ଅନୁଗୁଳ

ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ନିରାକର ସାହୁଙ୍କ ପରଲୋକ

ତାଳଚେର, ୧/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ୧୮ନଂ ଜୋନ୍ ର ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ତଥା ସାଉଥ ବଲଣ୍ଡା ବଣିକ ସଂଘର ସଭାପତି ନିରାକର ସାହୁ(୭୨ ବର୍ଷ)ଙ୍କର ଗତ ରବିବାର ରାତ୍ରୀ ୨.୪୫ମି.ରେ ପରଲୋକ ଘଟିଛି। ସେ କିଡନୀ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଜଣେ ଜନପ୍ରିୟ ନେତା, ସମାଜସେବୀ ତଥା ଧର୍ମପରାୟଣ ବ୍ୟକ୍ତି ଭାବରେ ଚାରିଆଡ଼େ ଖ୍ୟାତି ଲାଭ କରିଥିଲେ। ତାଙ୍କର ବିୟୋଗ ଖବର ଜଣାପଡ଼ିବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା। ଏହି ପରିପ୍ରେକ୍ଷୀରେ ସାଉଥବଲଣ୍ଡା ବଣିକ ସଂଘ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ତାଳଚେରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଗମ୍ବର ଗଡ଼ନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ। ସାଉଥବଲଣ୍ଡାରେ ଥିବା ସମସ୍ତ ବ୍ୟବସାୟୀମାନେ ଏହି ଶୋକସଭାରେ ଯୋଗ ଦେଇ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରି ୨ ମିନିଟ୍ କାଳ ନୀରବ ପ୍ରାର୍ଥନା କରିଥିଲେ। ଏହାପରେ ସମଗ୍ର ମାର୍କେଟକୁ ୧ ଦିନ ପାଇଁ ବନ୍ଦ ରଖାଯାଇଥିଲା। ଶେଷରେ ବଣିକ ସଂଘର ସମ୍ପାଦକ ସୁଦର୍ଶନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ବର୍ତମାନ ସଂଘର ସଭାପତି ପଦ ଖାଲି ପଡ଼ିଥିବାରୁ ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ସଭାପତି କାର୍ଯ୍ୟ ଦିଗାମ୍ବର ଗଡ଼ନାୟକ ଅସ୍ଥାୟୀ ଭାବରେ ନିର୍ବାହ କରିବେ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top