ଜିଲ୍ଲା ପରିକ୍ରମା

ପ୍ରାଣକୃଷ୍ଣ ସଂସ୍କୃତ ବିଦ୍ୟାଳୟର ଯଶସ୍ୱୀ ଶିକ୍ଷକ ନିରଞ୍ଜନ ପାଢୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଓ ରାଜ୍ୟପୁରସ୍କାରପ୍ରାପ୍ତ ଶୈଳେନ୍ଦ୍ର ନାରାୟଣ ପାଢୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) :   ଅଗ୍ରଣୀ ଶିକ୍ଷାନୁଷ୍ଠାନ ପ୍ରାଣକୃଷ୍ଣ ସଂସ୍କୃତ ବିଦ୍ୟାଳୟର ଯଶସ୍ୱୀ ସହକାରୀ ବିଜ୍ଞାନ ଶିକ୍ଷକ ନିରଞ୍ଜନ ପାଢୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ସେହିପରି ଏହି ବିଦ୍ୟାଳୟର କର୍ମରତ, ଛାତ୍ରବସôଳ ତଥା ରାଜ୍ୟପୁରସ୍କାର ପ୍ରାପ୍ତଶିକ୍ଷକ ଶୈଳେନ୍ଦ୍ର ନାରାୟଣ ପାଢୀଙ୍କୁ ସମ୍ବିର୍ଦ୍ଧିତ କରାଯାଇଥିଲା । ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଉସôବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆନନ୍ଦବିହାରି ପତ୍ତ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସôବରେ ଗୋଷ୍ଠୀ ଶିକ୍ଷାଧିକାରୀଡ଼ଃ ମାୟାଧର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ  ଆନୁଷ୍ଠାନିକ ଭାବେ ଉସôବକୁ ଉଦ୍ଘାଟିତ କରିଥିଲେ ।  ତାଙ୍କ ବକ୍ତବ୍ୟରେ ନୈତିକଶିକ୍ଷାର ଗୁଣାତ୍ମକଶିକ୍ଷାର ବିକାଶ ସହ ଛାତ୍ରଛାତ୍ରୀମାନେସଂସ୍କୃତଭାଷା ପ୍ରତି ଆଦରବୃଦ୍ଧି ହେବକୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତାଭାବେ ବାଲିଖଣ୍ଡ ଯୁକ୍ତତିନି ମହାବିଦ୍ୟାଳୟର ଅଧ୍ୟକ୍ଷ ବସନ୍ତ ବେହେରା ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଯୁକ୍ତଦୁଇ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ବୀରେନ୍ଦ୍ର ପରିଡା ,ପୁରୁଷୋତ୍ତମପୁର ପଞ୍ଚାୟତର ସରପଞ୍ଚ ଦୀପକ ରଞ୍ଜନ ଖିଲାର ପୂର୍ବତନ ସରପଞ୍ଚ ରବିନ୍ଦ୍ର ନାଥ ପଣ୍ଡା, ନିଖିଳୋକôଳ ସଂସ୍କୃତ ମହାମଣ୍ଡଳର ସଂପାଦକ ଚିତ୍ତ ରଞ୍ଜନ ଷଡ଼ଙ୍ଗୀ, ମହାମଣ୍ଡଳର ସଭ୍ୟ ନରହରି ଦାସ, ବାଲେଶ୍ୱର ଜିଲ୍ଳା ମଣ୍ଡଳର ସଭାପତି ନାରାୟଣ ଚନ୍ଦ୍ର ଦାଶ, ସଂମ୍ପାଦକ ମନ୍ମଥ କୁମାର ମିଶ୍ର  ତଥା ରାଜ୍ୟପାଳ ପୁରସ୍କୃତ ପ୍ରାପ୍ତ ଶିକ୍ଷକ ସନାତନ ବେହେରା  ପ୍ରମୁଖ ଯୋଗଦାନ କରିଥିଲେ । ଏହି ଉସôବରେ ସହକାରୀ ଶିକ୍ଷକ ଶୈଳେନ୍ଦ୍ର ନାରାୟଣ ପାଢୀ ସଂଯୋଜନା କରୁଥିବା ବେଳେ ଶିକ୍ଷକ ଘନଶ୍ୟାମ ପାଣିଗ୍ରାହୀ ଅତିଥିପରିଚୟ ପ୍ରଦାନ କରିଥିବାବେଳେ  ଗୋବିନ୍ଦ କୁମାର ଶତପଥି, ଉମାକାନ୍ତ ମିଶ୍ର ସଂଜୟ କୁମାର ମିଶ୍ର, ମନୋଜକୁମାର ନାୟକ, ତିଳୋତ୍ତମା ମହାରଣା, କୈଳାସ ବାରିକ୍ , ମିନତୀ ସହୁ ଓ ଉର୍ବସୀ ବାରିକ ସମେତ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ , ପ୍ରାରମ୍ଭରେ ଇତିଶ୍ରୀ ନାୟକ  ଓସସ୍ମିତା ରାୟ ଅତିଥିମାନଙ୍କୁ ପୁଷ୍ପଗୁଛ ପ୍ରଦାନ କରିଥିବା ବେଳେ ସଂଗୀତ ଶିକ୍ଷକ ମହେନ୍ଦ୍ର ମହାପାତ୍ରଙ୍କ ପକ୍ଷରୁ ପ୍ରାରମ୍ଭିକ ସଂଗୀତ ପରିବେଶଣ କରାଯାଇଥିବା ବେଳେ ପ୍ରାକ୍ତନ ଛାତ୍ରଛାତ୍ରୀ  ଶଙ୍କର୍ଷଣ ସାହୁ ମଞ୍ଜୁଲତା ପେଡ଼ା, ରମେଶ ବାରିକ , ଗୀତାଞ୍ଜଳୀ ସାହୁ , ରୁକ୍ମଣୀ ମହାରଣା, ରବିନ୍ଦ୍ର ଖିଲାର ସମେତ ଅନେକ ଛାତ୍ରଛାତ୍ରୀ ଉସôବରେ ଯୋଗଦେଇ ବିଦାୟୀ ଶିକ୍ଷକ ଓ ସମ୍ବର୍ଦ୍ଧିତ ଶିକ୍ଷକଙ୍କୁ ଶୁଭେସôଶ ଜାଣାଇଥିଲେ ଏହି ଅବରରେ ବିଦାୟୀ ଶିକ୍ଷକ ନିରଞ୍ଜନପାଢୀ ଓ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶୈଳେନ୍ଦ୍ର ନାରାୟଣ ପାଢୀଙ୍କୁ ମୁଖ୍ୟ ଅତିଥି ମାନପତ୍ର , ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଶିକ୍ଷକ ଉମାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କିରଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top