ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରୀପାଠୀଙ୍କ ଶ୍ରାଦ୍ଧ ଦିବସ

ନବରଙ୍ଗପୁର ୧୦-୯ (ଓଡ଼ିଆ ପୁଅ/କିଶୋର ପଟ୍ଟନାୟକ) ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ସଦାଶିବ ତ୍ରୀପାଠୀଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ପୌରପାଳିକା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଯୋଗଦେଇ ପାର୍କ ପରିସରରେ ଥିବା ସଦାଶିବ ତ୍ରୀପାଠୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପରିକ୍ଷୀତ ସେଠୀ, ନବରଙ୍ଗପୁର ପୌରପାଳିକା ଅଧ୍ୟକ୍ଷା ବାସନ୍ତି ସୌରା, ଉପାଧ୍ୟକ୍ଷ ଅର୍ଜୁନ ତ୍ରୀପାଠୀ, ବରିଷ୍ଠ ଆଇନଜିବୀ ପ୍ରକାଶ ଚନ୍ଦ୍ର ମିଶ୍ର, ମଞ୍ଜୁଳା ମାଝୀ, ମୁଖ୍ୟମନ୍ତ୍ରୀଙ୍କ ନାତି କେଦାର ତ୍ରୀପାଠୀ, ପ୍ରଧ୍ୟାପକ ଡଃ ବିଜୟ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ବୈଠକକୁ ଉପାଧ୍ୟକ୍ଷ ଅର୍ଜୁନ ତ୍ରୀପାଠୀ ପରିଚାଳନା କରିଥିବାବେଳେ ଅତିଥିମାନେ ସ୍ୱର୍ଗତ ତ୍ରୀପାଠୀଙ୍କ ଜିବନୀ ଓ ତାଙ୍କ ଅବଦାନ ସଂମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ସଦାଶିବ ତ୍ରାପାଠୀଙ୍କ ନାମରେ ପର୍ଯ୍ୟଟନ କ୍ଷେତ୍ର ହିର୍ଲୀ ଡଙ୍ଗରେ ନିର୍ମାଣ ହେବାକୁ ଥିବା ଏକ ରାସ୍ତାକୁ ସଦାଶିବ ତ୍ରୀପାଠୀଙ୍କ ନାମରେ ନାମିତ କରାଯିବ ବୋଲି କହିଥିଲେ। ଏହା ବ୍ୟତୀତ ସ୍ୱର୍ଗତ ତ୍ରୀପାଠୀଙ୍କ ଜିବନୀ ଉପରେ ଏକ ଗବେଷଣା କରିବା ପାଇଁ ବିଭିନ୍ନ ପାଣ୍ଡୁଲିପୀ ସଂଗ୍ରହ କରାଯିବ ବୋଲି କହିଥିଲେ। ଏଥିରେ ସ୍ୱର୍ଗତ ତ୍ରୀପାଠୀଙ୍କ ପରିବାର ସମେତ ସହରର ବିଶିଷ୍ଟ ବ୍ୟକ୍ତିମାନେ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *