ଗଜପତି

ପ୍ରଶାସନ ଜନସାଧାରଣଙ୍କ ନିକଟତର ହେବାକୁ ପ୍ରୟାସ

ପାରଳାଖେମୁଣ୍ଡି, ୨୦ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ନୁତନ ଜିଲାପାଳ ଅନୁପମ ସାହା ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ଜିଲାର ବିଭିନ୍ନ ସମସ୍ୟା ବିଷୟରେ ବୁଝିଥିଲେ। ପ୍ରଶାସନ କିପରି ଜନସାଧାରଣଙ୍କ ନିକଟତର ହୋଇ ଜିଲାର ସର୍ବାଙ୍ଗିନ ଉନ୍ନତି ପାଇଁ ପ୍ରଚେଷ୍ଟା କରିବ ତାହା ଏହି ସମ୍ମିଳନୀର ଲକ୍ଷ ଥିଲା। ଗଜପତି ଜିଲା ଓ ପାରଳାଖେମୁଣ୍ଡି ସହର ବହୁ ଐତିହ୍ୟ କିର୍ତ୍ତୀ ବହନ କରୁଥିବା ସ୍ଥାନ ହୋଇଥିବାରୁ ଏହାର ବିଭିନ୍ନ ଦିଗକୁ ଉନ୍ନତି କରିବା ପାଇଁ ପ୍ରୟାସ କରାଯିବ ବୋଲି ଜିଲାପାଳ କହିଥିଲେ। ଐତିହାସିକ ମହେନ୍ଦ୍ରଗିରି ଯିବାପାଇଁ ଯେଉଁ ରାସ୍ତା ସମସ୍ୟା ରହିଛି ତାକୁ ତୁରନ୍ତ ଅନୁଧ୍ୟାନ କରାଯିବ ବୋଲି ଜିଲାପାଳ କହିଛନ୍ତି। ସେହିପରି ଜିଲାରେ କୁଇନ ସପୁରୀ ଚାଷ ଓ ଲେମନ ଗ୍ରାସ ଭଳି ମୁଲ୍ୟବାନ ଫସଲକୁ ପ୍ରୋତ୍ସାହନ କରାଯାଇ ଏହାକୁ ଶୀର୍ଷ ସ୍ଥାନରେ ପହଞ୍ଚାଇବା ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ। ସେହିପରି ଗଜପତି ଜିଲାରେ ତିରନ୍ଦାଜ ଖେଳାଳୀ ଥିଲେ ମଧ୍ୟ ପ୍ରୋତ୍ସାହନ ଅଭାବରୁ ସେମାନେ ଅଧିକ ଉପରକୁ ଯାଇପାରୁନାହାନ୍ତି ବୋଲି ଖବରଦାତାଙ୍କ ଏକ ପ୍ରଶ୍ନର ଉତ୍ତର ରଖି ତୁରନ୍ତ ଏହାର ସମାଧାନ ପାଇଁ ରାସ୍ତା ବାହାର କରାଯିବ ବୋଲି ସେ କହିଥିଲେ। ସେହିପରି ବିଗତ ୬ମାସରୁ ଉର୍ଦ୍ଧ୍ୱ ସମୟ ହେଲା ହାତୀପଲଙ୍କ ଯୋଗୁଁ ଜିଲାର ବିଭିନ୍ନ ସ୍ଥାନରେ ଫସଲ କ୍ଷୟକ୍ଷତି ହେବା ସହ ଆତଙ୍କ ସୃଷ୍ଟି ହୋଇଥିବାରୁ ଏହାକୁ ନେଇ ଜିଲାପାଳ ବନ ଅଧିକାରୀଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି। ପାରଳାଖେମୁଣ୍ଡି ସହରର ରାସ୍ତା କଡରେ ଥିବା ଜବରଦଖଲ ଉଚ୍ଛେଦକୁ ନେଇ ମଧ୍ୟ ଆଲୋଚନା କରାଯିବ ବୋଲି ସେ କହିଛନ୍ତି। ସହରରେ ଥିବା ଆହାର କେନ୍ଦ୍ର ଗୁଡିକର ଖାଦ୍ୟର ମାନକୁ ନେଇ ପ୍ରଶ୍ନ ଉଠିଥିବାରୁ ଏହି ସବୁ କେନ୍ଦ୍ର ପରିଦର୍ଶନ କରି ଏହାର ସମାଧାନ କରାହେବ ବୋଲି କହିଥିଲେ। ମୋଟ ଉପରେ ଜିଲାର ବିଭିନ୍ନ ସମସ୍ୟାକୁ ସମାଧାନ ପାଇଁ ପ୍ରଚେଷ୍ଟା କରାଯିବା ସହ ଉନ୍ନୟନ କାର୍ଯ୍ୟ ଗୁଡିକୁ ତଦାରଖ ହେବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top