ଜାତୀୟ

ପ୍ରଶାସନିକ ସେବା ଦିବସରେ ପ୍ରଶାସକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ନୂଆ ଦିଲ୍ଲୀ ୨୨-୪ (ଓଡ଼ିଆ ପୁଅ) ପ୍ରଶାସନିକ ସେବା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶନିବାରଦିନ ପ୍ରଶାସନିକ ସେବାଧିକାରୀମାନଙ୍କୁ ଉଦବୋଧନ ଦେଇଛନ୍ତି। ସେ କହିଥିଲେ ଯେ ଏହା ହେଉଛି ପ୍ରଶଂସା, ମୂଲ୍ୟାଙ୍କନ ଏବଂ ତର୍ଜମା କରିବାର ଅବସର। ପ୍ରଶାସନିକ ସେବାଧିକାରୀମାନଙ୍କୁ ଉତ୍ସାହିତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର ଏକ ପଦକ୍ଷେପ ବୋଲି ସେ ବର୍ଣ୍ଣନା କରିବା ସହିତ ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ ଏହି ପୁରସ୍କାର ସରକାରଙ୍କ ପ୍ରାଥମିକତାକୁ ପ୍ରତିଫଳିତ କରୁଛି।

ସେ କହିଥିଲେ ଯେ ଅଗ୍ରାଧୀକାର କାର୍ଯ୍ୟକ୍ରମ ଯେପରିକି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଦୀନଦୟାଲ ଉପାଧ୍ୟାୟ କୌଶଳ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଡିଜିଟାଲ ପେମେଂଟ ଆଦି ଶ୍ରେଣୀରେ ପୁରସ୍କାର ଦିଆଯାଇଛି। ଏଗୁଡ଼ିକ ନୂତନ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା। ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର ଏବଂ ଅଭିଳଷିତ ଜିଲ୍ଲାରେ ହୋଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଦୁଇଟି ପୁସ୍ତକ ବିଷୟରେ ସେ ଉଲ୍ଲେଖ କରିଥିଲେ, ଯାହା ଆଜି ଉନ୍ମୋଚିତ ହୋଇଥିଲା।

ଅଭିଳଷିତ ଜିଲ୍ଲାଗୁଡ଼ିକ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଜିଲ୍ଲାଗୁଡ଼ିକ ସେମାନଙ୍କ ରାଜ୍ୟର ଅଭିବୃଦ୍ଧି ଇଞ୍ଜିନ ହୋଇପାରିବେ। ସେ ବିକାଶରେ ଜନସାଧାରଣଙ୍କ ଭାଗିଦାରୀ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ୨୦୨୨ରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତି, ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନର ଭାରତ ହାସଲ ଦିଗରେ କାର୍ଯ୍ୟ କରିବା ଲାଗି ଏକ ପ୍ରେରଣା ହୋଇପାରିବ।

ପ୍ରଶାସନରେ ଉନ୍ନତି ଆଣିବା ଲାଗି ମହାକାଶ ପ୍ରଯୁକ୍ତି ସମେତ ସବୁ ଉପଲବ୍ଧ ପ୍ରଯୁକ୍ତି ଉପଯୋଗ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ବିଶ୍ୱବ୍ୟାପୀ ଉଦୀୟମାନ ପ୍ରଯୁକ୍ତି ସହିତ ତାଳ ଦେଇ ଚାଲିବା ପ୍ରଶାସନିକ ଅଧିକାରୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଉଲ୍ଲେଖ କରିଥିଲେ।

ପ୍ରଶାସନିକ ଅଧିକାରୀମାନଙ୍କ ଅସାଧାରଣ ସାମର୍ଥ୍ୟ ରହିଛି ଏବଂ ଏହି ସାମର୍ଥ୍ୟ ଦେଶର ଲାଭ ପାଇଁ ବୃହତ ଯୋଗଦାନ ଦେଇପାରେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top