ଓଡ଼ିଶା

ପ୍ରସନ୍ନ ମିଶ୍ର ଓଡିଶା ପିସିସି ରିସର୍ଚ୍ଚ ଡିପାର୍ଟମେଂଟର ଅଧ୍ୟକ୍ଷ ମନୋନୀତ

ଭୁବନେଶ୍ୱର ତା ୧୦.୨(ଓଡ଼ିଆ ପୁଅ)- ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ବିଭିନ୍ନ ପ୍ରଦେଶ କଂଗ୍ର୍ରେସ ପାଇଁ ରିସର୍ଚ୍ଚ ଡିପାର୍ଟମେଂଟ ଗଠନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡିଶା ପିସିସି ରିସର୍ଚ୍ଚ ଡିପାର୍ଟମେଂଟର ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ କେନ୍ଦ୍ର ଶାସନ ସଚିବ, ବିଶିଷ୍ଟ ସ୍ତମ୍ଭକାର ଓ ସମାଜସେବୀ ଶ୍ରୀ ପ୍ରସନ୍ନ କୁମାର ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନଙ୍କ ପ୍ରସ୍ତାବ କ୍ରମେ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ଶ୍ରୀ ରାହୁଲ ଗାନ୍ଧୀ ଶ୍ରୀ ମିଶ୍ରଙ୍କ ନାମକୁ ଅନୁମୋଦନ କରିଛନ୍ତି। ଏ ସଂକ୍ରାନ୍ତରେ ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସଂପାଦକ ଶ୍ରୀ ଜନାର୍ଦ୍ଦନ ଦ୍ୱିବେଦୀ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top