Home ଜିଲ୍ଲା ପରିକ୍ରମା ପ୍ରମୁଖ ଶାସନ ସଚିବ ଶ୍ରୀ ନିତିନ୍ ଚନ୍ଦ୍ରଙ୍କ ସମୀକ୍ଷା ବୈଠକ

ପ୍ରମୁଖ ଶାସନ ସଚିବ ଶ୍ରୀ ନିତିନ୍ ଚନ୍ଦ୍ରଙ୍କ ସମୀକ୍ଷା ବୈଠକ

108

ନୟାଗଡ଼, ୧/୯(ଓଡ଼ିଆ ପୁଅ)- – ଶ୍ରୀ ନିତିନ୍ ଚନ୍ଦ୍ର, ପ୍ରମୁଖ ଶାସନ ସଚିବ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଓଡ଼ିଶା, ନୟାଗଡ଼ ଜିଲ୍ଲାର ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟକୁ ଯାଇ ହଷ୍ଟେଲ ପରିଦର୍ଶନ କରି ପିଲାମାନଙ୍କ ସୁବିଧା ଅସୁବିଧା ବୁଝିଥିଲେ। ଏହାପରେ ଇଟାମାଟିରେ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ନିର୍ମାଣ ଶ୍ରମିକ ପକ୍କାଘର ମଧ୍ୟ ଦେଖିଥିଲେ। ପରେ ପରେ ଲାଠିପଡ଼ା ଠାରେ ଉଠାଜଳସେଚନ ବିଭାଗର କାର୍ଯ୍ୟ ଦେଖିଥିଲେ। ସେହିଭଳି ବେଗୁନିଆପାଟଣା ଠାରେ ଉଠାଜଳସେଚନ ଯୋଜନାର କାର୍ଯ୍ୟକ୍ରମ ଗୁଡ଼ିକୁ ପରିଦର୍ଶନ କରିବା ସହିତ ଭିନ୍ନକ୍ଷମମାନଙ୍କର ଭତ୍ତା ସଂପର୍କରେ ଅନୁଧ୍ୟାନ କରିଥିଲେ। ନୟାଗଡ଼ ରୋଟାରୀ କ୍ଲବରେ ଫିଜିଓ ଥେରାପି କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ। ଏହାପରେ ସେବା ସଂସ୍ଥାକୁ ଯାଇ ହଷ୍ଟେଲ ପିଲାମାନଙ୍କର ବିଭିନ୍ନ ସମସ୍ୟା ଉପରେ ଅନୁଧ୍ୟାନ କରିଥିଲେ। ଦିବା ୧୨ଘଟିକା ୩୦ମି. ସମୟରେ ଡି.ଆର.ଡି.ଏ. ସମ୍ମିଳନୀ କକ୍ଷରେ ଯୋଗଦାନ କରି ଲାଇନ୍ ବିଭାଗ ଯଥା – ଜଳସେଚନ, କ୍ଷୁଦ୍ରଜଳସେଚନ, ଉଠାଜଳସେଚନ, ଉଦ୍ୟାନ, ନିରାମୟ ଯୋଜନା, ଗ୍ରାମୀଣ ବିଦ୍ୟୁତ୍ ଯୋଜନା, ସୌଭାଗ୍ୟ ଯୋଜନା, ନିର୍ମାଣ ଶ୍ରମିକ ପେନସନ, ଏସ.ଏଚ.ଜି. ଗ୍ରୁପ, ମିଶନ ଶକ୍ତି, ମମତା ଯୋଜନା ଆଦି ଯୋଜନା ଗୁଡ଼ିକର ସମୀକ୍ଷା କରି ଏହି ଜନକଲ୍ୟାଣ ଗୁଡ଼ିକର ତ୍ୱରାନ୍ନିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରିଶେଷରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କର ବିଭିନ୍ନ କାର୍ଯ୍ୟଗୁଡ଼ିକୁ ସମୀକ୍ଷା କରି ସମସ୍ତ କାର୍ଯ୍ୟଗୁଡ଼ିକୁ ସଠିକ୍ ଭାବରେ ପରିଚାଳନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ. ଏନ.ତିରୁମାଲା ନାୟକ୍, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ସନ୍ତୋଷୀ ସାହୁ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.