ପ୍ରାଧ୍ୟାପକ ଡକ୍ଟର ଦୃର୍ଗାମାଧବ ପୃଷ୍ଟିଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା

ଡେଙ୍କାନାଳ,୧୨/୧୦(ଓଡିଆପୁଅ/ଏମ୍ ରାଉତ) ଓଡପଡା ପଂଚାୟତ ସମିିତିରେ ଦୀର୍ଘ ଦିନ ଧରି କାର୍ଯ୍ୟରତ ଥିବା ଓଡିଆ ବିଭାଗର ପ୍ରାଧ୍ୟାପକ ଡକ୍ଟର ଦୃର୍ଗାମାଧବ ପୃଷ୍ଟିଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଲେଜ ଅଧ୍ୟକ୍ଷ ବିନୟ କୁମାର ପଣ୍ଡା ସଭାପତିତ୍ୱ କରିଥିବା ବେଳେ ପ୍ରକ୍ତନ ଅଧ୍ୟକ୍ଷ ହରେକୃଷ୍ଣ କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡକ୍ଟର ପଷ୍ଟିଙ୍କ କଲେଜ ପ୍ରତି ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହିତ ତାଙ୍କ ଉପଢ଼ୌକନ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦେଇଥିଲେ । ଏଥିରେ ଅଧ୍ୟାପିକା ଡକ୍ଟର ସୁଚେତା ମିଶ୍ର, ଅଧ୍ୟାପକ ଡକ୍ଟର ଦିନାନାଥ ଦାସ, ସମ୍ବୁନାଥ ପ୍ରଧାନ, ଡକ୍ଟର ରମେଶ ମହାପାତ୍ର, ବିମ୍ବାଧର ବରହାଙ୍କ ସମେତ ସମସ୍ତ କର୍ମଚାରୀ ତାଙ୍କ କୃତିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଅଧ୍ୟାପକ ବିଜୟ ସାହୁ ମାନପତ୍ର ପାଠ କରିଥିବା ବେଳେ ,ଗୁରୁ ଚରଣ ରାଉତରାୟ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

M Rout

i am journalist competed DJMC and work as a Social Worker VicePresident of Society for Heath Education Environment & integrated Development (SHEEID)

Leave a Reply

Your email address will not be published. Required fields are marked *