ଓଡ଼ିଶା

ପ୍ରସାଶନର ତୋଗଲକ ନୀତି: ଜେକେରୁ ରାୟଗଡା ବୁଲୁଛି ଖେଳପଡିଆ: ଜିସିଡି ଖେଳପଡିଆର ନିର୍ମାଣ ହେବ ଷ୍ଟାଡିୟମ

ରାୟଗଡା, ୧।୯(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ପ୍ରଥମେ ୨୭ଲକ୍ଷ ଟଙ୍କା ବ୍ୟୟରେ ଷ୍ଟଡିୟମ ପାଇଁ ପାଚେରି ନିର୍ମାଣ କରାଗଲା। ପେଚେରିର ଇଟା ପଥର ଚୋରୀହେବା ପରେ ପୁଣି ୫୦ଲକ୍ଷ ଖର୍ଚ୍ଚକରି ପାଚେରୀ ନିର୍ମାଣ କରାଗଲା। ବର୍ତ୍ତମାନ ଚନ୍ଦିଲି ନିହେ ରାୟଗଡା ସଦର ମହକୁମାରେ ଥିବା ଗୋବିନ୍ଦଚନ୍ଦ୍ର ଖେଳପଡିଅରେ ନିର୍ମାଣ ହେବ ଷ୍ଟାଡିୟମ ବୋଲି ଜିଲା ପ୍ରଶାସନ ମନବଳାଇଛି। ଆଉ ଗଢ଼ିବା, ହଜିବା ଓ ଭାଙ୍ଗିବା ମଧ୍ୟରେ ଖେଳାଳିମାନେ ସୁରଖିତ ଖେଳପଡିଆ ଟିଏ ପାଇଁ ପେସି ହୋଇଯାଉଥିବା ପରିଲିଖିତ ହୋଇଛି।

ଆଜି ଜାତୀୟ କ୍ରୀଡା ଦିବସ। ଖୁବ ନାରାବାଜି ଓ ଶୋଭାଯାତ୍ରା ମାଧ୍ୟମରେ ଉତ୍ସାହର ସହ ଦିନଟିକୁ ପାଳଦ କରାଯାଇଛି। ଆଉ ରାୟଗଡା ଗୋଟିଏ ସ୍ୱତନ୍ତ ଜିଲାର ମାନ୍ୟତା ପାଇ୨୫ବର୍ଷ ପୂରିଲଶଣି। ତେଣେ ରାଜ୍ୟରେ କ୍ରୀଡାର ବିକାଶ ପାଇଁ ସରକାରଙ୍କ ଅନେକ ଯୋଜନା। ତେବେ ବିଡମ୍ବନାର କଥା ରାୟଗଡା ଜିଲାରେ ଭିତିଭୂମିକୁ ସଜଡା ଯାଇପାରିଲାନାହିଁ। ସାରା ଜିଲା ବୁଲିଆସିଲେ ଗୋଟିଏ ଷ୍ଟାଡିୟମ ଟିଏ ନାହିଁ। ଜିଲା ସଦର ମହକୁମା ନୁହେଁ ୧୦କିଲୋମିଟର ଦୂର ଚାନ୍ଦିଲି ଥାନା ନିକଟରେ ଗୋଟିଏ ଖେଳପଡିଆ ନିର୍ମାଣ କିରବାକୁ ସ୍ଥିର କରଯାଇଥିଲା। ବର୍ଜ୍ୟବସ୍ତୁ ପକାଇବାକୁ ବ୍ୟବହାର ଜେକେ କାଗଜକଳ ବ୍ୟବହାର କରୁଥିବା ୧୨ଏକର ଜମିକୁ କମ୍ପାନୀ କବଳରୁ ଛଡାଇଆଣି ଠାରୁ ଆଣି ଜିଲା କ୍ରୀଡା ବିଭାଗ ନାମରେ ପଞ୍ଜିକୃତ କରାଗଲା। ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ୨୦୦୮-୦୯ ଆର୍ଥିର୍କବର୍ଷରେ ଆସିଥିବା ୨୭ଲକ୍ଷ ଟଙ୍କା ଅନୁଦାନ ବିନିମୟରେ ଷ୍ଟାଡିୟମ ପୂର୍ବରୁ ପାଚେରି ଟିଏ ନିର୍ମାଣ କରିବାପାଇଁ ଯୋଜନା କରାଗଲା। ବର୍ଷବର୍ଷ ଧରି କାଗଜକଳର ଚୁନ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ପକାଇ ଦଖଲରେ ରଖିଥିବା ସ୍ଥାନରେ ପୂର୍ତ୍ତ ବିଭାଗର ତତ୍ୱାବଧାନରେ ପଚେରି କାର୍ଯ୍ୟ ଆରମ୍ଭ କରାଗଲା। କାର୍ଯ୍ୟ ସମ୍ପାଦନ ହେଲା। କିନ୍ତୁ ପୂର୍ତ୍ତବିଭାଗ ହସ୍ତାନ୍ତର କରିବା ପୂର୍ବରୁ ପଚେରିରେ ବ୍ୟବହାର କରାଯାଇଥିବା ଇଟା ପଥର ସବୁ ଚୋରି ହୋଇଗଲା। ତେବେ ଏଥିପାଇଁ ଉତ୍ତରଦାୟୀ ବିଭାଗୀୟ ଯନ୍ତ୍ରୀଙ୍କ ଅବହେଳାକୁ ପ୍ରଶାସନ କହିଁକି ହଜମ କରିଦେଲା ତାହା ଏବେବି ଏକ ପ୍ରଶ୍ନହୋଇ ରହିଗଲା ବୋଲି କିଛି ଖେଳ ଓ ଖେଳାଳିଙ୍କ ସହ ସମ୍ପୃକ୍ତି ରଖିଥିବା ବ୍ୟକ୍ତି କହନ୍ତି। କଥାଟାକୁ ଘୋଡାଇବା ପାଇଁ ଜିଲା ପ୍ରଶାସନ ତତ୍ପର ହେଇଉଠିଲା। କ୍ରୀଡାର ଭିତିଭୂମି ସଜାଡିବାକୁ ସେହିସ୍ଥାନରେ ୬୦୦ମିଟର ପାଚେରି ସକାଶେ ୧କୋଟି ୨ଲକ୍ଷ ଟଙ୍କାର ଅଟକଳ ପୁଣି ସରକାରଙ୍କୁ ଦିଆଗଲା। ୨୦୧୫-୧୬ ଆର୍ଥିକବର୍ଷରେ ପ୍ରଥମ ପର୍ଯ୍ୟାୟରେ ୫୦ଲକ୍ଷ ଟଙ୍କା ଅନୁଦାନ ଆସି ପହଞ୍ଚିଲା। ପୁଣି ସେହିସ୍ଥାନରେ ଲୁଡାଛଡ ଦେଇ କଂକ୍ରୀଟ କରିବାସହ ୬ଫୁଟ ଗଭିରରୁ ମୂଳଦୁଆ ପକାଇ ପାଚେରି ଉଭା କରିବାକୁ ବିଜ୍ଞପ୍ତି ଜରିଆର ଟେଣ୍ଡର ଡାକି କାର୍ଯ୍ୟାଦେଶ ମଧ୍ୟ ଦିଆଗଲା। ତେବେ ବିଡମ୍ବନାର କଥାଯେ ଦ୍ୱୀତିୟଥରବି କାର୍ଯ୍ୟ ଅଧାପନ୍ତରିଆ ହୋଇ ରହିଛିବୋଲି ଜଣେ ଖେଳାଳି ରଘୁରାମ ପଣ୍ଡା କହିଛନ୍ତି। ଅପରପକ୍ଷରେ ଜିଲାରେ ଭିତିଭୂମି ନଥାଇ ଖେଳାଳି ବିଭିନ୍ନ ଅନୁଷ୍ଟାନର ପଡିଆକୁ ବୁଲୁଛନ୍ତି। ପାଚେରିରେ ବ୍ୟବହୃତ ଲୁଡାଛଡ ଦୁର୍ବୁତମାନେ କାଟି ନେଇଗଲେଣି। ତେଣୁ ପଚେରି କାର୍ଯ୍ୟ ସମ୍ପାଦନା ନେଇ ଅନିଶ୍ଚତତା ଦେଖାଦେଇଥଇବା ବେଳେ ସେଠରେ ଷ୍ଟାଡିୟମ ବଦଳରେ ସେଠାରେ ଦକ୍ଷତା ତାଲିମ କେନ୍ଦ୍ର ନିର୍ମାଣପାଇଁ ମସୁଧା ଚାଲିଥିବା ଏକ ନିର୍ଭର ସୁତ୍ରରୁ ଜଣାପଡିଛି। ଏହାର ପରିବର୍ତ୍ତନ ପାଇଁ ସରକାରଙ୍କୁ ଅନୁରୋଧ ପୂର୍ବକ ଚିଠିମଧ୍ୟ ଲେଖାଯାଇଥିବା ଜଣାପଡିଛି। ଆଉ ସହର ଭିତରେ ଥିବା ଗୋବିନ୍ଦଚନ୍ଦ୍ର ଦେବ ଖେଳପଡିଆରେ ଷ୍ଟାଡିୟମ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ସରିଛି। ତେବେ ସହର ଭିତରେ ଏକ ସଙ୍କୁଚିତ ପରିବେଷରେ ଷ୍ଟାଡିୟମ ନିର୍ମାଣକୁ ଖୋଳାଳୀ ମାନେ ନାପସନ୍ଦ କରିଥିବା ବେଳେ ଏଭଳି ପରିବେଷରେ କ୍ରୀଡାର ବିକାଶ ହୋଇପାରିବ ନାହିଁ ବୋଲି ଜଣେ ଖେଳାଳି ଜଗନ୍ନାଥ ଦୋରା କହିଛନ୍ତି। ଗୋଟିଏ ରୁଗଣ କାରଖାନା ଜେସକୋ ଅଧିନରେ ୫୦୦ରୁ ଉର୍ଦ୍ଧ୍ୱ ଜମି ରାୟଗଡା ସହର ଭିତରେ ରହିଥିବା ବେଳେ ପ୍ରଶାସନ ବଳ ପ୍ରୟୋଗ କରି ଏହି ଜାଗାକୁ ନିଜ କବଜାକୁ ଆଣି ବିକାଶ ଦିଗରେ ଉଦ୍ୟମ ଆରମ୍ଭ କରିବାର ବେଳ ଆସି ପହଞ୍ଚିଛି ବୋଲି ସେହ କହିଛନ୍ତି। ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, ଛାତ୍ରାବାସ ପରେ ବର୍ତ୍ତମାନ ଗୋଷ୍ଟି ପାଇଖାନା ନର୍ମାଣ କରି ଜିସିଡି ପଡିଆକୁ ଧିରେଧିରେ ସଙ୍କୁଚିତ କରିଦିଆଯାଉଛି। ସେଠୋରେ ପୁଣି ଷ୍ଟାଡିୟମ ନିର୍ମାଣର ଚିନ୍ତା ହାସ୍ୟସ୍ପଦ ବୋଲି ଆଇନଜୀବି ତଥା ଖେଳାଳି ଦୋରା କହିଛନ୍ତି। ତେବେ କ୍ଷେତ୍ର ପରିଦର୍ଶନ ତଥା ତଦନ୍ତ ପରେ ରାୟଗଡା ଗୋଷ୍ଟି ଉନ୍ନୟନ ଅଧିକାରୀ ଜିଲା ପ୍ରଶାସନ ନିକଟରେ ରିପୋଟ ଦାଖଲ କରିଛନ୍ତି ବୋଲି କ୍ରୀଡା ଅଧିକାରୀ ଶେଖ ଆଲନୁର କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top