କଟକ

“ପ୍ରସାର” ଆନୁକୂଲ୍ୟରେ ପୁସ୍ତକ ଉନ୍ମୋଚନ ଉତ୍ସବ

କଟକ, ମାର୍ଚ୍ଚ ୧୨-୩ (ଓଡ଼ିଆ ପୁଅ) ଆଜି ସନ୍ଧ୍ୟାରେ “ ପ୍ରସାର” ଆନୁକୁଲ୍ୟରେ ଶ୍ରୀରାମଚନ୍ଦ୍ର ଭବନରେ ପ୍ରଫେସର ଡାକ୍ତର ରବୀନ୍ଦ୍ର ନାଥ ସାହୁଙ୍କ “ଜୀବେଦୟା” ଓ “ଭିନ୍ନ ମାଟିର ମହକ” ନାମକ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏହି ଉତ୍ସବରେ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ନାୟକ, ମୁଖ୍ୟ ଅତିଥି, ଡକ୍ଟର ବୈଷ୍ଣବ ଚରଣ ସାମଲ, ମୁଖ୍ୟ ବକ୍ତା, ବରେଣ୍ୟ ଅତିଥି ଡକ୍ଟର ସତ୍ୟ ରାୟ ଓ ସଭାପତି ଭାବେ ପ୍ରଜ୍ଞା ଶିରୋମଣୀ ଡକ୍ଟର ସୁଧାକର ଦାସ ପ୍ରମୁଖ ଯୋଗଦେଇଥିଲେ। ଲେଖକ ରବୀନ୍ଦ୍ର ନାଥ ସାହୁ ନିଜର ପୁସ୍ତକ ସମ୍ପର୍କରେ ବକ୍ତବ୍ୟ ରଖିଥିବା ବେଳେ ପ୍ରସାର ସମ୍ପର୍କରେ ସଂପାଦକ ନିକୁଞ୍ଜ ନାୟକ ଆଲୋକପାତ୍ର କହିଥିଲେ। ଉକ୍ତ ଉତ୍ସବରେ କୃତୀ। ଛାତ୍ରୀ ଭାବେ ସ୍ୱତୀସ୍ତିଗ୍ଧ ବିଶ୍ୱାଳ, କିଶୋର ପ୍ରତିଭା ଭାବେ ରୁଦ୍ରନାରାୟଣ ନାୟକ ଏବଂ ନିଜର ସମ୍ଭବ ସେବା ପ୍ରକୃତିକୁ ନେଇ ଡକ୍ଟର ରବୀନ୍ଦ୍ର ନାଥ ସାହୁଙ୍କୁ “ ପ୍ରଦ୍ମନାଭ ସ୍ମୃତି ସମ୍ମାନ’ ରେ ସମ୍ମାନିତ କରାଯାଇଥିଲା। ମାନପତ୍ର ପଠନ କରିଥିଲେ ପ୍ରସାରର ସହ ସଂପାଦିକା ବୈଜୟନ୍ତୀବାଳା ମହାନ୍ତି, ଡକ୍ଟର ସୁନାକର ଦାସ ପ୍ରମୁଖ। ଏହି ଉତ୍ସବରେ ରବୀନ୍ଦ୍ର ନାଥ ସାହୁଙ୍କ ସାହିତ୍ୟ କୃତି ଉପରେ ବକ୍ତାମାନେ ନିଜର ବକ୍ତବ୍ୟ ରଖିବା ସହିତ ପ୍ରସାରର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଶେଷରେ ଉପଦେଷ୍ଟା ମହେଶ୍ୱର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top