ଓଡ଼ିଶା

ପ୍ରେମୀ ଯୁଗଳଙ୍କୁ ମାଡ଼: ଯୁବତୀଙ୍କୁ ଉଲଗ୍ନ କରି ଭିଡିଓ ଅଶ୍ଳିଳ ଭିଡ଼ିଓ ସୁଟିଂ ଏବଂ ପରେ ଅଶ୍ଳିଳ ଭିଡ଼ିଓ ଭାଇରାଲ

Image source http://www.amyvernon.net/five-steps-to-creating-a-viral-video/

– କେନ୍ଦୁଝରରେ ଚର୍ଚ୍ଚା ଅଭିଯୁକ୍ତଙ୍କୁ ଦଣ୍ଡ ଦେବାକୁ ଅଞ୍ଚଳର ବାସୀଙ୍କ ଦାବି
ତୁରୁମୁଙ୍ଗା ୨-୮ (ଓଡ଼ିଆ ପୁଅ/ସନ୍ତୋଷ ପତି) ଅଶ୍ଳୀଳ ଭିଡ଼ିଓ ଭାଇରାଲ କଲେ କୋଠରରୁ କୋଠର ଦଣ୍ଡ ମିଳିବାର ନିୟମ ରହିଛି। ହେଲେ କୋଠର ଦଣ୍ଡକୁ ଖାତିର ନ କରି ପୁଣି ପ୍ରେମୀ ଯୁଗଳଙ୍କୁ ମାଡ଼ ମାରି ପ୍ରେମିକାକୁ ଉଲଗ୍ନ କରି ମୋବାଇଲରେ ଭିଡିଓ ଉତ୍ତୋଳନ କରାଯାଇଥିବା ଭିଡିଓ ଏବେ ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲୁଛି ଯାହା ଏବେ ସମଗ୍ର କେନ୍ଦୁଝର ଜିଲ୍ଲାରେ ଚର୍ଚ୍ଚା ହେଉଛି ଭିଡିଓଟିରେ ୮ ରୁ ୧୦ ଜଣ ବ୍ୟକ୍ତି ପ୍ରେମି ଯୁଗଳଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ପ୍ରଚୁର ମାଡ଼ ମାରି ଯୁବତୀଙ୍କୁ ଉଲଗ୍ନ କରି ଭିଡିଓ ଉତ୍ତୋଳନ କରାଯିବା ସହିତ ଯୁବତୀଙ୍କ ଗୁପ୍ତାଙ୍ଗରେ ହାତ ପୁରେଇବା ଭଳି ଦୃଶ୍ୟ ଭିଡିଓରେ ଜଣାପଡିଛି। ତେବେ ଯୁବକଙ୍କ ଘର ତୁରୁମୁଙ୍ଗା ଥାନା ଅଞ୍ଚଳରେ ହେଇଥିବା ଭିଡିଓଟିରେ ଯୁବକ ଜଣକ କହୁଛନ୍ତି। ପୂର୍ବତନ ଏସ୍ପି ରାଜେଶ ପଣ୍ଡିତ ଥିବା ସମୟରେ କିଛି ଦିନ ପୂର୍ବରୁ କେନ୍ଦୁଝର ଜିଲାରେ ଦୁଇ ଦୁଇଟି ଭିଡିଓ ଭାଇରଲ ହେଇଥିଲେ ମଧ୍ୟ କାହାରିକୁ ଗିରଫ କରାଯାଇ ନ ଥିବା ବେଳେ ଏ ଘଟଣା ଏବେ ତୀବ୍ର ରୂପ ନେବାର ଅନୁମାନ କରାଯାଉଛି। ଘଟଣା ସମ୍ପର୍କରେ ଵର୍ତ୍ତମାନ ଆରକ୍ଷୀ ଅଧିକ୍ଷକ ଜୟ ନାରାୟଣ ପଙ୍କଜଙ୍କୁ ପଚାରିବାରୁ ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top