ଖୋର୍ଦ୍ଧା

ପ୍ରାଣନାଥ କଲେଜ ୧୯୯୨ ଗ୍ରାଜୁଏଟ୍ ଙ୍କ ବନ୍ଧୁ ମିଳନ

ଖୋର୍ଦ୍ଧା ୪-୨ (ଓଡ଼ିଆ ପୁଅ) : ସ୍ଥାନୀୟ ବରୁଣେଇର ପାଦ ଦେଶରେ ପ୍ରାଣନାଥ ମହାବିଦ୍ୟାଳୟର ୧୯୯୨ ମସିହା ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ର ମାନଙ୍କର ଏକ ବନ୍ଦୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ବିବେକାନନ୍ଦ ଇନ୍ ଷ୍ଟିଚ୍ୟୁଟ୍ ର ଅଧ୍ୟକ୍ଷ ଶିକ୍ଷାବିତ୍ ଡକ୍ଟର ଧିରେନ୍ଦ୍ର ନନ୍ଦଙ୍କ ସଂଯୋଜନାରେ ଆୟୋଜିତ ହୋଇଯାଇଛି। ଦୀର୍ଘ ୨୬ ବର୍ଷ ପରେ ଏକାଠି ହୋଇଥିବା ଏହି ବନ୍ଧୁମାନେ ପରଷ୍ପରକୁ ଦେଖିବାପରେ ଭାବ ବିହ୍ୱୋଳ ହୋଇଯାଇଥିଲେ। ଚଳିତବର୍ଷ ଠାରୁ ପ୍ରତିବର୍ଷ ୧୯୯୨ ମସିହା ସ୍ନାତକ ଡିଗ୍ରୀଧାରୀ ମାନଙ୍କର ବନ୍ଧୁ ମିଳନ ଏହି ବରୁଣେଇ ଠାରେ କରାଯିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା। ଏହାଦ୍ୱାରା ସମସ୍ତଙ୍କ ମଧ୍ୟରେ ସ୍ନେହଁ ପ୍ରେମ ଦୃଢିଭୂତ ହେବ ଏବଂ ସ୍ଥାନୀୟ ଅଂଚଳରେ ସମାଜ କଲ୍ୟାଣ କାର୍ଯ୍ୟସବୁ କରି ହେବ। ଆମକୁ ଯେଉଁ ମହାବିଦ୍ୟାଳୟ ଶିକ୍ଷା ଦେଇ ଆଜିର ସ୍ଥିତିରେ ପହଂଚାଇ ପାରିଛି ତାର ସୁରକ୍ଷା ତଥା ସର୍ବାଙ୍ଗୀନ ଉନ୍ନତି କରିବା ଦିଗରେ ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରୀ ରହିବ ବୋଲି ସମସ୍ତ ବନ୍ଧୁ ମାନେ ମତ ପ୍ରକାଶ କରିଥିଲେ। ନିଉଜ୍ ସେଭେନ୍ ର ସଂପାଦକ ଅର୍ଦ୍ଦେନ୍ଦୁ ଶେଖର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସିଆରପିଏଫ୍ ର ସେକେଣ୍ଡ୍ କମାଣ୍ଡାଂଟ୍ ପ୍ରଶାନ୍ତ କୁମାର ସାହୁ, ଅଶ୍ୱନୀ କୁମାର ଦାସ, ଶୁଭେନ୍ଦୁ କୁମାର ଦାସ, ଅରବିନ୍ଦ ମହାନ୍ତି, ଅମ୍ବିକା ପ୍ରସାଦ ମହାପାତ୍ର, ମହମ୍ମଦ ନିଆଜୁଦ୍ଦିନ୍, କାଳୀ ପ୍ରସାଦ ପଣ୍ଡା, ପ୍ରକାଶ ଚନ୍ଦ୍ର ମଙ୍ଗରାଜ, ସନ୍ୟାସୀ ନାୟକ, ସତ୍ୟ ସ୍ୱରୂପ ତ୍ରିପାଠୀ, ମଙ୍ଗୁଳି ଚରଣ ନିଶାଙ୍କ, ଦେବ ନାରାୟଣ ମହାପାତ୍ର, ବେଣୁଧର ସେଠୀ, ବିଭୂତି ମହାରଣା, ନବକିଶୋର ପାତ୍ର, ବ୍ରହ୍ମାଦେବ ଜଗଦେବ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top