ad
ଜିଲ୍ଲା ପରିକ୍ରମା

ପ୍ରିଜାଇଡ଼ିଂ ଅଫିସରଙ୍କ ତାଲିମ ପ୍ରସ୍ତୁତି ବୈଠକ

ପୁରୀ, ୧୩/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଆସନ୍ତା ନିର୍ବାଚନ ସୁପରିଚାଳନା ପାଇଁ ପ୍ରିଜାଇଡ଼ିଂ ଅଫିସରଙ୍କ ତାଲିମ ଆସନ୍ତା ୧୮ତାରିଖରୁ ଆରମ୍ଭ ହେବ। ଏହା ଚଳିତ ମାସ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲାପାଳ ବିନୟକୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ସାମନ୍ତ ସ୍ୱୟଂଶାସିତ ମହାବିଦ୍ୟାଳୟର ୧୨ଟି କକ୍ଷକୁ ସଂରକ୍ଷଣ ରଖାଯାଇଛି। ୧୮ତାରିଖରେ କାକଟପୁର ନିର୍ବାଚନ ମଣ୍ଡଳୀର ୫୬୯ ଜଣ ପ୍ରିଜାଇଡ଼ିଂ ଅଫିସର, ୧୯ରେ ନିମାପଡ଼ାର ୫୬୪ ଜଣ, ୨୦ ଓ୨୧ରେ ପୁରୀ ନିର୍ବାଚନ ମଣ୍ଡଳୀର ୮୬୮ ଜଣ, ୨୨ରେ ବ୍ରହ୍ମଗିରି ପାଇଁ ୫୪୦ ଜଣ ୨୩ ତାରିଖରେ ସତ୍ୟବାଦୀ ନିମନ୍ତେ ୩୪୭ ଜଣ ପ୍ରିଜାଇଡ଼ିଂ ଅଫିସରମାନଙ୍କୁ ତାଲିମ ପ୍ରଦାନ କରାଯିବ। ଏଥିପାଇଁ ପ୍ରତି ୫ଜଣରେ ଗୋଟିଏ ଲେଖାଏଁ ଇଭିଏମ୍ ଭୋଟିଂ ମେସିନ୍ ପ୍ରଦାନ କରାଯାଇ ପ୍ରତ୍ୟକ୍ଷ ତାଲିମ୍ ଦିଆଯିବ। ନିର୍ବାଚନ ପରିଚାଳନା ଓ ମତଦାନ ସଂପର୍କିତ ତାଲିମ୍ ଜିଲାପାଳ ଜ୍ୟୋତି ପ୍ରକାଶ ଦାସଙ୍କ ତତ୍ୱାବଧାନରେ କରାଯିବ। ଏଥିପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଉକ୍ତ ତାଲିମ ଶିବିର ପ୍ରତ୍ୟେକ ଦିନ ସକାଳୁ ସାଢେ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନିର୍ବାଚନ ଡ଼େପୁଟି କଲେକ୍ଟର ସୁମନ୍ତ କର, ପିକେଡ଼ିଏ ସଚିବ ଶୁଭାଶିଷ ମାନସିଂ, ତହସିଲଦାର ବରଣ୍ୟେନ୍ଦୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top