ଓଡ଼ିଶା

ପ୍ରମୁଖ ଶାସନ ସଚୀବଙ୍କ ୪ଦିନିଆ କେନ୍ଦ୍ରାପଡା ଜିଲ୍ଲା ଗସ୍ତ ଓ ସମୀକ୍ଷା ବୈଠକ

କେନ୍ଦ୍ରାପଡା ୬/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- ରାଜ୍ୟ ଅନୁସୁଚୀତ ଜନଜାତି ଓ ଜାତି ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର ଏକ ୪ଦିନିଆ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସି ଆଜି ସମୀକ୍ଷା ପରେ ଫେରିଯାଇଥିବା ଜଣାପଡିଛି। ଚଳିତ ମାସ ୩ତାରିଖ ଦିନ ସଚିବ ଶ୍ରୀ କୁମାର ଜିଲ୍ଲା ଗସ୍ତରେ ଆସି ରାଜ୍ୟସରକାରଙ୍କ ବିଭିନ୍ନ ଉନ୍ନୟନ ଓ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ତଦାରଖ ଓ ସମୀକ୍ଷା କରିଥିଲେ। ୪ତାରିଖ ଦିନ ସଚୀବ ପଟ୍ଟାମୁଣ୍ଡାଇ, ଆଳି ଓ ରାଜକନିକା ବ୍ଲକ ଗସ୍ତକରି ବିଭିନ୍ନ ଯୋଜନାର ରୁପରେଖ ଓ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ତଦାରଖ କରିବା ସହ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନପଙ୍ଗ ସୁଷମ ବଣ୍ଟନ ବ୍ୟବସ୍ଥାରେ ରିଟେଲର ହିତାଧିକାରୀମାନଙ୍କୁ ଠିକଭାବରେ ଖାଦ୍ୟ ସାମଗ୍ରୀ ଦେଉଛିକି ନାହିଁ ତଦାରଖ କରି ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପାରିପାର୍ଶ୍ୱିକ ଭିତ୍ତିଭୂମି ଉନ୍ନୟନ ଓ ଅଗ୍ରଗତି ତଥା ବର୍ହିବିଭାଗ ରୋଗୀମାନଙ୍କ ପ୍ରତୀକ୍ଷା ସ୍ଥଳୀ ନିର୍ମାଣ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବାଲିପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରି ବାଲିପଡାରେ ଉଠାଜଳସେଚନ ପଏଣ୍ଟ କାର୍ଯ୍ୟକ୍ଷମ, ଅଇନିପଡାରେ ବିଜୁ ଗ୍ରାମଜ୍ୟୋତି ଯୋଜନାର କାର୍ଯ୍ୟକାରିତା ଓ ସିମିଳିଆ ସେତୁ ଆପ୍ରୋଚରୋଡ୍ ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଆଳି ବ୍ଲକ ଅନ୍ତର୍ଗତ ଦେମାଳ ଓ ଲୋଚାପଡା ଗ୍ରାମର ସୁଷମ ବଣ୍ଟନ ରିଟେଲର କେନ୍ଦ୍ରକୁ ଅନୁଧ୍ୟାନ କରିଥିଲେ। ଗିରିବନ୍ଧ ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନଙ୍କ ସହ ଆଲୋଚନା କରି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗିରିବନ୍ଧ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ସଂପର୍କରେ ସମୀକ୍ଷା କରିଥିଲେ। ସେହିପରି ରାଜକନିକା ବ୍ଲକର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଯୋଗଦେଇ ସଚିବ ଭିନ୍ନକ୍ଷମ ମାନଙ୍କୁ ହ୍ୱିଲ ଚେୟାର ବଣ୍ଟନ କରିବା ସହିତ ଏହି କାର୍ଯ୍ୟକ୍ରମକୁ ଫଳପ୍ରଦ କରାଇବା