ଓଡ଼ିଶା

ପ୍ରେମୀ ଯୁଗଳଙ୍କୁ ମାଡ଼ ମାରି ଉଲଗ୍ନ କରି ଭିଡିଓ ଉତ୍ତୋଳନ କରି ଭାଇରଲ କରାଯାଇଥିବା ଘଟଣାରେ ୩ ଗିରଫ ନାବାଳକ ଅଟକ

ତୁରୁମୁଙ୍ଗା ୩-୮ (ଓଡ଼ିଆ ପୁଅ/ସନ୍ତୋଷ ପତି) ଦୁଇ ପ୍ରେମୀ ଯୁଗଳଙ୍କୁ ମାଡ ମାରି ଅସଭ୍ୟ ଭାଷା ପ୍ରୟୋଗ କରି ଜୋର ଜୋର ଜବରଦସ୍ତ ଉଲଗ୍ନ କରି ଯୁବତୀଙ୍କ ଉଲଗ୍ନ ଚିତ୍ରକୁ ମୋବାଇଲରେ ଉଠାଇ ଭାଇରାଲ କରିଥିବା ଘଟଣା ଗତକାଲି ୱେବ ପେପର ଓଡ଼ିଆ ପୁଅ ପ୍ରକାଶ ପାଇବା ପରେ ଆଜି ତୁରୁମୁଙ୍ଗା ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ୪ ଜଣ ହେଲେ ତୁରୁମଙ୍ଗା ଥାନା ନୂଆଗାଁର ପ୍ରହଲ୍ଲାଦ ନାଏକ ୩୦, ହରିଶ ନାଏକ ୩୦, ସଦର ଥାନା ବଡ଼ପଶି ଗ୍ରାମର ପ୍ରତାପ ନାଏକ, ୨୫ ଓ ଜଣେ ନାବାଳକ। ଗତ ରଥଯାତ୍ରା ଦିନ ଏହି ଭିଡ଼ିଓ ଟି ଉତ୍ତୋଳନ ହୋଇଥିବା ଜଣାପଡ଼ିଥିବା ବେଳେ ୫ ଦିନ ପୂର୍ବରୁ ଏହାକୁ ଭାଇରାଲ କରିଥିଲେ। ଏ ଘଟଣା ସମ୍ପର୍କରେ ଗଣମାଧ୍ୟମରୁ ଏସ୍ପି ଜାଣିବା ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଭୟ ସଦର ପୋଲିସ ଓ ତୁରୁମୁଙ୍ଗା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ଗତକାଲି ତୁରୁମୁଙ୍ଗା ଥାନା ଅଧିକାରୀ ଉଭୟ ଗ୍ରାମରେ ଚଢ଼ାଉ କରି ଏହି ୪ ଜଣଙ୍କୁ ଗିରଫ କରିଛନ୍ତି ତେବେ ଏହି ଘଟଣାରେ ଆହୁରି ବ୍ୟକ୍ତି ସାମିଲ ଥିବା ଜଣା ପଡିଥିବା ବେଳେ ଅନ୍ୟମାନେ ଫେରାର ଥିବା ଥାନା ଅଧିକାରୀ ସୂଚନା ଦେବା ସହିତ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି। ଏହି ୪ ଅଭିଯୁକ୍ତଙ୍କୁ ତୁରୁମୁଙ୍ଗା ଥନା କେଶ ନମ୍ବର ୮୨/୧୮ ଆଇପିସି ଧାରା ୩୪୧, ୨୯୪, ୩୨୩, ୩୫୪, ୩୫୪ଏ, ୩୫୪ବି, ୩୭୯, ୫୦୬, ୫୦୯, ୩୪ଆଇପିସି, ୬୬ଇ, ୬୭, ୬୭ବି, ଆଇଟି ଆକ୍ଟ ସେକ୍ସନ ୮, ୧୨ ପୋସ୍କୋ ସେକ୍ସନ ୬, ଆଇଆରଡ଼ବ୍ଲୁ ଏ, ଏସ, ଏଫ ରେ ତୁରୁମୁଙ୍ଗା ପୋଲିସ ଗିରଫ କରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top