ପ୍ରସିଦ୍ଧ ରାଣୀପୁର ଝରିଆଲ ସ୍ତିତ ସୋମେଶ୍ୱର ଶିବ ମନ୍ଦିର ନିକଟରେ ବଜ୍ରାଘାତରେ ଜୀବନ ହାରିଲେ

ଟିଟିଲାଗଡ଼ ୨୧-୮ (ଓଡ଼ିଆ ପୁଅ) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସବଡ଼ିଭିଜନ ଅନ୍ତର୍ଗତ ବଂଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ରାଣୀପୁର ଝରିଆଲ ନିକଟସ୍ଥ ଝରିଆଲ ଗ୍ରାମର ସତ୍ୟଜିତ ଭୋଇ ନାମକ ଜଣେ ୩୫ ବର୍ଷୀୟ ଯୁବକଙ୍କ ବଜ୍ରାଘାତରେ ଶୋଚନୀୟ ମୃତ୍ୟୁ ହୋଇଯାଇଛି। ପ୍ରକାଶଯେ, ମୃତ ସତ୍ୟଜିତ ରାଣୀପୁର ଝରିଆଲ ସ୍ତିତ ଶିବ ମନ୍ଦିରକୁ ଯାଉଥିବା ବେଳେ ଗତ କାଲି ସନ୍ଧ୍ୟାପ୍ରାୟ ୮ ଟାରେ ହଠାତ ବିଜୁଳି ମାରିଥିଲା। ଫଳରେ ତୁରନ୍ତ ଲୋକେ ଟିଟିଲାଗଡ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଶବକୁ ବ୍ୟବଛେଦ ପାଇଁ ପଠାଇଛି ଓ ତଦନ୍ତ ଜାରି ରଖିଥିବା ପ୍ରକାଶ କରିଛି। ଏ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ତଥା ଶବ ବ୍ୟବଛେଦରେ ବିଳମ୍ବ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।

 

Leave a Reply

Your email address will not be published. Required fields are marked *