ଦିଗରେ ଯତ୍ନବାନ ହେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଜାଗୁଳାଇପଡାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କ ସହ ଆଲୋଚନାକରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କ ନିମନ୍ତେ ପ୍ରତୀକ୍ଷାସ୍ଥଳ ପ୍ରସ୍ତୃତ କରିବା ଦିଗରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସଚୀବ ୫ତାରିଖ ଦିନ ଡେରାବିଶ ବ୍ଲକ ଗସ୍ତରେ ଯାଇ ଫକିରାବାଦ ଅଙ୍ଗନୱାଡି କେନ୍ଦ୍ରର ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ବାହୀଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଅଙ୍ଗନୱାଡି କେନ୍ଦ୍ରରେ ପିଲାମାନଙ୍କ ଭୋଜନ ଅନୁଧ୍ୟାନ କରିଥିଲେ। ଅଙ୍ଗନୱାଡି କେନ୍ଦ୍ରର ପୁରୁଣା ଘରକୁ ଭାଙ୍ଗି ନୂତନ ଘର ନିର୍ମାଣ କରିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗୋପାଳଜୀଉ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନରେ ଯାଇ ପାନୀୟ ଜଳ ପ୍ରକଳ୍ପକୁ ଅନୁଧ୍ୟାନ କରି ବିଦ୍ୟୁତ୍ ବିଭ୍ରାଟ ହେତୁ ପାନୀୟ ଜଳ ଯୋଗାଣରେ ସମସ୍ୟା ଉପୁଜୁଥିବାରୁ ଏହାର ତୁରନ୍ତ ସମାଧାନ କରିବାକୁ ଗ୍ରାମ୍ୟ ଜଳ ଯୋଗାଣ ନିର୍ବାହୀଯନ୍ତ୍ରୀ ଓ ସେସୁର ନିର୍ବାହୀଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଚାଟରାଚକଡା କେନାଲ ଜଳସେଚନ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଚାଷୀମାନେ ଖରିଫ ଋତୁରେ ଜଳ ପାଉନଥିବା ଏବଂ ଜଳକର ଦେଇ ଚାଲିଥିବା ସମସ୍ୟାର ସମାଧାନ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ମାର୍ଶାଘାଇ ବ୍ଲକର ଉଠାଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ଖରିଫ ଓ ରବିଋତୁରେ ଜଳସେଚନ ସଂପର୍କରେ ଅବଗତ ହୋଇଥିଲେ। ଗରଦପୁର ବ୍ଲକର ପାଟକୁରା ସ୍ୱୟଂସହାୟିକା ଗୋଷ୍ଠିର ୧୫ଗୋଟି ଦଳଙ୍କ ସହିତ ଆଲୋଚନା କରି ସେମାନଙ୍କର ଅଭିବୃଦ୍ଧି ସମ୍ପର୍କରେ ଅବଗତ ହୋଇ ବ୍ୟାଙ୍କ ସେବା ଦିଗରେ ଗୁରୁତ୍ୱାରୋପ କରିଥିଲେ। ପାଟକୁରା ଅଙ୍ଗନୱାଡି କେନ୍ଦ୍ର ୧ ଏବଂ ୨ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସଂପର୍କରେ ପଚାରି ବୁଝିଥିଲେ। ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରି ଗ୍ରାମର ୩୩/୧୧ କେ.