ଓଡ଼ିଶା

ପ୍ରଶାସନର ମନମ୍ମୁଖି କାର୍ଯ୍ୟ, ନ୍ୟାୟରୁ ବଞ୍ଚିତ ପରିବାର ନ୍ୟାୟ ପାଇବା ଆଶାରେ ଜିଲ୍ଲାପାଳଙ୍କ ଦ୍ୱାରାସ୍ଥ

ହରିଚନ୍ଦନପୁର,ତା୯ ନଭେମ୍ବର୍,(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବଡପଳାଶପାଳ ଗ୍ରାମର ଭିନ୍ନକ୍ଷମ ପରିବାରକୁ ପ୍ରଶାସନର ଉପେକ୍ଷା । ସରକାର ଭିନ୍ନକ୍ଷମ ଲୋକମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ନେଇ ଅନେକ ସଂସ୍ଥା ମାଧ୍ୟମରେ ଯୋଜନା ଉପରେ ଯୋଜନା ପ୍ରଣୟନ କରିଚାଲିିଛନ୍ତି । ପ୍ରଶାସନର କେତେ ଜଣ ଅଧିକାରୀଙ୍କ ବୈମାତୃକ ମନୋଭାବକୁ ନେଇ ଭିନ୍ନକ୍ଷମ ଆଜିର ସମାଜରେ ମୁଖ୍ୟ ସ୍ରୋତରୁ ବଞ୍ଚତ ହୋଇ ରହୁଥିବାର ଦେଖିବାକୁ ମିଳିଛି । ସୂଚନା ମୁତାବକ ବଡପଳାଶପାଳ ଗ୍ରାମର ସିଲୁ ଦାସ ଓ ତାଙ୍କ ଝିଅ ମୋନାଲିସା ଜଣେ ଭିନ୍ନକ୍ଷମ ହୋଇଥିବା ବେଳେ ତାଙ୍କୁ ପ୍ରଶାସନିକ ଅଧିକାରୀ ଉପେକ୍ଷା କରିଥିବାର ଅଭିଯୋଗ କରିଛନ୍ତି । ସିଲୁ ଦାସ ନିଜେ ରହୁଥିବା ବାସ ଭବନଟି ଭାଙ୍ଗି ପଡିବାକୁ ବସିଥିବା ବେଳେ ନିଜ ପୈତୃକ ସମ୍ପତିର ଜମି ଖାତା ନମ୍ବର ୧୩୯ (୫୭୭/୫୭୮) ପ୍ଲଟରେ ଧାରଉଦ୍ଧାର କରି ଗୋଟିଏ ନୂତନ ଘର ନିର୍ମାଣ କର୍ଯ୍ୟ ଆରମ୍ଭ କରିଥିଲେ । ଘର କାର୍ଯ୍ୟକୁ ଛାତ ସ୍ଥରକୁ ପହଞ୍ଚାଇବା ପାଇଁ ପରିବାରର ଲୋକଙ୍କୁ ନେଇ ବହୁତ ପରିଶ୍ରମ ସହ କଷ୍ଟ କରିଥିଲେ । ଘର କାର୍ଯ୍ୟ ଛାତ ସ୍ଥର ପ୍ରର୍ଯ୍ୟନ୍ତ ପହଞ୍ଚିଗଲା ପରେ ଗ୍ରାମର କେତେ ଜଣ ପ୍ରଭାବଶାଳୀ ବ୍ୟକ୍ତି ହିଂସାରେ ଦେଖି ସହି ନପାରି ସରକାରୀ ଜାଗା ମଧ୍ୟରେ ଘରଟି ନିର୍ମାଣ କରାଯାଉଛି କହି ହରିଚନ୍ଦନପୁର ତହସିଲ ଏବଂ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏବଂ ନିର୍ମାଣ କାର୍ଯ୍ୟ ଚାଲୁଥିବା ସମୟରେ ଘଟଣାସ୍ଥଳରେ ସିଲୁ ଦାସ ଓ ପରିବାରର ସଦସ୍ୟଙ୍କ ସାଙ୍ଗରେ ଅନେକ ଝଗଡା ସୃଷ୍ଟି କରିବା ସହ ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଇଥିଲେ । ଘର ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ସହ ନ୍ୟାୟ ପାଇବା ପାଇଁ ସିଲୁ ଦାସ ନିଜ ପରିବାରର ଲୋକମାନଙ୍କୁ ନେଇ ସ୍ଥାନୀୟ ଥାନା, ତହସିଲ, ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ଭିକ୍ୟା କରିଥିଲେ । କିନ୍ତୁ ଦୁଃଖର ବିଷୟ ନ୍ୟାୟ ପାଇବାକୁ ନେଇ ଗରିବ ଭିନ୍ନକ୍ଷମ ପରିବାରର ଲୋକମାନେ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରସ୍ଥ ହୋବା ପରେ ମଧ୍ୟ ନ୍ୟାୟରୁ ବଞ୍ଚିତ ହୋଇଥିବାର ସୂଚନା ଦେଇଛନ୍ତି । ନ୍ୟାୟ ପାଇଁ ଦୈାଡି ଦୈାଡି ହାରଶ ହେବା ପରେ ହରିଚନ୍ଦନପୁର ତହସିଲରୁ ଏକ ଚିଠି ସିଲୁ ଘରକୁ ଯାଇଥିଲା ଉକ୍ତ ଚିଠିରେ ଜମିର ଚିହ୍ନଟ କରିବାର ଦିନ ନିର୍ଧାରଣ ବାବଦରେ ଉଲ୍ଲେଖ ରହିଥିଲା । ଖାତା ନମ୍ବର ୧୪୫,ପ୍ଲଟ ନମ୍ବର ୯୫୦ ସରକାରଙ୍କ ବଗାୟତ ଜମି ମଧ୍ୟରେ ସିଲୁ ଦାସ ନିଜ ଘରଟି ନିର୍ମାଣ କରୁଥିବାକୁ ନେଇ ଗ୍ରାମର କେତେ ଜଣ ପ୍ରଭାବ ଶାଳୀ ବ୍ୟକ୍ତି ବାରମ୍ବାର ଅଭିଯୋଗ କରିଆସୁଥିଲେ । ସିଲୁ ଦାସ ନିଜ ପୈତୃକ ଜମିରେ ଘରଟି ନିର୍ମାଣ କରୁଥିଲେ,ମଧ୍ୟ ବାରମ୍ବାର ଅଭିଯୋଗ ପରେ ସରକାରୀ ନିୟମ ଅନୁଯାୟୀ ଜମିଟିର ଚିହ୍ନଟ କରଣ ହୋଇଥିଲା । ସେଥିରେ ସିଲୁ ଦାସ ନିର୍ମାଣ କରୁଥିବା ଘରଟିର କିଛି ଅଂଶ (୫.୪ଡିସିମିଲ) ୯୫୦ ପ୍ଲଟର ସରକାରୀ ବଗାୟତ ଜମି ମଧ୍ୟକୁ ଅର୍ଥାତ୍ ଏକ ହାତ ପଶି ଯାଇଥିବାର ଚିହ୍ନଟ ଅଧିକାରୀ ସୂଚନା ଦେଇଥିଲେ । ତାହାକୁ ନେଇ ୩୧.୭.୨୦୧୮ରେ ହରିଚନ୍ଦନପୁର ତହସିଲ ତରଫରୁ ସରକାରୀ ବଗାୟତ ଜମିରେ ବେନୀୟମ ଭାବେ ଗଢିଉଠିଥିବା ଘରକୁ ଉଚ୍ଛେଦ କରିବା ନେଇ ସିଲୁ ଦାସଙ୍କ ସହ ଗ୍ରାମର ଦୁତିଆ ବିଶ୍ୱାଳ ଓ ଟଙ୍କଧର ବିଶ୍ୱାଳଙ୍କ ନାମରେ ଚିଠି ହୋଇଥିଲା । ସେହି ଚିଠିରେ ଉଲ୍ଲେଖ ଅନୁଯାୟୀ ଆସନ୍ତା ୮ଦିନ ମଧ୍ୟରେ ସରକାରୀ ବଗାୟତ ଜମିର ଚିହ୍ନଟ ହୋଇଥିବା ସ୍ଥାନ ମଧ୍ୟରୁ ଘରଗୁଡିକୁ ଉଚ୍ଛେଦ କରିବା ସମ୍ବନ୍ଧେ । ନଚେତ୍ ସରକାରୀ ନିୟମ ଅନୁଯାୟୀ ମେସିନ୍ ସାହାଯ୍ୟରେ ଘରଗୁଡିକୁ ଉଚ୍ଛେଦ କରାଯିବ । ତହସିଲଦାରଙ୍କ ପାଖରୁ ସୂଚନା ପାଇବା ପୂର୍ବରୁ ସିଲୁ ଦାସ ସରକାରୀ ବଗାୟତ ଜମି ମଧ୍ୟକୁ ପଶି ଯାଇଥିବା ଘରର ଏକ ହାତ କାନ୍ଥଟିକୁ ନିଜେ ଭାଙ୍ଗି ଦେଇଥିଲେ । ସରକାରୀ ନିୟମ ଅନୁସାରେ ଆଜକୁ ଚିଠି ହେବାର ଅନେକ ଦିନ ବିତିଯାଇଥିବା ପରେ ମଧ୍ୟ ଉକ୍ତ ୯୫୦ପ୍ଲଟ ନମ୍ବର ମଧ୍ୟରେ ବେନୀୟମ ଭାବେ ସମ୍ପୂର୍ଣ୍ଣ ଘର କରି ରହିଥିବା ଲୋକମାନଙ୍କର ବର୍ତମାନ ପର୍ଯ୍ୟନ୍ତ ଘରଗୁଡିକ ଭାଙ୍ଗା ଯାଇନଥିବାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଅଭିଯୋଗ ଅନୁଯାୟୀ ଉକ୍ତ ସରକାରୀ ଜମିରେ ଦୁତିଆ ବିଶ୍ୱାଳ(୩ଡିସିମିଲ) ଓ ଟଙ୍କଧର ବିଶ୍ୱାଳ(୨ଡିସିମିଲ) ଜମିରେ ବେନୀୟମ ଭାବେ ଗୃହ ନିର୍ମାଣ କରିଛନ୍ତି । ଭିନ୍ନକ୍ଷମ ସିଲୁଙ୍କର ଏକହାତ(୫.୪ଡିସିମିଲ) ଜମି ମଧ୍ୟରୁ ଘର ଭାଙ୍ଗିବା ପାଇଁ ପ୍ରଶାସନିକ ଅଧିକାରୀ କଡା ନିର୍ଦ୍ଦେଶ ଦେଇଥିଲେ,କିନ୍ତୁ ଅନ୍ୟ ଲୋକମାନେ ଅଧିକ ପରିମାଣର ଉକ୍ତ ୯୫୦ପ୍ଲଟର ସରକାରୀ ଜମି ମାଡି ବସିଛନ୍ତି ସେମାନଙ୍କ ପ୍ରତି ପ୍ରଶାସନିକ ଅଧିକାରୀଙ୍କ ନଜର ପଡୁନାହିଁ କେମିତି ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ କହିକି ତାହା ବୁଦ୍ଧିଜୀବି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ସେହି ପ୍ଲଟରୁ ଭିନ୍ନକ୍ଷମ ପରିବାରର ବାସ ଗୃହକୁ ଭଙ୍ଗା ଯାଇଥିବା ବେଳେ ଅନ୍ୟ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ଘର ଗୁଡିକୁ ଭଙ୍ଗିବା ଆଶାରେ ସିଲୁ ଦାସଙ୍କ ପତ୍ନୀ ସବିତା ଦାସ ଚଳିତ ମାସ ୫ ତାରିଖ ଜିଲ୍ଲାପାଳଙ୍କ ଦ୍ୱାରାସ୍ଥ ହୋଇ ଲିଖିତ ଅଭିଯୋଗ କରିଥିବାର ସୂଚନା ଦେଇଛନ୍ତି । ଜିଲ୍ଲାପାଳ ସବିତା ଦାସଙ୍କ ଠାରୁ ଅଭିଯୋଗ ପାଇବା ପରେ ହରିଚନ୍ଦନପୁର ତହସିଲଦାରଙ୍କୁ ଫୋନ ଯୋଗେ ଘଟଣାର ତଦନ୍ତ କରି ବେନୀୟମ ଭାବେ ଗଢିଉଠିଥିବା ଗୃହ ଗୁଡିକୁ ଭାଙ୍ଗିବା ପାଇଁ ନିଦେ୍ର୍ଧଶ ଦେଇଥିଲେ । ହେଲେ ବର୍ତମାନ ପ୍ରର୍ଯ୍ୟନ୍ତ ସ୍ଥାନୀୟ ତହସିଲ ପକ୍ଷରୁ କୈାଣସି ଆଖି ଦୃଷ୍ଟିଆ ପଦକ୍ଷେପ ନିଆଯାଇନଥିବାକୁ ନେଇ ସିଲୁ ଦାସଙ୍କ ପରିବାର ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଉକ୍ତ ସରକାରୀ ପ୍ଲଟ ମଧ୍ୟରୁ ବେନୀୟମ ଭାବେ ଗଢିଉଠିଥିବା ଗୃହ ଗୁଡିକ ଭଙ୍ଗା ନକରାଇଲେ ଆଗାମୀ ଦିନରେ ଭିନ୍ନକ୍ଷମ ସିଲୁ ଦାସଙ୍କ ପରିବାରର ସମସ୍ତ ସଦସ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top