ଜିଲ୍ଲା ପରିକ୍ରମା

ପ୍ରମୁଖ ସଚିବ ସୌରଭ ଗର୍ଗଙ୍କ ବୌଦ୍ଧରେ ଉନ୍ନୟନ କାମର ପରିଦର୍ଶନ ଓ ସମୀକ୍ଷା

ବୌଦ୍ଧ, ୧୯ା୧୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ରାଜ୍ୟର ସମସ୍ତ ଜିଲାଗୁଡିକୁ ସଚିବ ମାନେ ପରିଦର୍ଶନ କରିବା ସହ ଉନ୍ନୟନ କାମର ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦେବାପରେ ବୌଦ୍ଧଜିଲାକୁ କୃଷି ଓ କୃଷକ ସଶକ୍ତିକରଣ ପ୍ରମୁଖ ସଚିବ ଡଃ. ସୌରଭ କୁମାର ଗର୍ଗ ବୌଦ୍ଧଜିଲା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିବା ସହିତ ବିଭିନ୍ନ ବିଭାଗର ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିଛନ୍ତି। ଶ୍ରୀଗର୍ଗ ଏହି ଦୁଇଦିନିଆଁ ଗସ୍ତରେ ବୌଦ୍ଧ ଓ ହରଭଙ୍ଗା ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କରିବା ପରେ ବୌଦ୍ଧ ଗ୍ରାମ୍ୟ ଊନ୍ନୟନ ସଂସ୍ଥା ପରିସର ପଂଚାୟତ ଭବନଠାରେ ବିଭାଗୀୟ ଅଧିକାରୀମାନଙ୍କ ବୈଠକ ଡକାଇ ଏହାର ସମୀକ୍ଷା କରିଥିଲେ। ସୂଚନା ମୁତାବକ ସଚିବ ଶ୍ରୀଗର୍ଗ ବୌଦ୍ଧବ୍ଲକରେ ଉନ୍ନୟନ କାର୍ଯ୍ୟର କ୍ଷେତ୍ର ପରିଦର୍ଶନ ସାରିବାପରେ ହରଭଙ୍ଗା ବ୍ଲକ ଗସ୍ତ କରିଥିଲେ। କ୍ଷେତ୍ର ପରିଦର୍ଶନ ସମୟରେ ହରଭଙ୍ଗା ବ୍ଲକର ରଇଠାଣୀ ଠାରେ ଉଠାଜଳସେଚନ ପ୍ରକଳ୍ପ, ଲାଣ୍ଡିବନ୍ଧ ଗ୍ରୀଡଷ୍ଟେସନ, ବଡବାଗବର, ଦେବଗଡ ଓ ମଥୁରା ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର, ହରେକୃଷ୍ଣପୁର ଠାରେ ଛତୁଆ ପ୍ରସ୍ତୁତି, ରାମ୍ଭିକଟା ନିକଟରେ ଏସିଆର ସର୍ବବୃହତ ସ୍ପିରିଟ୍ ଫେକ୍ଟ୍ରି, ପରୁଣାକଟକ କଲ୍ୟାଣ ମଣ୍ଡପ, ବଡବନ୍ଧ କନ୍ୟାଶ୍ରମ, ଚାରିଛକ ଡାକ୍ତରଖାନା ଓ ଧଳପୁର ଆଠମଲ୍ଲିକ ସେତୁ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ। ଅଧିକାରୀମାନଙ୍କ ଉଦ୍ଦେଶ୍ୟରେ ଶ୍ରୀ ଗର୍ଗ କହିଥିଲେଯେ, ସରକାରୀ ଯୋଜନା ଲୋକଙ୍କ ନିକଟରେ ଠିକ୍ ଭାବରେ ପହଂଚାଇବା ଓ ପ୍ରକଳ୍ପ ଗୁଡିକ ସଂପୁର୍ଣ୍ଣ କରିବା ଦିଗରେ ରହିଥିବା ସମସ୍ୟା ଅନୁଧ୍ୟାନ କରିବା ତାଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ବୈଠକରେ କୃଷି, ଉଦ୍ୟାନ, ଉଠାଜଳସେଚନ, ପାନୀୟଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା, ଗମନାଗମନ, ଶ୍ରମିକଙ୍କୁ କର୍ମଯୋଗାଣକୁ ଗୁରୁତ୍ୱ ଦିଆଯାଇଥିବାବେଳେ ସମସ୍ତ ବିଭାଗରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ସଂପର୍କରେ ସମୀକ୍ଷା କରାଯାଇଥିଲା। ଅଧିକାରୀମାନେ ନିଜର ବିଭାଗୀୟ ରିପୋର୍ଟ ବୈଠକରେ ଉପସ୍ଥାପନ କରିବା ସହିତ ବିଭିନ୍ନ ସମସ୍ୟା ସଂପର୍କରେ ଶ୍ରୀଗର୍ଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସମୀକ୍ଷା ବୈଠକରେ ଶ୍ରୀଗର୍ଗ ଜିଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିବା ସହିତ ନିର୍ଦ୍ଧାରିତ ସମୟ ମଧ୍ୟରେ ଅନୁଦାନର ବିନିଯୋଗ କରି ପ୍ରକଳ୍ପ ଗୁଡିକୁ ସଂପୁର୍ଣ୍ଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ବୈଠକରେ ଜିଲାପାଳ ମଧୁସୂଦନ ମିଶ୍ର, ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ପଟ୍ଟନାୟକ, ଉପଜିଲାପାଳ ଏନ୍ସି ଜ୍ୟୋତିରଂଜନ ନାଏକଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top