ପ୍ରସ୍ତାବିତ ପାରାଦୀପ ସୁପର ସ୍ପେସିଲିଟି ହସ୍ପିଟାଲ୍ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ଦାବି : ସମାଜବାଦୀ ପାର୍ଟି

ଭୁବନେଶ୍ୱର, ତା ୨୦ା୭ (ଓଡ଼ିଆ ପୁଅ) : ପାରାଦୀପ ବନ୍ଦର ହେଉଛି ବିଜୁ ପଟ୍ଟନାୟକଙ୍କ ମାନସ ସନ୍ତାନ। ୧୯୬୦ ଦଶକରେ ଭାରତ ବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁଙ୍କୁ ଟାଣିଆଣି ବଜେଟ୍ ରେ ଅର୍ଥ ବରାଦ ନଥିବା ସତ୍ତ୍ୱେ ମଧ୍ୟ ସେ ପାରାଦୀପଠାରେ ବନ୍ଦରର ଶୁଭ ଦେଇଥିଲେ। ଆଜ ଓଡ଼ିଶାର ନୁହେଁ ପୂର୍ବ ଭାରତର ପୂର୍ବଭାରତର ପ୍ରଗତିର ମୁଖଶାଳାରେ ପରିଣତ ହୋଇଛି। ଆଜି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି ଯେ, ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ପାରାଦୀପଠାରେ ଏକ ସୁପର ସ୍ପେସିଆଲିଟି ହସ୍ପିଟାଲ୍ ପ୍ରତିଷ୍ଠା କରିବା ପାଇଁ ଗତ ୧୧ ତାରିଖ ଦିନ ଜାହାଜ ଚଳାଚଳ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟି ଅନୁମୋଦନ କରିଛି। ବିଗତ ଦୁଇବର୍ଷ ତଳେ ୨୦୧୬ ମସିହାରେ ବିଜୁ ପଟ୍ଟନାୟକଙ୍କ ଶତବାର୍ଷିକ ଉପଲକ୍ଷେ ପାରାଦ୍ୱୀପଠାରେ ବିଜୁ ମେମୋରିଆଲ ସୁପର ସ୍ପେସିଆଲିଟି ହସ୍ପିଟାଲ୍ ପାଇଁ ସମାଜବାଦୀ ପାର୍ଟି ପକ୍ଷରୁ ଦାବି କରାଯାଇ ଜାହାଜ ମନ୍ତ୍ରଣାଳୟକୁ ଏକ ପତ୍ର ଲେଖାଯାଇଥିଲା। ଜାହାଜ ମନ୍ତ୍ରଣାଳୟର ପ୍ରସ୍ତାବିତ ସୁପର ସ୍ପେସିଆଲିଟି ହସ୍ପିଟାଲ୍କୁ ବିଜୁ ପଟ୍ଟନାୟକ ନାମରେ ନାମିତ କରିବା ପାଇଁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଆଜି ଜାହାଜ ଚଳାଚଳ ମନ୍ତ୍ରୀ ଶ୍ରୀଯୁକ୍ତ ନିତୀନ ଗଡ଼କରୀଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି। ଏହି ପତ୍ରର ଏକକିତା ନକଲ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଏହି ଦାବିକୁ ଜୋର୍ଦାର କରିବା ପାଇଁ ମଧ୍ୟ ଶ୍ରୀ ବେହେରା ନିବେଦନ କରିଛନ୍ତି। ବିଜୁ ପଟ୍ଟନାୟକଙ୍କ ନାମରେ ଏହି ହସ୍ପିଟାଲଟି ନାମିତ ହେଲେ ତାହା ତାଙ୍କପ୍ରତି ଏକ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ବେଲି ଏହି ପତ୍ରରେ ଶ୍ରୀ ବେହେରା ଦର୍ଶାଇଛନ୍ତି।

Leave a Reply

Your email address will not be published. Required fields are marked *