ୍ୟା ପାଇଁ ଅପଚେଷ୍ଟା କରିଥିଲେ। ସମୁଦ୍ରକୂଳ ଥାନା ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *