ଜିଲ୍ଲା ପରିକ୍ରମା

ପ୍ରଶାସନର ଅବହେଳାରେ ଆଳଦା ଗାଁ। କେବେ ଫେରିବ ଗ୍ରାମବାସୀଙ୍କ ଦୁଃଖ ?

ଖଇରା, ୩/୫(ଓଡ଼ିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତ ଆଳଦା ଗାଁ ଏବେବି ଅବହେଳିତ ହୋଇ ଲୋକଲୋଚନର ଆଢ଼ୁଆଳରେ ରହିଯାଇଛି। ଏହି ଗ୍ରାମର ଐତିହ୍ୟ ପରମ୍ପରାକୁ ଦୃଷ୍ଟି ଦେଲେ ଏଠାରେ ମାଆ ଯାଗୁଳାଇ ଠାକୁରାଣୀ ବିରାଜମାନ କରିଛନ୍ତି। ପ୍ରତିବର୍ଷ ଏହି ମନ୍ଦିରରେ ଉଡା ପର୍ବ ପାଳିତ ହୁଏ। ଶ୍ରଦ୍ଧାଳୁ ମାନେ ନିଜର ମନସ୍କାମନା ପୁରଣ ପାଇଁ ମାନସିକ ଓ ପୂଜାପାଠ କରିଥାନ୍ତି। ଦିର୍ଘ ଦିନ ହେବ ଶତାଧିକ ଶ୍ରଦ୍ଧାଳୁ ମାନଙ୍କର ଆଗମନ ହୋଇଥାଏ। ମାଆ ଯାଗୁଳାଇ ଯାତ୍ରା କମିଟି ଦ୍ୱାରା ପ୍ରତି ବର୍ଷ ଯାତ୍ରା କରାଯାଇଥାଏ। କିନ୍ତୁ ସ୍ୱାଧିନତାର ୭୦ ବଷରୁ ଉର୍ଦ୍ଧର୍ ବିତିଯାଇଥିଲେ ମଧ୍ୟ ଏକ ହଜାରରୁ ଉର୍ଦ୍ଧ ଜନସଂଖ୍ୟା ବିଶିଷ୍ଠ ଏହି ଗାଁକୁ ପକ୍କା ରାସ୍ତା, ଶିକ୍ଷା ଅନୁଷ୍ଠାନ, ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ଓ ଅଙ୍ଗନୱାଡିଟିଏ ନାହିଁ। ଗାଁର ଲୋକ ମାନେ ନିର୍ଭର କରୁଥିବା ରାସ୍ତାଟି ଗୋଟେ ଅଣଓସାରିଆ କଚ୍ଚା ରାସ୍ତା, ଯାହାକି ବର୍ଷା ଦିନରେ ବିପର୍ଯ୍ୟସ୍ତ ହୋଇଯାଇଥାଏ। ଏହି ଗାଁର ଲୋକମାନେ ସାଧାରଣତ ଗରିବ ଶ୍ରେଣୀର ହୋଇଥିବାରୁ ସରକାରଙ୍କର ନଜର ପଡୁନ ଥିବାର ଦେଖିଲେ ମନେହୁଏ। ଏ ଗାଁର ଜନସାଧାରଣଙ୍କ ପାଇଁ ଆମ୍ବୁଲାନସ କି ୧୦୮, ୧୦୨ ସାତସପନ ପାଲଟିଛି। ସରକାରଙ୍କର ଗାଁକୁ କାମ ମା କୁ ସମ୍ମାନ ଏଠି ସଂପୂର୍ଣ୍ଣ ରୂପେ ଫେଲ ମାରିଛି। ବିଭିନ୍ନ ପ୍ରକଳ୍ପରେ କୋଟି କୋଟି ଟଙ୍କା ଖର୍ଚ୍ଚକରୁଥିଲାବେଳେ ଆଳଦା ଗାଁ କ’ଣ ସେଥିରୁ ବାହିରେ ? ରାସ୍ତା ନ ଥିବାରୁ ଆବଶ୍ୟକୀୟ ସମୟରେ ଗାଁରେ ବିଭିନ୍ନ ଜରୁରୀ କାଳିନ ସେବା ଠିକ ସମୟରେ ପହଞ୍ଚି ପାରି ନଥାଏ। ଗାଁରେ ସ୍କୁଲଟିଏ ନ ଥିବାରୁ ଗାଁର ପିଲାମାନେ ପାଖ ଗାଁର ସ୍କୁଲକୁ ଯିବା ଆସିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାଆନ୍ତି। ବର୍ଷାଦିନେ ପିଲା ମାନଙ୍କର ସ୍କୁଲ କଲେଜ ଯିବା ବନ୍ଦ ହୋଇଯାଇଥାଏ। ଗାଁରେ ସରକାରୀ ଭାବେ ୨ଟି ନଳକୂପ ଥିଲେ ମଧ୍ୟ ସେଥିରୁ ଗୋଟିଏ ଅଚଳ ଥିଲା ବେଳେ ଅନ୍ୟଟି ପୁରା ଗାଁକୁ ପାନୀୟ ଜଳ ଯୋଗାଉଛି। ବିଭିନ୍ନ ଗାଁରେ ପାନୀୟ ଜଳ ବାବଦକୁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରୁଥିଲାବେଳେ ଏହି ଆଳଦା ଗାଁ ସେଥିରୁ ବାଦ ପଡିଛି। ଗାଁରେ ସମନ୍ୱିତ ଶିଶୁ ବିକାଶ ସେବା ଦ୍ୱାରା ପ୍ରଚଳିତ ଅଙ୍ଗନୱାଡି ସେବା ମଧ୍ୟ ନାହିଁ। ଆଜିଯାଏଁ ଗାଁର ଶିଶୁମାନେ ଅଙ୍ଗନୱାଡି କେନ୍ଦ୍ର ଦେଖିନାହାଁନ୍ତି। ଓଡିଶା ସରକାରଙ୍କର ବିଭିନ୍ନ ଲୋକାଭିମୁଖି କାର୍ଯ୍ୟକ୍ରମ ଏହି ଗାଁରେ ପହଞ୍ଚି ପାରୁ ନାହିଁ। ବିଭିନ୍ନ ସମସ୍ୟାକୁ ନେଇ ଏହି ଗାଁଟି ଐତିହ୍ୟ, ସଂସ୍କୃତି, ପରମ୍ପରା ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଯାବୁଡି ଧରିଥିଲେ ମଧ୍ୟ ସରକାରଙ୍କ ନଜର ଏଠାରେ ପଡି ପରୁନାହିଁ। ଏହି ଗାଁକୁ ରାସ୍ତା ଏବଂ ଶିକ୍ଷାନୁଷ୍ଠାନ ସହିତ ଲାଗିରହିଥିବା ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ରାମ ଚନ୍ଦ୍ର ବାରିକ, ଶତ୍ରୃଘନ ଯେନା, ପିତାମ୍ବର ଯେନା, ଗଣେଶ ବାରିକ, ସୁକାନ୍ତି ଯେନା, ମାନସୀ ଯେନା, ଦୀପକ କୁମାର ଯେନା, ଗିରିଧାରୀ ଯେନା, କାର୍ତ୍ତିକ ଯେନା, ମାନସ କୁମାର ଯେନା, ପ୍ରହଲ୍ଲାଦ ଯେନା, ବଳରାମ ଯେନା, କୁନ୍ତଳା ଯେନା, ଗୌରୀ ଯେନା, ମୋନାଲିସା ଯେନା, ରଞ୍ଜନ ଯେନା, ଯଦୁନାଥ ଯେନା, କନକ ଯେନା, ରଶ୍ମିତା ଯେନା, ଭାଗବତ ଯେନା, ରମାକାନ୍ତ ଯେନା, ଗଦାଧର ଯେନା, ମନୋଜ କୁମାର ଯେନା, ମଲ୍ଲି ଯେନା, ସ୍ୱପ୍ନାରାଣୀ ଯେନା, ମାଳତି ଯେନା, ସଂଜୁକ୍ତା ଯେନା, ମଂଜୁଲତା ଦାସ, ସରସ୍ୱତୀ ଦାସ, ମାଳତୀ ଦାସ, ମହେନ୍ଦ୍ର ଦାସ ଓ ଜଗନ୍ନାଥ ଦାସ ପ୍ରମୁଖ ଦାବି କରିଛନ୍ତି। ଏଠାରେ ପ୍ରକାଶ ଥାଉକି ଏହି ଗାଁର ସମସ୍ୟା ବାବଦରେ ଗତ ତା ୧୬.୪.୨୦୧୭ରିଖ ଠାରୁ ବିଭିନ୍ନ ଦୈନିକ ଖବର କାଗଜ ଓ ଗଣମାଧ୍ୟମରେ ପ୍ରଚାର ପ୍ରସାର ହୋଇଆସୁଥିଲେ ମଧ୍ୟ ପ୍ରସାଶନ ଏଥି ପ୍ରତି ଦୃଷ୍ଟି ନ ଦେବା ବଡ ଦଃଖର କଥା। ୱାର୍ଡ ଠାରୁ ବିଧାୟକ ପର୍ଯ୍ୟନ୍ତ ଜଣାଇ ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ ନ କରିବା ପ୍ରସାଶନ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଆଗାମୀ ବର୍ଷା ଋତୁ ପୂର୍ବରୁ ଅନ୍ୟାନ୍ୟ ସମସ୍ୟା ସହିତ ମୁଖ୍ୟତ ରାସ୍ତା ସମସ୍ୟା ଯଦି ସମାଧାନ ନ ହୁଏ ବିଡିଓ ଅଫିସ ଆଗରେ ଧାରଣା ଦେବା, ସୋର-କୁପାରୀ ରାଜ୍ୟ ରାଜପଥକୁ ଅବରୋଧ କରିବା ସହିତ ଆଗାମୀ ୨୦୧୯ ମସିହା ସାଧାରଣ ନିର୍ବାଚନକୁ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top