ଜିଲ୍ଲା ପରିକ୍ରମା

ପ୍ରାଥମିକ ଶିକ୍ଷା ଡିପ୍ଲୋମା ପ୍ରଶିକ୍ଷଣ କର୍ମଶାଳା

ରାଉରକେଲା ୧୮-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ(ଏନଆଇଓଏସ) ପକ୍ଷରୁ ପ୍ରିୟଦର୍ଶନୀ ମହିଳା ମହାବିଦ୍ୟାଳୟ ଆନୁକୂଲ୍ୟରେ ପ୍ରାଥମିକ ଶିକ୍ଷା ଡିପ୍ଲୋମା ପ୍ରଶିକ୍ଷଣ କେନ୍ଦ୍ର ଶିକ୍ଷକ ପ୍ରଶିକ୍ଷାର୍ଥୀ ମାନଙ୍କ ଦ୍ୱାରା କର୍ମଶାଳାର ଶେଷ ଦିନରେ ଶିକ୍ଷାଦାନ ସମ୍ପର୍କୀତ ସାମଗ୍ରୀ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଶ୍ରେଣୀ ଗୃହରେ ଶିକ୍ଷାଦାନ ବ୍ୟବସ୍ଥାକୁ ସୁଦୃଢ କରିବା ସହ ଶୈକ୍ଷିକ ପ୍ରକ୍ରୀୟାକୁ ସମୃଦ୍ଧ ଓ ଶକ୍ତିଶାଳୀ କରିବା ପାଇଁ ଶିକ୍ଷଣ ସାମଗ୍ରୀର ଆବଶ୍ୟକତା ଏକାନ୍ତ ଅପରିହାର୍ଯ୍ୟ। ଏହାଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ବୋଧଶକ୍ତିର ଅଭିବୃଦ୍ଧି ଘଟିବା ସହିତ ଚିନ୍ତନ ଓ ଚେତନାର କ୍ରୀୟାଶୀଳତା ସୃଷ୍ଟି ହେବା ସହ ସୃଜନଶୀଳତାର ବିକାଶ ଘଟେ। ପ୍ରାଥମିକ ଶିକ୍ଷା ଡିପ୍ଲୋମା ପ୍ରଶିକ୍ଷଣ କେନ୍ଦ୍ରର ସଂଯୋଜିକା ତଥା ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟର ଶିକ୍ଷା ବିଭାଗ ମୁଖ୍ୟ ପ୍ରାଧ୍ୟାପିକା ଶୁଭ୍ରା ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ, ପରାମର୍ଶ ଓ ନିର୍ଦ୍ଦେଶନାରେ ପରିଚାଳିତ ସଂପୃକ୍ତ ଶୈକ୍ଷିକ ତାଲିମ କାର୍ଯ୍ୟକ୍ରମରେ ଶିକ୍ଷକ, ପ୍ରଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ବିଭିନ୍ନ ବର୍ଜ୍ୟବସ୍ତୁରେ ପ୍ରସ୍ତୁତ ସ୍ୱଚ୍ଛ ମୂଲ୍ୟର ଶିକ୍ଷଣ ସାମଗ୍ରୀ ମାଧ୍ୟମରେ ଶିକ୍ଷା ଓ ଶିକ୍ଷଣୀୟ ପ୍ରକ୍ରୀୟା ସଂପାଦନ କରାଯାଇଥିଲା। ଶିକ୍ଷଣୀୟ ସାମଗ୍ରୀ ପ୍ରଦର୍ଶନ କାର୍ଯ୍ୟକ୍ରମର ବିଚାରକ ମଣ୍ଡଳୀ ଭାବେ ଶିକ୍ଷାବିତ ଅନ୍ନଦା ପ୍ରସାଦ ମହାପାତ୍ର, ସାଧନ କେନ୍ଦ୍ର ସଂଯୋଜିକା ସଚଳା ପଣ୍ଡା ଓ ଅଧ୍ୟାପିକା ଗୀତିକା ପଟେଲ ଶିକ୍ଷଣୀୟ ସାମଗ୍ରୀ ଓ ଶିକ୍ଷକ ପ୍ରଶିକ୍ଷାର୍ଥୀ ମାନଙ୍କୁ ତଦାରଖ କରିଥିଲେ। ପ୍ରଶିକ୍ଷଣ କେନ୍ଦ୍ରର ସଂଯୋଜିକା, ସାଧନ ପୁରୁଷ, ଶିକ୍ଷକ ପ୍ରଶିକ୍ଷାର୍ଥୀ, ମହାବିଦ୍ୟାଳୟର ଅଧ୍ୟାପିକା ତଥା ଛାତ୍ରୀ ମାନେ ଏହି ଅବସରରେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top