ପ୍ରଶାସନ ପକ୍ଷରୁ ଭେଳା ନିଷେଧ: ଯାତାୟତର ବ୍ୟବସ୍ଥା ନାହିଁ ଏବେ କଲ୍ୟାଣୀ ନଦୀରେ ବାଜି ଲାଗିଛି ପିଲାଙ୍କ ଜୀବନ! ପ୍ରଶାସନ କରୁଛି କ’ଣ ?

ରାୟଗଡା ତା-୨୬/୦୭/୨୦୧୮(ଓଡ଼ିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ରାୟଗଡା ଜିଲ୍ଲା ପ୍ରଶାସନ କଲ୍ୟାଣୀ ନଦୀରେ ଭେଳା, ଟିୟୁବ ଚାଳିତ ଡଙ୍ଗା କିମ୍ବା ଦେଶୀ ଡଙ୍ଗା ନିଷେଧ କଲା ଜିଲ୍ଲା ପ୍ରଶାସନ। ଚଳିତ ମାସ ୨୦ ତାରିଖରେ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ସାମ୍ବାଦିକ ସମ୍ମିଳନୀ କରି ବିଜ୍ଞପ୍ତି ଜାରୀକଲେ ଯେ କଲ୍ୟାଣୀ ନଦୀରେ ବିପଦ ଶଙ୍କୁଳ ଭାବରେ ନଦୀରେ ଭେଳା କିମ୍ବା ମଟର ଟିୟୁବ ସାହାଯ୍ୟରେ ଯାତ୍ରା କରନ୍ତୁ ନାହିଁ। ଏହା ଧନ ଜୀବନ ହାନିହେବାର ସମ୍ଭାବନା ରହିଛି। ଏହା ମଧ୍ୟ ଆଇନ ଅନୁଯାୟୀ ଦଣ୍ତନୀୟ ଅଟେ। ଏହି ପରି ନଦୀ ପାଖ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ସୂଚନା ଲଗାଯାଇଛି। ଏହାର ବିକଳ୍ପ ବ୍ୟବସ୍ଥା ପାଇଁ ୫୮ସିଟ ଥିବା ବସ୍ ର ବ୍ୟବସ୍ଥା ଗ୍ରହଣ କରିଥିଲେ। ଏହି ବସ୍ ଉପରେ ୬ଟି ଗ୍ରାମ ପଞ୍ଚାୟତ ଆଖପାଖ ଲୋକ ଯାତାୟାତ କରିବା ସହ ଛାତ୍ରଛାତ୍ରୀଙ୍କୁ ଅତି ଆବଶ୍ୟକତା ରହିଛି ଯାହା କି ସମସ୍ତ ସ୍କୁଲ, କଲେଜ କଲ୍ୟାଣସିଂହପୁର ସଦର ମହକୁମାରେ ଅବସ୍ଥାପିତ ଅଟେ। କିନ୍ତୁ ବିଡମ୍ବନାର ବିଷୟ ଏହିକି ଯେ ଦୁଇ ତିନିଦିନ ବସ୍ ଯାତ୍ରୀଙ୍କୁ ନେବା ଆଣିବା କରିଥିଲା। କିନ୍ତୁ ବର୍ତ୍ତମାନ ନା ବସ ଯାତାୟାତ କରୁଛି ନା ଭେଳାରେ ଲୋକ ଯାତାୟାତ କରୁଛନ୍ତି। ଲୋକ ଭାଗ୍ୟକୁ ଆଦରି ନଈପାର ହେଉଛନ୍ତି ଅଣ୍ଟାଏ ପାଣିରେ। ଦୁଖଃର କଥା ଯେ ଛୋଟ ଛୋଟ ଛାତ୍ରଛାତ୍ରୀ ନିଜ ବହି ବସ୍ତାନି ଓ ପ୍ୟାଣ୍ଟ ଧରି ନଦୀପାର ହେଉଛନ୍ତି। ଦୁଇ ଜଣ ନବମ ଶ୍ରେଣୀ ଛାତ୍ରୀ ମିକି କୌଶଲ୍ୟା ଓ ଝରଣା କୌଶଲ୍ୟା କହିଛନ୍ତି ଯେ ଆମ ଛାତ୍ରଛାତ୍ରୀଙ୍କୁ ବସ୍ ରେ ଯିବା ୧୦ଟଙ୍କା ଆସିବା ୧୦ ଟଙ୍କା ଦେଇ ଯିବା ଆସିବା କରୁଥିଲୁ। ବସ୍ ବନ୍ଦ ହେବାରୁ ମ୍ୟାଜିକ ଗାଡ଼ିରେ ଯିବା ୨୦ଟଙ୍କା ଆସିବା ୨୦ ଟଙ୍କା ଦେଇ ମଧ୍ୟ ଗାଡ଼ିର ଉପରେ ବସିବାକୁ ବାଧ୍ୟ କରୁଥିଲେ। ଏହି ଉପରେ ବସିବା ନେଇ କିଛି ସାମ୍ବାଦିକ ଆଜ୍ଞା ଗାଡ଼ି ବାଲାଙ୍କୁ କହିଲେ ଏମିତି ଉପରେ ବସାଇ ଆଣିବାକୁ ମନା କରିବାରୁ ଝଗଡ଼ା ହୋଇ ବର୍ତ୍ତମାନ ସେ ଗାଡ଼ି ମଧ୍ୟ ଆସୁନାହିଁ। ଶେଷରେ ଇଜ୍ଜତକୁ ଖାତିରି ନକରି ଘରରୁ କିମ୍ବା ନଦୀ କୂଳରେ ଗାମୁଛା ପିନ୍ଧି ନଦୀ ପାର ହେଉଛୁ ଆଜ୍ଞା କହିଥିଲେ ଛାତ୍ରୀଦୁହେଁ। ଏବଂ ଆମ ଜିଲ୍ଲାପାଳ କହିଛନ୍ତି ଯେ ଭେଳାରେ ଗଲେ ୬ମାସ ଜେଲ ଦଣ୍ଡ ସହ ଯିବା ଲୋକଙ୍କୁ ମଧ୍ୟ ସମାନ ଦଣ୍ଡ ମିଳିବ ବୋଲି କହିଛନ୍ତି। ତେଣୁ ଭେଳା ଚାଲୁନାହିଁ ବୋଲି ଛାତ୍ରୀ କହିଥିଲେ। ଏହିପରି ଅନ୍ୟ ଜଣେ ବରିଷ୍ଠ ବ୍ୟକ୍ତି ଜୟଶଙ୍କର କୌଶଲ୍ୟା ବଡ଼ଦ୍ୱାର ସାହିର କହିଛନ୍ତି ଯେ ପ୍ରଶାସନର ଦାୟିତ୍ୱ ହିନତା ଯୋଗୁଁ ସ୍କୁଲପିଲା ନଦୀ ପାର ହେବାକୁ ବାଧ୍ୟ ହେଉଛନ୍ତି। ପୋଲ ଭାସିଯାଇ ବର୍ଷେ ହେଲାଣି ଆଜି ଯାଏ କାମ ଆରମ୍ଭ ହୋଇନାହିଁ। ଆମେ ପାଞ୍ଚ ମିନଣ୍ଟ ରାସ୍ତାକୁ ଦୁଇ ଘଣ୍ଟାରେ ଯାଉଛୁ। ବର୍ତ୍ତମାନ ଭେଳା ନିଷେଧ ହେଲା ପରେ କଲ୍ୟାଣୀ ନଦୀରେ ବାଜି ଲାଗିଛି ପିଲାଙ୍କ ଜୀବନ ବୋଲି କହିଛନ୍ତି। ଏହି ସମସ୍ୟା ସମ୍ପର୍କରେ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା କହିଛନ୍ତି ଯେ ପିଲାଙ୍କ ଶିକ୍ଷା ଉପରେ ଖେଳ ଖେଳିବା ଠିକ ନାହିଁ। ଏହାର ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ସହ ସମସ୍ୟାର ସମାଧାନ ନକଲେ ଜନଆନ୍ଦୋଳନ କରିବାକୁ ବାଧ୍ୟ ହେବୁ।

Leave a Reply

Your email address will not be published. Required fields are marked *