ଜିଲ୍ଲା ପରିକ୍ରମା

ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କ ପ୍ରବନ୍ଧ ପ୍ରତିଯୋଗିତା

ପୁରୀ, ୧୯/୪(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ମାତୃଭାଷା ଦିବସ ପାଳନ ଅବସରରେ ପ୍ରଶାସନପିକ ଅଧିକାରୀ ଓ କର୍ମଚାରୀ ମଧ୍ୟରେ ପ୍ରବନ୍ଧ ପ୍ରତିଯୋଗିତା ଗୁରୁବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ସୂଚନା ଯୋଗ୍ୟ ସମସ୍ତ ସରକାରୀ କାର୍ଯ୍ୟରେ ଓଡିଆ ଭାଷା ବ୍ୟବହାର କରାଯିବାକୁ ବାଧ୍ୟତା ମୂଳକ କରାଯାଇଥିବା ବେଳେ ଅଧିକାରୀ ଓ କର୍ମଚାରୀଙ୍କ ଭାଷା ଜ୍ଞାନର ବୃଦ୍ଧି ପାଇଁ ଏଭଳି ପ୍ରତିଯୋଗିତା କରାଯାଇଥିଲା। ପୂର୍ବାହ୍ନ ୧୦.୩୦ ଠାରୁ ୧୨ ଟା ପର୍ଟ୍ୟନ୍ତବିଶ୍ୱମ୍ବର ବିଦ୍ୟାପୀଠ ବିଜ୍ଞାନ ଗୃହରେ ଏହି ପ୍ରତିଯୋଗିତା କରାଯାଇଥିଲା। ଡେପୁଟି କଲ୍ଟେଟର ସୁମନ୍ତ କର, ଉୂଅର୍ଜନ ଅଧିକାରୀ ପ୍ରଶାନ୍ତ କୁମାର ଜେନାଙ୍କ ସମେତ କଲେକ୍ଟରଏଟ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟର କର୍ମଚାରୀ ମାନେ ଏହି ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଡେପୁଟି କଲେକ୍ଟର ପଦ୍ମଲୋଚନ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ସୂଚନା ଓ ଲୋକସଂପର୍କ ଅଧିକାରୀ ମାନସ ରଂଜନ ବିଶ୍ୱାଳ, ସରକାରୀ ସୂଚନା ଓ ଲୋକସଂପର୍କ ଅଧିକାରୀ ଜିତେନ୍ଦୀ୍ରୟ ଜେନା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top