ଅପରାଧ

ପ୍ରେମିକର ଗୁପ୍ତାଙ୍ଗ କାଟିବା ଘଟଣାରେ ବିବାହିତା ପ୍ରେମିକା ଗିରଫ

ହରିଚନ୍ଦନପୁର, ତା ୯ ନଭେମ୍ବର(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁର ଥାନା ଅନ୍ତର୍ଗତ ଜାମୁଜୋଡି ଗ୍ରାମ ପଞ୍ଚାୟତର ବଡନୂଆଗାଁ ଗ୍ରାମର ଜଣେ ମହିଳାଙ୍କ ସହ ପରକ୍ରୀୟା ପ୍ରିତିରେ ସାମାନ୍ୟ ଝଗଡାକୁ ନେଇ ଝାରବେଡା ଗ୍ରାମର ରାଜେନ୍ଦ୍ର ନାଏକ (୨୫)ଙ୍କ ଗୁପ୍ତାଙ୍ଗ କାଟିବା ଘଟଣାରେ ଉକ୍ତ ମହିଳାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଥାନାରୁ ମିଳିଥିବା ସୂଚନା ଅନୂଯାୟୀ ପ୍ରେମିକ ରାଜେନ୍ଦ୍ରଙ୍କ ସହ କମଳା ପାତ୍ର(୨୪)ଙ୍କ ସହ କିଛିବର୍ଷ ପ୍ରେମ ସମ୍ପର୍କ ଗଢିଉଠିଥିଲା। ରାଜେନ୍ଦ୍ର ଚେନ୍ନାଇ ଠାରେ ଏକ ଘରଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଚେନ୍ନାଇରୁ ଛୁଟି ନେଇ ଘରକୁ ଯେବେ ଆସନ୍ତି କମଳା ପାତ୍ରଙ୍କ ଘରେ ସମ୍ପର୍କୀୟ ଭାଇର ପରିଚୟ ଦେଇ ରହିଥାନ୍ତି। ରହିବା ମଧ୍ୟରେ କମଳାଙ୍କ ସହ ରାଜେନ୍ଦ୍ରର ଦିନକୁ ଦିନ ପ୍ରେମ ସମ୍ପର୍କ ନିବିଡ ହୋବା ସହ ଶାରୀରିକ ସମ୍ପର୍କ ଗଢି ଉଠିଥିଲା। ଛୁଟି ସାରି ରାଜେନ୍ଦ୍ର ଚେନ୍ନାଇକୁ ଯିବା ପରେ କମଳାଙ୍କ ଚରିତ୍ରକୁ ସନ୍ଦେହ କରି ଫୋନ ଯୋଗେ ବିଭିନ୍ନ ଭାଷାରେ ଗାଳିଗୁଲଜ କରିଥାନ୍ତି। ସମ୍ପୃକ୍ତ ଘଟଣା ଦିନ ମଧ୍ୟ କମଳାଙ୍କ ଚରିତ୍ରକୁ ସନ୍ଦେହ କରି ଅନ୍ୟ କାହା ସହ ସମ୍ପର୍କ ରଖିଛୁ କହି ରାଜେନ୍ଦ୍ର ଅନେକ ଝଗଡା କରିଥିଲେ। କମଳା ରାଗି ଯାଇ ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ଏକ ଧାରୁଆ ଅସ୍ତ୍ରରେ ରାଜେନ୍ଦ୍ରଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିବା ନିଜେ ପ୍ରକାଶ କରିଛନ୍ତି। ସ୍ଥାନୀୟ ପୋଲିସ ଘଟଣାସ୍ଥଳକୁ ଯାଇ ଘର ପଛ ପାଖରେ ଏକ ବାଲି ଗଦା ଖୋଳି କଟାଯାଇଥିବା ଗୁପ୍ତାଙ୍ଗକୁ ଉଦ୍ଧାର କରିବା ସହ ବ୍ୟବହୃତ ହୋଇଥିବା ଅସ୍ତ୍ରଟିକୁ ଜବତ କରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top