ପ୍ରଲୋଭିତ କରି ବାରମ୍ବାର ଦୁଷ୍କର୍ମ, ନାବାଳିକା ୪ମାସର ଗର୍ଭବତୀ ଅଭିଯୁକ୍ତ ଗିରଫ

ପାଟଣା, ତା୦୨/୦୫(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଉଦୟପୁର ପଞ୍ଚାୟତ ଗଦଗଦୀ ଗ୍ରାମର ଜଣେ ଆଦିବାସୀ ମୁଣ୍ଡା ସମ୍ପ୍ରଦାୟର ୧୩ବର୍ଷୀୟ ନାବାଳିକାକୁ ନିକଟସ୍ଥ ଖଡିବେଡା ଗ୍ରାମ ଦଣ୍ଡାହୁଡି ସାହିର ଲକ୍ଷ୍ମଣସେନ ମହାନ୍ତ ଓରଫ୍ (ପୁତୁଲୁ )(୨୩) ପ୍ରଥମେ ମଦ ପିଆଇ ଦୁଷ୍କର୍ମ କରିଥିଲେ ଓ ପରେ ପ୍ରଲୋଭିତ କରି ଦୁଷ୍କର୍ମ କରିଚାଲିଥିଲେ। ତେବେ ଏଘଟଣା ପ୍ରଘଟ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ସଂପୃକ୍ତ ଅଭିଯୁକ୍ତ। ପରେ ନାବାଳିକା ଗର୍ଭବତୀ ହେବା ଘଟଣା ପରିବାର ଲୋକେ ଜାଣିବା ପରେ ଅଭିଯୁକ୍ତ ବିରୋଧରେ ପାଟଣା ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତିକରି ପାଟଣା ପୋଲିସ କେଶ ନଂ ୭୬/ ୦୧-୦୫-୨୦୧୮ ମୂଳେ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରି ଉଭୟ ପୀଡିତା ନାବାଳିକା ଓ ଅଭିଯୁକ୍ତ ଲକ୍ଷ୍ମଣସେନ ମହାନ୍ତ ଓରଫ୍ ପୁତୁଲୁ ର ଡାକ୍ତରିମାଇନା କରାଯିବା ପରେ ଆଜି ପୁତୁଲୁ କୁ କୋର୍ଟ ଚାଲାଣ କରିଛି।

ଅଭିଯୁକ୍ତ ଲକ୍ଷ୍ମଣସେନ ମହାନ୍ତ ଓରଫ୍ ପୁତୁଲୁ।

Leave a Reply

Your email address will not be published. Required fields are marked *