ଭି ସବ୍ଷ୍ଟେସନ ନିର୍ମାଣ କାର୍ଯ୍ୟ ଚାଲିଥିବା ଓ ରାସ୍ତା ନିର୍ମାଣ ସମୟରେ ଆଇନଶୃଙ୍ଖଳା ଓ ସ୍ଥାନୀୟ ସମସ୍ୟା ପାଇଁ ସଂପୂର୍ଣ୍ଣ ହୋଇପାରିନଥିବା ଦେଖି ଏହାର ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦୀନଦୟାଲ ଉପାଧ୍ୟାୟ ଗ୍ରାମ୍ୟ ଜୋତି ଯୋଜନାରେ ମାର୍ଶାଘାଇ ବ୍ଲକର ତାଳସଙ୍ଗା ଗ୍ରାମର ୬୩ କେଭି ଟ୍ରାନ୍ସଫର୍ମର ସ୍ଥାପନ କାର୍ଯ୍ୟକ୍ରମ ଏବଂ ମେଗା ପାଇପ ଜଳ ଯୋଗାଣ କାର୍ଯ୍ୟକ୍ରମ ଉପରେ ମଧ୍ୟ ଅନୁଧ୍ୟାନ କରିଥିଲେ। ମହାକାଳପଡା ବ୍ଲକର ତିଖିରି ଆବାସିକ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ଅସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟକୁ ଶୀଘ୍ର ସଂପୂର୍ଣ୍ଣ କରିବା ଏବଂ ବିଦ୍ୟାଳୟକୁ ବିଦ୍ୟୁତିକରଣ କରିବା ଉପରେ ସଚିବ ନିର୍ଦ୍ଦେଶ ଦେଇଥିଲେ। ମହାକାଳପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି େଓ÷୍ୟଷଧ ବିତରଣ ବ୍ୟବସ୍ଥା ଓ ଅପରେସନ ଗୃହର ତଦାରଖ କରିଥିଲେ। ସେହି ବ୍ଲକ ଅଧିନ ଲକ୍ଷ୍ମୀପ୍ରିୟା ବେହେରା ଓ କାଦମ୍ବିନୀ ଓଝାଙ୍କ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଧ୍ୟ ପରିଦର୍ଶନ କରିବା ସହିତ ବାର୍ଦ୍ଧକ୍ୟଭତ୍ତା ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ନିର୍ମାଣାଧିନ ପାନୀୟ ଜଳ ପ୍ରକଳ୍ପ ରାଜଗଡ ଗ୍ରାମ ପଂଚାୟତରେ ରାଜୀବ ଗାନ୍ଧୀ ସେବା ସଦନ ଗୃହ ବୁଲିଦେଖିଥିଲେ। ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହ ଆଲୋଚନାରେ ଜିଲ୍ଲାରେ ଶ୍ରମ ବିଭାଗର ପଂଜୀକୃତ ଶ୍ରମିକ ମାନଙ୍କ ସଂଖ୍ୟା ଓ ନିର୍ମାଣ ଶ୍ରମିକଙ୍କ ଗୃହ ନିର୍ମାଣ ଯୋଜନା ସଂପର୍କରେ ଏବଂ ସେମାନଙ୍କୁ ଯୋଗାଇ ଦିଆଯାଉଥିବା ସହାୟତା ସଂପର୍କରେ ପଚାରି ବୁଝିଥିଲେ। ଆଜି ସଚିବ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ରୋଗୀମାନଙ୍କ ସମସ୍ୟା ସଂପର୍କରେ ଅବଗତ ହୋଇଥିଲେ। ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ଶ୍ରୀ ସୁରେନ୍ଦ୍ର କୁମାରଙ୍କ ଏହି ପରିଦର୍ଶନ ସମୟରେ ଭାରପ୍ରାପ୍ତ ଜିଲ୍ଲାପାଳ ଧନଞ୍ଜୟ ସ୍ୱାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବୈଷ୍ଣବ ଚରଣ ସାହୁ, ଜାତୀୟ ସ୍ୱାସ୍ଥ୍ୟ ମିଶନ ପ୍ରକଳ୍ପ ପରିଚାଳକ ପ୍ରକାଶ ବାନାର୍ଜୀ, ସହକାରୀ ଶ୍ରମ ଅଧିକାରୀ ସତ୍ୟନାରାୟଣ ଆଚାର୍ଯ୍ୟଙ୍କ ସହିତ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରି ଚନ୍ଦ୍ରକାନ୍ତ ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ କାଳନ୍ଦି ଚରଣ ଭୋଇ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top