କବିତା

ପ୍ରୀତିର ଚେନାଏ ହସ

ତ୍ରିଲୋଚନ ଦାସ

ବୁକୁତଳେ ଯେଣୁ ଅସରା ଦୁଃଖଟା
କଡ ଲେଉଟାଇଲାଣି,
ଆଖିରେ ଆଖିଏ ଲୋତକ ଶ୍ରାବଣୀ
ମନରେ ଅବ୍ୟକ୍ତ ବହ୍ନି ॥

ବେଳାଭୂମି ଆଜି ନିର୍ଜୀବ ପରାଏ
ସାଗରର ଖର ଶ୍ୱାସେ,
ଅଳସୀ ନଈକୁ ଭେଟିନି ସାଗର
ଅତୃପ୍ତ ଶୃଙ୍ଗାର ରସେ ॥

ଉଦାସି ମନରେ ଝଡ ଆସେ ମାଡି
ଶୁଭୁଅଛି ପ୍ରତିଧ୍ୱନି,
ବୁକୁତଳେ ଯେଣୁ ଅସରା ଦୁଃଖଟା
କଡ ଲେଉଟାଇଲାଣି।୧।

ଘନ ଅନ୍ଧକାର କାଳିମା ଭିତରେ
ଜୀବନର ଅବସୋସ
ପ୍ରେମିକ ଖୋଜୁଛି ପ୍ରେମିକା ଅଧରେ
ପ୍ରୀତିର ଚେନାଏ ହସ ॥

ପୁଣ୍ୟ ତ ସପନ ସନ୍ଦେହୀ ମନ
ପାପର କୋଇଲା ଖଣି
ବୁକୁତଳେ ଯେଣୁ ଅସରା ଦୁଃଖଟା
କଡ଼ ଲେଉଟାଇଲାଣି।୨।

ଶ୍ରୀବିହାର, ପୋ/ଜି- ଖୋର୍ଦ୍ଧା,
ପିନ୍ -୭୫୨୦୫୫, ଓଡିଶା

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top