ଜିଲ୍ଲା ପରିକ୍ରମା

ପ୍ରାଥମିକ ଶିକ୍ଷାର ବିକାଶ କ୍ଷେତ୍ରରେ ଉଦାହରଣ ଗୁରୁଦିବସରେ ପୁରସ୍କୃତ ହେଲେ ରାୟଗଡାର ଜଗଦୀଶଚନ୍ଦ୍ର ଦୋରା

ରାୟଗଡା, ୪।୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ପ୍ରାଥମିକ ଶିକ୍ଷାର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ ପାଇଁ ରାୟଗଡା ଜିଲାର ବରିଷ୍ଟ ସହକାରୀ ଶିକ୍ଷକ ଜଗଦୀଶ ଚନ୍ଦ୍ର ଦୋରା ରାଜ୍ୟସ୍ତରିୟ ପୁରସ୍କାର ପାଇବାପାଇଁ ବିବେଚିତ ହୋଇଛନ୍ତି। ରାୟଗଡା ବ୍ଲକ ବୀରନାରାୟଣପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଏହି ଶିକ୍ଷକ ଗୁରୁଦିସବ ଅବସରରେ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷାମନ୍ତ୍ରୀଙ୍କ ଦ୍ୱାରା ଏହି ପୁରସ୍କାର ଦିଆଯାଇଛି। ଶିକ୍ଷାର ବିକାଶ ଦିଗରେ ଗୋଟିଏ ଉତ୍ତମ ସ୍କୁଲ ଗଠନ କରିବା, ଛାତ୍ରୀଛାତ୍ରଙ୍କୁ ସ୍କୁଲମୁହାଁ କରାଇବା ସହ ସେମାନଙ୍କଠାରେ ଶିକ୍ଷାପ୍ରତି ଆଗ୍ରହ ଜନ୍ମାଇବା ଏବଂ ସ୍କୁଲସହ ଅବିଭାବକଙ୍କୁ ସ୍କୁଲସହ ଯୋଡିବା ଭଳି କାର୍ଯ୍ୟ ସମ୍ପାଦନା କ୍ଷେତ୍ରରେ ଶିକ୍ଷଙ୍କ ଠାର ରହିଥିବା ଦକ୍ଷତାର ପ୍ରମାଣିକୃତ ବିବରଣୀ ପ୍ରଦାନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଥିଲା। ସାରା ଜିଲାରୁ ଏହି ପ୍ରକ୍ରୀୟାରେ ଭାଗନେବାପାଇଁ ବହୁ ଶିକ୍ଷକ ଆବେଦନ କରିଥିଲେ। ତେବେ ଜିଲାସ୍ତରୀୟ କମିଟି ସମସ୍ତ ଅବେଦନକୁ ବିଚାରକୁ ନେବାପରେ ଜିଲାପାଳଙ୍କ ଦସ୍ତଖତ ପରେ ରାୟଗଡା ବ୍ଲକ କତ୍ତାପେଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୀରନାରାୟଣପୁର ପିୟୁପି ସ୍କୁଲର ବରିଷ୍ଟ ସହକାରୀ ଶିକ୍ଷକ ଜଗଦୀଶଚନ୍ଦ୍ର ଦୋରାଙ୍କ ନାମକୁ ଜିଲା ପ୍ରଶାସନ ସୁପାରିଶ କରିଥିଲେ। ତେବେ ରାଜ୍ୟ ସ୍ୱୀକୃତି କମିଟି ୩୦ଟି ଜିଲାରୁ ଆସିଥିବା ଶିକ୍ଷକଙ୍କ କାର୍ଯ୍ୟଦକ୍ଷତାର ବିବରଣୀ ବିଚାର କରିବା ପରେ ରାଜ୍ୟର୨୮ଜଣଙ୍କୁ ପୁରସ୍କୃତ କରିବାପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତାଲିକା ପ୍ରକାଶ ପାଇଥିଲା। ଶିକ୍ଷକ ଜଗଦୀଶଚନ୍ଦ୍ର ଦୋରା ରାୟଗଡା ସହରରେ ରହିଆସୁଥିବା ବେଳେ କୋଲନରା ଗ୍ରାମର ସ୍ୱର୍ଗତ ଗୋପିନାଥ ଦୋରାଙ୍କ ପୁଅ। ତେବେ ସର୍ବପଲ୍ଲୀ ରାଧାକ୍ରୀଷ୍ଣାନଙ୍କ ଜନ୍ମଦିନ ସେପ୍ଟେମ୍ବର ୫ ଅବସରରେ ରାଜଧାନୀ ଭୁବନେଶ୍ୱର ଜୟଦେବ ଭବନଠାରେ ସେ ପୁରସ୍କୃାର ଗ୍ରହଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top