ad
ଆମ ସଂସ୍କୃତି, କଳା ଓ ଐତିହ୍ୟ

ପ୍ରସ୍ତୁତ ହେଉଛି ମହାପ୍ରଭୁଙ୍କ ଅଳକା

ପୁରୀ:୪/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଅକ୍ଷୟ ତୃତୀୟା ଠାରୁ ସ୍ନାନପୂର୍ଣ୍ଣମୀ ପର୍ଯ୍ୟନ୍ତ ଚତୁର୍ଦ୍ଧାମୂର୍ତି ଲାଗିକରାଯାଇଥାଏ ଅଳକା।ପୁଷ୍ପରେ ପ୍ରସ୍ତୁତ ଏହି ଅଳକାକୁ ମହାପ୍ରଭୁଙ୍କ ଅଳଙ୍କାର ଭାବେ ବିବେଚନା କରାଯାଏ। ଧୂପ ପରେ ଭଅଣ୍ଡ, ଆଲଟଚାମର ନୀତି ସଂପନ୍ନ ହୋଇ ଚନ୍ଦନ ଲାଗି ବଢିଆ ପରେ ଚତୁର୍ଦ୍ଦାମୂର୍ତ୍ତିଙ୍କୁ ଏହି ପୁଷ୍ପ ଅଳଙ୍କାର ଅଳକା ଲାଗିକରାଯାଇଥାଏ। ନେନ୍ଦ୍ର ନାରାୟଣ ବ୍ରହ୍ମଚାରୀଙ୍କ ପରିବାର ସଦସ୍ୟମାନେ ଏହି ଅଳକା ପ୍ରସ୍ତୁତ କରି ଶ୍ରୀ ମନ୍ଦିରକୁ ଯୋଗାଇଥାନ୍ତି। ଅକ୍ଷୟ ତୃତୀୟା ଠାରୁ ସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ୪୨ ଦିନ ଧରି ମହାପ୍ରଭୁକୁ ଏହି ଅଳକା ଲାଗି କରାଯାଇଥାଏ। ସୁନା ଗୋସେଇଁଙ୍କ ପରିସର ୪ ଟି ଅଳକା ପ୍ରସ୍ତୁତ କରି ଶ୍ରୀ ମନ୍ଦିରକୁ ଯୋଗାଇଥାନ୍ତି। ବଳଭଦ୍ରଙ୍କ ଅଳକାରେ ୧୭ ଟି ଝୁମ୍ପା, ଗୋଟିଏ ଶୁକ୍ଳ ଦଣ୍ଡି, ଗୋଟିଏ ରଂଗଦଣ୍ଡି, ଶ୍ରୀ ଜଗନ୍ନାଥଙ୍କ ପାଇଁ ପ୍ରସ୍ତୁତ ଅଳକାରେ ୧୯ଟି ଝୁମ୍ପା, ଗୋଟିଏ ଶୁକ୍ଳ ତିଳକ ଲାଗିଥିବା ବେଳେ ଦେବୀ ସୁଭଦ୍ରାଙ୍କ ଅଳକାରେ ୧୧ଟି ଝୁମ୍ପା, ଗୋଟିଏ ଶୁକ୍ଳଦଣ୍ଡି ଓ ଗୋଟିଏ ରଂଗଦଣ୍ଡି ଲାଗିଥାଏ।ସେହି ଭଳି ଚକ୍ରରାଜ ସୁଦର୍ଶନଙ୍କ ପାଇଁ ନିର୍ମିତ ଅଳକାରେ ୫ଟି ଝୁମ୍ପା ଲାଗିଥାଏ।ଗେଣ୍ଡୁଫୁଲ, କରବୀ, ତୁଳସୀ, ଗୟାସ, ମଲ୍ଲୀ, ବଡ଼ ଟଗର, ସୁଗନ୍ଧ ରାଜ, ରଜନୀ ଗଂନ୍ଧା ଆଦି ପୁଷ୍ପରେ ଏହି ଅଳକା ପ୍ରସ୍ତୁତ କରାଯାଇଥାଏ। ସୁନା ଗୋସେଇଁଙ୍କ ପରିବାର ନିଜ ଗୃହରେ ଏହି ଅଳକା ପ୍ରସ୍ତୁତ କରି ଧୂପ ପରେ ଶ୍ରୀ ମନ୍ଦିରକୁ ଯୋଗାଇଥାନ୍ତି। ପ୍ରତି ବର୍ଷ ଏହି ୪୨ ଦିନ ଧରି ପ୍ରସ୍ତୁତ କରାଯାଉଥିବା ବେଳେ ଚଳିତବର୍ଷ ଜୋଡ଼ା ଜ୍ୟେଷ୍ଠ କାରଣରୁ ଦୀନ ୭୨ ଦିନ ଧରି ମହାପ୍ରଭୁଙ୍କୁ ଏହି ଅଳକା ଲାଗି କରାଯିବ। ସୂଚନା ଯୋଗ୍ୟ ଶ୍ରୀ ମନ୍ଦିର ସ୍ୱତଲିପିର ୨୯ ନମ୍ବରରେ ସୁନା ଗୋ ସେଇଁଙ୍କର ଏହ ସେବା ସଂପର୍କରେ ଉଲ୍ଲେଖ ରହିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top